Bank of India ରେ ୬୯୬ ପଦବୀ ଖାଲି, ମାସକୁ ଦରମା ୯୦ ହଜାର: ଏମିତି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାଲିପଡିଛି ୬୯୬ ପଦବୀ। ମ୍ୟାନେଜର ଏବଂ ରିସ୍କ ମ୍ୟାନେଜର ସମେତ ଅନେକ ପଦବୀ ଖାଲିପଡିଛି। ଏହିସବୁ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ କରିବାକୁ ହେବ। ପ୍ରୀର୍ଥ ବ୍ୟାଙ୍କର ଅଫିସିଆଲ ୱେବସାଇଟ bankofindia.co.in କୁ ଯାଇ ଆବେଦନ କରିପାରିବେ।
ପଦବୀ ବିବରଣୀ : ୬୯୬
ଇକୋନୋମିଷ୍ଟ: ୨
ଷ୍ଟାଟିଟିକ୍ସ: ୨
ରିସ୍କ ମ୍ୟାନେଜର: ୨
କ୍ରେଡିଟ୍ ଆନାଲିଟ: ୫୩
କ୍ରେଡିଟ୍ ଅଫିସର : ୪୮୪
ଟେକ୍ ଆପ୍ରିଜାଲ୍: ୯
ମ୍ୟାନେଜର ଆଇଟି: ୨୧
ସିନିଅର ମ୍ୟାନେଜର ଆଇଟି: ୨୩
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୬ ଏପ୍ରିଲ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୦ ମଇ ୨୦୨୨ରେ ହେବ।
ବୟସ ସୀମା :
ଇକୋନୋମିଷ୍ଟ: ୨୮ରୁ ୩୫ ବର୍ଷ
ଷ୍ଟାଟିଟିକ୍ସ:୨୮ରୁ ୩୫ ବର୍ଷ
ରିସ୍କ ମ୍ୟାନେଜର : ୨୮ରୁ ୩୫ ବର୍ଷ
କ୍ରେଡିଟ୍ ଆନାଲିଷ୍ଟ: ୩୦ରୁ ୩୮ ବର୍ଷ
କ୍ରେଡିଟ୍ ଅଫିସର: ୨୦ରୁ ୩୦ ବର୍ଷ
ଟେକ୍ନିକାଲ ଆପ୍ରିଜାଲ : ୨୫ରୁ ୩୫ ବର୍ଷ
ଆଇଟି ଅଫିସର: ୨୦ରୁ ୩୦ ବର୍ଷ
ମ୍ୟାନେଜର: ୨୮ରୁ ୩୫ ବର୍ଷ
ସିନିଅର ମ୍ୟାନେଜର: ୨୮ରୁ ୩୭ ବର୍ଷ
ଦରମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ଧାର୍ଯ୍ୟ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା : ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି।
ଆବେଦନ ଶୁଳ୍କ: ସାଧାରଣ ବର୍ଗ ଏବଂ ଓବିସି ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଭରିବେ। ସେହିପରି ଏସସି/ଏସଟି/ପିଡବ୍ଲୁ୍ଡି ପ୍ରାର୍ଥୀ ୧୭୫ ଟଙ୍କା ଅନଲାଇନରେ ଭରିବାକୁ ହେବ।
କେମିତି କରିବେ ଆବେଦନ :
ଯୋଗ୍ୟପ୍ରାର୍ଥୀ ବ୍ୟାଙ୍କ ଅଫ ଇଣ୍ଡିଆରେ େଓ୍ଵବସାଇଟକୁ ଯାଇ ରେଜିଷ୍ଟାର ଆପ୍ଲିକେସନକୁ ଯିବାକୁ ହେବ। ତାପରେ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର ଆପ୍ଲାଏ ଅନଲାଇନକୁ ଯାଇ New Registration ରେ କ୍ଲିକ କରିବ ନିଜର ସମସ୍ତ ବତବରଣୀ ଭରିବାକୁ ହେବ। ସେଠାରେ ଏକ ରେଜିଷ୍ଟ୍ରସନ ନମ୍ବର ଏବଂ ପାସଓ୍ଵାର୍ଡକୁ ନୋଟ୍ କରିବା ଉଚିତ।
ଚୟନ ପ୍ରକ୍ରିୟା:
ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ, ଗ୍ରୁପ ଡିସକସନ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ। ପରୀକ୍ଷା ସମୟରେ ହିନ୍ଦୀ ଏବଂ ଇଂଲିଶ ଭାଷାରେ ପ୍ରଶ୍ନପତ୍ର ମିଳିବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://bankofindia.co.in/pdf/Webnotice_2021-22_3.pdf
https://bankofindia.co.in/pdf/FINAL_BOI_ADVT.pdf
Also Read : ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, DAV ରେ ଖାଲିପଡିଛି ଅନେକ ପଦବୀ