Below header

ମଣିଷ ଭଳି ମାଙ୍କଡ଼ର ହେଲା ଶବ ସତ୍କାର, ଦଶାହ କ୍ରିୟା ସହ ନାମ ସଙ୍କୀର୍ତ୍ତନ କଲେ ଗ୍ରାମବାସୀ

ଆଜି ସମାଜରେ ମୃତ ବାପ ମୁହଁରେ ଜୁଇ ଦେବାପାଇଁ ପୁଅ ପାଖରେ ସମୟ ନାହିଁ , ସେହି ସ୍ଥଳରେ ଏକ ପଶୁର ମୃତଶରୀରକୁ ଉଚିତ୍ ସମ୍ମାନ ଦେଇ ଶବ ସଂସ୍କାର କରିବା ଏକ ଉଦାହରଣର ବିଷୟ।

ବାଲେଶ୍ବର(କେନ୍ୟୁଜ୍): ମଣିଷ ଭଳି ମାଙ୍କଡ଼ର ହୋଇଛି ଶବ ସତ୍କାର । ତାହା ପୁଣି ରୀତି ନୀତି ଅନୁସାରେ । ମୃତ ମାଙ୍କଡ଼ର ମୃତ ଶରୀରକୁ ଏକ ରିକ୍ସା ରେ ବସାଇ ଗାଁ ରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା କୀର୍ତ୍ତନ କରାଯିବା ସହ ଗାଁର ଶେଷ ମୁଣ୍ଡରେ ମାଙ୍କଡକୁ ସମାଧି ଦେଇଛନ୍ତି ଗାଁ ଲୋକେ । ଖାଲି ସେତିକି ନୁହଁ ଗାଁରେ ମାଙ୍କଡର ମୃତ୍ୟୁକୁ ଦଶାହ କ୍ରିୟା ହେବାସହ ଗାଁରେ ନାମ ସଙ୍କୀର୍ତ୍ତନ ଜାରି ରହିଥିଲା ।

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଜାଗୁଳି ଗାଁର ଦୀର୍ଘ ଦିନ ଧରି ଏକ ମାଙ୍କଡ଼ ରହିଆସୁଥିଲା । ହେଲେ ମାଙ୍କଡଟି ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା । ଯେହେତୁ ମାଙ୍କଡ ଟିର ଭାବାବେଗ ସହ ଗାଁ ଲୋକମାନେ ଜଡ଼ିତ ଥିଲେ, ତେଣୁ ତାର ମୃତ୍ୟୁ ପରେ ଗାଁ ସ୍ତବ୍ଧ ହୋଇଯାଇଥିଲା ।

ପରେ ବିଦ୍ୟୁତ ବିଭାଗକୁ ଗାଁ ଲୋକମାନେ ଖବର ଦେଇଥିଲେ । ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ଆସି ମାଙ୍କଡ଼ଟିକୁ ସେଠାରୁ ବାହାର କରିଥିଲେ । ପରେ ଗାଁର ଲୋକମାନେ ମିଶି ଏକ ରିକ୍ସା ରେ ମାଙ୍କଡ଼ଟିର ମୃତ ଶରୀରକୁ ନେଇ ନାମ ସଂକୀର୍ତ୍ତନ କରି ଗାଁରେ ବୁଲାଇଥିଲେ ଏବଂ ତାର ମୃତଶରୀରକୁ ସମାଧି ଦେଇଥିଲେ ।

ତେବେ ଏହାର ପରଦିନ ଗାଁର ଲୋକମାନଙ୍କ ମଧ୍ୟରେ ବୈଠକ ବସି ନିଷ୍ପତ୍ତି ହେଲା ମାଙ୍କଡ଼ ଟିର ମଣିଷ ଭଳି ଶୁଦ୍ଧିକ୍ରିୟା ହେବ । ଆଉ ସେଥି ପାଇଁ ଗ୍ରାମବାସୀ ଶୁଦ୍ଧି କାର୍ଡ କରି ଆଖପାଖ ଗାଁ ଗୁଡିକୁରେ ଥିବା କୀର୍ତ୍ତନିଆ ଦଳଙ୍କୁ ଦଶ ଦିନ ଓ ଏଗାର ଦିନ ପାଇଁ ନିମନ୍ତ୍ରଣ କଲେ। ଆଉ ଦଶ କ୍ରିୟାରେ ଗାଁ ଲୋକ ଲଣ୍ଡା ହେଲେ , ନାମ ସଙ୍କୀର୍ତ୍ତନ ହେଲା ।

ଶେଷରେ ଏଗାର ଦିନରେ ମଧ୍ୟ ହରିନାମ ଓ ହନୁମାନ ସଂକୀର୍ତ୍ତନ ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ତେବେ ଆଜି ସମାଜରେ ମୃତ ବାପ ମୁହଁରେ ଜୁଇ ଦେବାପାଇଁ ପୁଅ ପାଖରେ ସମୟ ନାହିଁ , ସେହି ସ୍ଥଳରେ ଏକ ପଶୁର ମୃତଶରୀରକୁ ଉଚିତ୍ ସମ୍ମାନ ଦେଇ ଶବ ସଂସ୍କାର କରିବା ଏକ ଉଦାହରଣର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.