ବଦଳିଲା ରାହୁଲ ଗାନ୍ଧିଙ୍କ ଲୁକ୍‌: ୧୭୦ ଦିନ ପରେ ଟ୍ରିମ୍‌ କଲେ ଦାଢି ଓ ନିଶ, ଲଣ୍ଡନରେ ପହଞ୍ଚିବା ପରେ ନୂଆ ଲୁକ୍‌ରେ ଆସିଲେ ନଜର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନୂଆ ଲୁକ୍‌ । ୧୭୦ ଦିନ ପରେ ନୂଆ ଲୁକରେ ନଜର ଆସିଛନ୍ତି ରାହୁଲ ଗାନ୍ଧି । ଭାରତ ଯୋଡୋ ଯାତ୍ରା ସଂପୂର୍ଣ୍ଣ କରିବା ପରେ ରାହୁଲ ବ୍ରିଟେନ ପହଞ୍ଚିଛନ୍ତି । ଆଉ ଲଣ୍ଡନ ପହଞ୍ଚିବା ପରେ ରାହୁଲଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନୂଆ ଲୁକ୍‌ ସାମ୍ନାକୁ ଆସିଛି । ୧୭୦ ଦିନ ପରେ ନୂଆ ଲୁକରେ ନଜର ଆସିଛନ୍ତି ରାହୁଲ ଗାନ୍ଧି । ଭାରତ ଯୋଡୋ ଯାତ୍ରା ସଂପୂର୍ଣ୍ଣ କରିବା ପରେ ରାହୁଲ ଗାନ୍ଧି ମଙ୍ଗଳବାର ଦିନ ବ୍ରିଟେନ ପହଞ୍ଚିଛନ୍ତି । ଆଉ ଲଣ୍ଡନ ପହଞ୍ଚିବା ପରେ ରାହୁଲଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଛି । ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ବେଳରୁ ଦାଢି ରଖିଥିଲେ ରାହୁଲ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା ।

ତେବେ ରାହୁଲ ଯାତ୍ରା ସଂପୂର୍ଣ୍ଣ କରିବା ପରେ ବିଟ୍ରେନ ପହଞ୍ଚି ନିଜର ଲୁକ୍‌ ବଦଳାଇଛନ୍ତି । ରାହୁଲ ଗାନ୍ଧି ଦାଢି ନିଶ ଟ୍ରିମ କରିବା ସହିତ ଟାଇ ଏବଂ କୋଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି । ଆଉ ଏହି ଲୁକ୍‌ ଏବେ ଭାଇରଲ ହେବାରେ ଲାଗିଛି ।

ରାହୁଲ ୭ ଦିନ ପାଇଁ ବ୍ରିଟେନ ଯାତ୍ରା କରିଛନ୍ତି । ଏହି ସମୟରେ କେମ୍ବ୍ରିଜ ୟୁନିଭରସିଟିରେ ଲେକ୍ଚର ଦେବେ । ଏହି ସମୟରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ଦେବେ । ରାହୁଲ ଗାନ୍ଧି ‘ଲର୍ଣ୍ଣିଂ ଟୁ ଲୁସନ ଇନ ଦ ୨୧ ସେଞ୍ଜୁରୀ’ ବିଷୟରେ ଛାତ୍ରଙ୍କୁ ସମ୍ବୋଧିତ କରିବେ । ସେହିପରି ବିଗ୍‌ ଡାଟା ଆଣ୍ଡ ଡେମୋକ୍ରାସି ଏବଂ ଭାରତ ଚାଇନା ସଂପର୍କ ବିଷୟରେ ମଧ୍ୟ କହିବେ ।

ରାହୁଲ ଟ୍ଵିଟ୍‌ କରି କହିଛନ୍ତି, କେମ୍ବ୍ରିଜ ୟୁନିଭରସିଟି ଯାଇ ଲେକ୍ଚର ଦେବାକୁ ନେଇ ଉତ୍ସାହିତ ରହିଛି । ଆଉ ଏଠାରେ ଛାତ୍ରଙ୍କୁ ସମ୍ବୋଧିତ କରିବା ମୋ ପାଇଁ ଗୌରବର ବିଷୟ ।

ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୭ ତାରିଖରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧି । ଦେଶର ଅନେକ ରାଜ୍ୟରେ ଏହି ଯାତ୍ରା ହୋଇଥିଲା। ଏହି ସମୟରେ ରାହୁଲ ନିଜର ଦାଢି ଏବଂ ନିଶ ବଢାଇଥିଲେ ।ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗିଥିଲା। ସେ ପ୍ରଧାନମନ୍ତ୍ରୀକୁ ନକଲ କରୁଛନ୍ତି ବୋଲି ଲୋକେ କହୁଥିଲେ । ରାହୁଲଙ୍କ ଲୁକ୍‌ ଦେଖି ସାଧୁ ସନ୍ଥ ଠାରୁ ଆରମ୍ଭ କରି ଅନ୍ୟ ସବୁ କିଛି ଲୋକେ କହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.