ସାର୍କ ପେଟରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ହାତ, ଟାଟୁ ଦେଖି ଚିହ୍ନିଲେ ପରିବାର ଲୋକ

ସାର୍କ ପେଟରୁ ମିଳିଲେ ନିଖୋଜ ବ୍ୟକ୍ତି । ଶରୀରରେ ଟାଟୁ ଦେଖି ଚିହ୍ନିଲେ ପରିବାର ଲୋକେ । ଆର୍ଜେଣ୍ଟିନାରୁ ଜଣେ ବ୍ୟକ୍ତି ୧୮ ତାରିଖରେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ସାର୍କ ପେଟରୁ ମିଳିଲେ ନିଖୋଜ ବ୍ୟକ୍ତି । ଶରୀରରେ ଟାଟୁ ଦେଖି ଚିହ୍ନିଲେ ପରିବାର ଲୋକେ । ଆର୍ଜେଣ୍ଟିନାରୁ ଜଣେ ବ୍ୟକ୍ତି ୧୮ ତାରିଖରେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଖବର ମୁତାବକ, ୩୨ ବର୍ଷୀୟ ଡିଏଗୋ ବୋରିଆ ଶେଷ ଥର ପାଇଁ ଆର୍ଜେଣ୍ଟିନାର ଦକ୍ଷିଣ ଚୁବୁତ ପ୍ରାନ୍ତର ତଟରେ ବାଇକରେ ଯାଉଥିବା ଦେଖିବାକୁ ମିଳିଥିଲେ । ତେବେ ୧୮ ତାରିଖ ପର ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନଥିବାରୁ ଘର ଲୋକେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୧୦ ଦିନ ଧରି ଖୋଜିବା ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ହେଲେ ୧୦ ଦିନ ପରେ ଦୁଇ ଜଣ ମାଛ ଧରାଳି ତିନିଟି ସାର୍କ ମାଛ ଧରିଥିଲେ । ଡିଏଗୋଙ୍କ ଗାଡି ଯେଉଁଠାରୁ ମିଳିଥିଲା ଏହି ସାର୍କ ମାର୍ଚ୍ଚ ସେଠାରୁ ଧରାପଡିଥିଲା ।

ମାଛ ଧରାଳି ମାଛ କାଟିବା ବେଳେ ମାଛ ପେଟରୁ ଏକ ହାତ ମିଳିଥିଲା। ସେମାନେ ତୁରନ୍ତ କୋଷ୍ଟ ଗାର୍ଡକୁ ଏ ବିଷୟରେ ସୂଚନା ଦେଇଥିଲେ । ତେବେ ନିଖୋଜ ବ୍ୟକ୍ତିଙ୍କୁ ପୋଲିସ ଖୋଜୁଥିବା ବେଳେ ସାର୍କ ପେଟରୁ ହାତ ବାହାରିବା ପରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଫଳରେ ହାତରେ ଥିବା ଏକ ଟାଟୁ ଯୋଗୁଁ ପରିବାର ଲୋକେ ଡିଏଗୋ ବୋଲି ଜାଣିବାକୁ ପାଇଥିଲେ । ତେବେ ଡିଏଗୋଙ୍କ ମୃତ୍ୟୁ କିପରି ହେଲା ତା’ର ସଠିକ୍‌ ପ୍ରମାଣ ଏଯାଏ ମିଳିନାହିଁ। ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.