Below header

ରାଜ୍ୟ ସରକାର ଦେଲେ କ୍ଷତିପୂରଣ: ଦୀର୍ଘ ୧୭ବର୍ଷ ପରେ ଗୋଟେ ମା’କୁ ମିଳିଲା ନ୍ୟାୟ

କଥାରେ ଅଛି ଅପେକ୍ଷାର ଫଳ ମିଠା। ଦୀର୍ଘ ୧୭ବର୍ଷର ଅପେକ୍ଷା ପରେ ବର୍ତ୍ତମାନ ମିଳିଛି ନ୍ୟାୟ। ପୋଲିସ୍ ଗୁଳିରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟଣା ହୁଏତ ଆପଣ ଭୁଲିଯିବେଣି। କିନ୍ତୁ ଦୀର୍ଘ ୧୭ବର୍ଷ ପରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ପରିବାରକୁ ନ୍ୟାୟ ମିଳିଛି ।

ସାଲେପୁର(କେନ୍ୟୁଜ୍) :  କଥାରେ ଅଛି ଅପେକ୍ଷାର ଫଳ ମିଠା। ଦୀର୍ଘ ୧୭ବର୍ଷର ଅପେକ୍ଷା ପରେ ବର୍ତ୍ତମାନ ମିଳିଛି ନ୍ୟାୟ। ପୋଲିସ୍ ଗୁଳିରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟଣା ହୁଏତ ଆପଣ ଭୁଲିଯିବେଣି। କିନ୍ତୁ ଦୀର୍ଘ ୧୭ବର୍ଷ ପରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ପରିବାରକୁ ନ୍ୟାୟ ମିଳିଛି । ମୃତକଙ୍କ ପରିବାର ବର୍ଗକୁ ୭ଦିନ ଭିତରେ ୫୦ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ତେବେ ହାଇକୋର୍ଟର ନିର୍ଦ୍ଦେଶପରେ ଆଜି ଜଗସିଂହପୁର ଡିଏସପି ସରୋଜିନୀ ସିଂହ ମୃତ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମା ନିଗାର ବେଗମଙ୍କୁ କଟକ ଜିଲ୍ଲା ସାଲେପୁରଥାନା ରାଇସୁଙ୍ଗୁଡା ପଂଚାୟତ ଧୂଆଁସାହି ଗ୍ରାମରେ ତାଙ୍କ ବାସଭବନରେ ପହଂଚି ୫୦ଲକ୍ଷଟଙ୍କାର ଚେକ ପ୍ରଦାନ କରିଛନ୍ତି।

ସୂଚନାମୁତାବକ ୨୦୦୫ ମସିହାରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲି ଚଣ୍ଡୀଖୋଲ ପାରାଦ୍ୱୀପ ପୋର୍ଟ ଷ୍ଟ୍ରଷ୍ଟ ରାସ୍ତା ପ୍ରକଳ୍ପରେ ହିନ୍ଦୁସ୍ତାନ କନଷ୍ଟ୍ରକ୍ସନ କମ୍ପାନୀ ଅଧୀନରେ ଇଂଜିନିୟର ଭାବେ କାମ କରୁଥିଲେ। ୨୦୦୫ ମସିହା ନଭେମ୍ବର ୨୮ ତାରିଖ ରାତିରେ ଏହି କମ୍ପାନୀର ଜେନସେଟ ଅପରେଟରକୁ ପୋଲିସ ଉଠାଇନେଇଥିଲା।

ଏହାର କାରଣ ଜାଣିବା ପାଇଁ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ସହ ଅନ୍ୟମାନେ ଚକ୍ରଧରପୁର ପୋଲିସ ଆଉଟ ପୋଷ୍ଟକୁ ଯାଇଥିଲେ। ତତ୍କାଳୀନ ଇନଚାର୍ଜ ମୁରଲୀଧର ସାହୁ ଗୁଳି ଚଳାଇଥିଲେ। ଏଥିରେ କଟକ ଜିଲ୍ଲା ସାଲେପୁରଥାନା ରାଇସୁଙ୍ଗୁଡା ପଂଚାୟତ ଧୂଆଁସାହି ଗ୍ରାମର ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା।

ତେବେ ଏହା ଭିତରେ ବିତିଗଲାଣି ୧୭ବର୍ଷ। ଦୀର୍ଘ ୧୭ବର୍ଷ ପରେ ବର୍ତ୍ତମାନ ହାଇକୋର୍ଟ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ, ତାଙ୍କ ବାସଭବନରେ ଜଗସିଂହପୁର ଡିଏସପି ପହଂଚି ପରିବାରବର୍ଗକୁ ଉକ୍ତ ୫୦ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏ ନେଇ ପରିବାରବର୍ଗ ମାନ୍ୟବାର ହାଇକୋର୍ଟକୁ କୃତଜ୍ଞତା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.