ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ଛୁଟି, ବ୍ରାଞ୍ଚକୁ ଯିବା ପୂର୍ବରୁ ଦେଖିଦିଅନ୍ତୁ ଛୁଟି ତାଲିକା
ଆଜିକାଲି ଅନେକ କାମ ଘରେ ବସି ହୋଇଯାଉଛି । କିନ୍ତୁ କିଛି କାମ ପାଇଁ ଆମେ ବ୍ୟାଙ୍କ ଯିବାକୁ ପଡୁଛି । ଆଉ ବ୍ୟାଙ୍କ ଯିବା ପୂର୍ବରୁ ଆପଣ ଛୁଟି ତାଲିକା ଜାଣିବା ନିହାତି ଜରୁରୀ । ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ଦେଖିନିଅନ୍ତୁ ଆରବିଆଇର ଛୁଟି ଲିଷ୍ଟ ।

ଆଉ ଦିନ କେଇଟା ପରେ ସରିଯିବ ମାର୍ଚ୍ଚ ମାସ । ତେଣୁ ଏପ୍ରିଲ ମାସ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଛୁଟି ତାଲିକା ପ୍ରକାଶ କରିଛି । ଯଦି ଆପଣଙ୍କର ଏପ୍ରିଲ ମାସରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ଆପଣ ବ୍ୟାଙ୍କ ଯିବା ଆଗରୁ ଛୁଟି ତାଲିକା ଜାଣି ରଖିବା ଜରୁରୀ ।
ଆରବିଆଇ ଜାରି କରିଥିବା ଛୁଟି ତାଲିକା ଅନୁଯାୟୀ, ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ଏଥିମଧ୍ୟରୁ ୪ଦିନ ରବିବାର ରହିଥିବା ବେଳେ ଦୁଇଟି ଶନିବାର ରହିଛି। ତେବେ କେତେକ ପର୍ବପର୍ବାଣୀ ପାଇଁ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଦିନ ଛୁଟି ରହିବ ବ୍ୟାଙ୍କ ।
ଆରବିଆଇ ଗାଇଡ ଲାଇନ ଅନୁଯାୟୀ, ରବିବାର ବ୍ୟତୀତ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ମଧ୍ଯ ବନ୍ଦ ରହିଥାଏ । ଆରବିଆଇ ୧,୪,୫,୭,୧୪,୧୫,୧୮,୨୧ ଓ ୨୨ ଏପ୍ରିଲରେ ବ୍ୟାଙ୍କ ଛୁଟି ଘୋଷଣା କରିଛି । ଏହାଛଡ଼ା ଏପ୍ରିଲ ୨,୯,୧୬ରେ ୫ଟି ରବିବାର ପଡୁଛି । ୮ ଓ ୨୨ ଏପ୍ରିଲରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।
ଛୁଟି ତାଲିକା :
ଏପ୍ରିଲ୍ ୧ (ଶନିବାର): ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ
ଏପ୍ରିଲ୍ ୨ (ରବିବାର): ଛୁଟିଦିନ
ଏପ୍ରିଲ୍ ୪ (ମଙ୍ଗଳବାର) – ମହାବୀର ଜୟନ୍ତୀ
ଏପ୍ରିଲ୍ ୫ (ବୁଧବାର) – ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ
ଏପ୍ରିଲ୍ ୭ (ଶୁକ୍ରବାର) – ଗୁଡ଼ ଫ୍ରାଇଡ଼େ
ଏପ୍ରିଲ୍ ୮ (ଶନିବାର) – ମାସର ଦ୍ୱିତୀୟ ଶନିବାର
ଏପ୍ରିଲ୍ ୯ (ରବିବାର) – ଛୁଟିଦିନ
ଏପ୍ରିଲ୍ ୧୪ (ଶୁକ୍ରବାର) – ବାବାସାହେବ ଆମ୍ବେଦକର ଜୟନ୍ତୀ / ବୋହାଗ ବିହୁ / ଚେରୋବା / ବାଇସାଖୀ / ବାଇସାଖୀ / ତାମିଲ ନୂଆ ବର୍ଷ/ ମହା ବିଷୁବ ସଙ୍କ୍ରାନ୍ତି / ବିଜୁ ମହୋତ୍ସବ / ବିଷୁ ମହୋତ୍ସବ
ଏପ୍ରିଲ୍ ୧୫ (ଶନିବାର) – ବିଷ୍ଣୁ / ବୋହାଗ ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନବ ବର୍ଷ
ଏପ୍ରିଲ୍ ୧୬ (ରବିବାର) – ଛୁଟିଦିନ
ଏପ୍ରିଲ୍ ୧୮ (ମଙ୍ଗଳବାର) – ଶାବ-ଇ-କଦର
ଏପ୍ରିଲ୍ ୨୧ (ଶୁକ୍ରବାର) – ଇଦ୍-ଉଲ୍-ଫିତର (ରମଜାନ୍ ଇଦ୍) / ଗରିଆ ପୂଜା / ଜୁମାତ୍-ଉଲ୍-ବିଦା
ଏପ୍ରିଲ୍ ୨୨ (ଶନିବାର): ଚତୁର୍ଥ ଶନିବାର
ଏପ୍ରିଲ୍ ୨୩ ( ରବିବାର): ଛୁଟିଦିନ
ଏପ୍ରିଲ୍ ୩୦ ( ରବିବାର) : ଛୁଟିଦିନ