Below header

ସମ୍ପତ୍ତି ଲୋଭରେ ବୁଢା ବାପାକୁ ମାଡ ମାରି ଲହୁଲୁହାଣ କଲେ ପୂଅ ବୋହୂ, ଏତିକିରେ ବୁଝିଲାନି ମନ ଶେଷରେ ଘରୁ ତଡି ଦେଲେ

ଜଳେଶ୍ବର(କେନ୍ୟୁଜ୍): ସମ୍ପତ୍ତି ଲୋଭରେ ବୁଢା ବାପାକୁ ମାଡ ମାରି ଲହୁଲୁହାଣ କରିବା ସହ ଘରୁ ତଡି ଦେଇଛନ୍ତି ପୂଅ ବୋହୂ । କେବଳ ସେତିକି ନୁହେଁ ଏନେଇ ଥାନାରେ ଅଭିଯୋଗ କଲେ ବୁଢା ବାପାକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛି ପୁଅ। ତେଣୁ କୌଣସି ଉପାୟ ନପାଇ ନିଜର ଜୀବନ ବଞ୍ଚାଇବା ପାଇଁ ଟାଣ ଖରାରେ ଅସହାୟ ଅବସ୍ଥାରେ ଚାଲି ଚାଲି ଆସି ତହସିଲ କାର୍ଯ୍ଯାଳୟରେ ପହଞ୍ଚିଛନ୍ତି ବୃଦ୍ଧ ଜଣକ। ସମ୍ପତ୍ତି ଯୋଗୁଁ ତାଙ୍କ ଜୀବନ ଆଜି ବିପଦରେ। ତେଣୁ ତହସିଲଦାରଙ୍କୁ ଭେଟିବେ ଏବଂ ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିଦେବେ। ଏଭଳି କାନ୍ଦି କାନ୍ଦି କହିଛନ୍ତି ବୃଦ୍ଧ ଜଣକ।

ସାଧାରଣତଃ ଘରେ ପୁଅ ଟିଏ ଜନ୍ମ ହେଲେ ବାପା ମା ଖୁସିରେ ଗାଁ ଯାକ ମିଠା ବାଣ୍ଟନ୍ତି । ଝିଅ ଅପେକ୍ଷା ବାପା ମା ମାନେ ପୁଅକୁ ଅଧିକ ସ୍ନେହ ଆଦର ମଧ୍ଯ କରିଥାନ୍ତି ।କାରଣ ଝିଅଟିଏ ବାହା ହୋଇ ଶାଶୁଘରକୁ ଚାଲିଗଲା ପରେ ପରିଣତ ବୟସରେ ପୁଅ ବୋହୂ ସେମାନଙ୍କର ସେବା ଶୁଶ୍ରୁସା କରିବେ। ମାତ୍ର ଏହି ହୃଦୟବିଦାରକ ଦୃଶ୍ଯ ଦେଖିଲେ ଆପଣ ବି କହିବେ ଧିକ୍ ସେ ପୂଅ ବୋହୂ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚୋରପଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବସ୍ତା ଥାନା ଅନ୍ତର୍ଗତ ଚୋରପଦା ଗ୍ରାମର ବାସିନ୍ଦା ହେଉଛନ୍ତି ଦେବେନ୍ଦ୍ର ଦାସ। ବୟସ ୭୦ ଟପିଲାଣି। ନା କାନକୁ ଠିକରେ ଶୁଭୁଛି ନା ଆଖିକୁ ଠିକରେ ଦେଖାଯାଉଛି। ଚାଲବୁଲ କରିବାକୁ ବି ଦେହର ଆଉ ବଳ ନାହିଁ।

man

ତେବେ ଆଜିକାଲି ସ୍ବାର୍ଥପର ଦୁନିଆରେ କିଏ ବା କାହାର। ଦେବେନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବାରୁ ପରଘରେ ମୂଲ ଲାଗି ବହୁ ଦୁଖଃ କଷ୍ଟ କରି ୨ପୁଅକୁ ମଣିଷ କରାଇଥିଲେ। ବୃଦ୍ଧ ବୟସରେ ପୁଅ ବୋହୂ ,ନାତି ନାତୁଣୀଙ୍କ ଗହଣରେ ସୁଖରେ ଦିନ କାଟିବାକୁ କେତ କଣ ସ୍ବପ୍ନ ଦେଖିଥିଲେ । ମାତ୍ର ତାଙ୍କର ସ୍ବପ୍ନ ପୂରଣ ହେବା ତ ଦୂରର କଥା ଦୁଇ ପୁଅ ମାନସ ଏବଂ ପ୍ରକାଶ ବୋହୂ ମାନଙ୍କ ସହ ମିଶି ବୃଦ୍ଧ ବାପାକୁ ମାଡ ମାରି ଲହୁ ଲୁହାଣ କରି ପକାଇବା ସହ ଘରୁ ତଡି ଦେଇଛନ୍ତି । କୌଣସି ଉପାୟ ନପାଇ ଅସହାୟ ଅବସ୍ଥାରେ ଲୋକଙ୍କ ଘରୁ ମାଗି ମାଗି ଖାଇବା ସହ ଦୋକାନ ବାରଣ୍ତାରେ ଶୋଇ ପଡୁଛନ୍ତି। ସମସ୍ତ ସମ୍ପତ୍ତି ପୁଅ ମାନଙ୍କ ନାମରେ ନକରିଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ତେଣୁ ଜୀବନ ବିକଳରେ ଅସହାୟ ଅବସ୍ଥାରେ ଦେବେନ୍ଦ୍ର ଚାଲି ଚାଲି ଆସି ତହସିଲ କାର୍ଯ୍ଯାଳୟରେ ପହଞ୍ଚିଛନ୍ତି ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.