ମାର୍ଚ୍ଚ ମାସ ଆରମ୍ଭ; ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରନ୍ତୁ ନିଜ କାମ

ଯଦି ଆପଣଙ୍କ ମାର୍ଚ୍ଚ ୧୦ ତାରିଖ ଭିତରେ କୌଣସି ବ୍ୟାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାସହିତ ମାର୍ଚ୍ଚ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ମାସରେ ଦୋଳ ଓ ହୋଲି ପଡୁଥିବାରୁ ବିଭିନ୍ନ ସମୟରେ ବ୍ୟାଙ୍କ ବନ୍ଦ ରହିଛି। ଯଦି ଆପଣଙ୍କର ବ୍ୟାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ଦୋଳ ଓ ହୋଲି ଯୋଗୁଁ ବ୍ୟାଙ୍କ ଛୁଟି ରହିବ। ଯଦି ଆପଣଙ୍କର ମାର୍ଚ୍ଚ ୧୦ ତାରିଖ ପୂର୍ବରୁ କିଛି ଜରୁରୀ କାମ ରହିଛି, ତେବେ ଆପଣ ଜଲଦି ସାରିବାକୁ ଚେଷ୍ଟା କରନ୍ତୁ । ତେବେ ମାର୍ଚ୍ଚ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ଆଗୁଆ ଜାଣି ରଖନ୍ତୁ ।

ମାର୍ଚ୍ଚ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ୪ ତାରିଖରୁ ଲଗାତାର ବ୍ୟାଙ୍କ ବନ୍ଦ ରହିବ । ୫ ତାରିଖ ରବିବାର ପଡୁଥିବା ବେଳେ ଏହା ପରେ ୭ ରୁ ୯ ଅନେକ ରାଜ୍ୟରେ ହୋଲି ଯୋଗୁଁ ବ୍ୟାଙ୍କ ଲଗାତାର ଛୁଟି ରହିବ । ଏହା ପରେ ୧୧ ଓ ୧୨ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚରେ ହୋଲି, ଚୈତ୍ର ନବରାତ୍ରି, ଗୁଡି ପାଡଓ୍ଵା, ରାମନବମୀ ଭଳି ଛୁଟି ରହୁଛି । ତେଣୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ଛୁଟି ତାଲିକା ପ୍ରକାଶ ପାଇଛି ।

ଦେଖନ୍ତୁ ବ୍ୟାଙ୍କ ଛୁଟି ତାଲିକା :

ମାର୍ଚ୍ଚ ୩ : ଚାପଚୁର କୁଟ୍‌( ଆଇଜଲରେ ବ୍ୟାଙ୍କ ବନ୍ଦ)
ମାର୍ଚ୍ଚ ୫: ରବିବାର
ମାର୍ଚ୍ଚ ୭ : ଦୋଳ ପୂର୍ଣ୍ଣିମା
ମାର୍ଚ୍ଚ ୮ : ହୋଲି
ମାର୍ଚ୍ଚ ୯ : ପାଟନାରେ ହୋଲି ପାଇଁ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୧୧ : ଦ୍ୱିତୀୟ ଶନିବାର
ମାର୍ଚ୍ଚ ୧୨ : ରବିବାର
ମାର୍ଚ୍ଚ ୧୯ : ରବିବାର
ମାର୍ଚ୍ଚ ୨୨ : ଗୁଡି ପାଡଓ୍ଵା
ମାର୍ଚ୍ଚ ୨୫ : ଚତୁର୍ଥ ଶନିବାର
ମାର୍ଚ୍ଚ ୨୬ : ରବିବାର
ମାର୍ଚ୍ଚ ୩୦ : ରାମନବମୀ

ବ୍ୟାଙ୍କ ବନ୍ଦ ରହିବା ସତ୍ତ୍ୱେ ମଧ୍ୟ ଆପଣ କିଛି କାମ ଅତି ସହଜରେ କରିବେ। ଯେପରିକି ଟଙ୍କା ଉଠାଇବା ପାଇଁ ଏଟିଏମ୍‌ କିମ୍ବା ଡିଜିଟାଲ ପେମେଣ୍ଟ କରିପାରିବେ । ୟୁପିଆଇ, ନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ ବ୍ୟବହାର କରି ଆପଣ ପେମେଣ୍ଟ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.