ପୁଣି ବୁଲା କୁକୁରଙ୍କ ଦୌରାତ୍ମ୍ୟ, ହସପିଟାଲରୁ ମା’ ପାଖରୁ ପିଲାକୁ ଟେକି ନେଇ ମାରିଦେଲା

ମା’ ପାଖରେ ଶୋଇଥିବା ପିଲା ଟେକି ନେଇ ମାରିଦେଲା ବୁଲା କୁକୁର। ଏଭଳି ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଏକ ସରକାରୀ ହସପିଟାଲରେ ଘଟିଛି ।

ମା’ ପାଖରେ ଶୋଇଥିବା ପିଲା ଟେକି ନେଇ ମାରିଦେଲା ବୁଲା କୁକୁର। ଏଭଳି ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଏକ ସରକାରୀ ହସପିଟାଲରେ ଘଟିଛି । ହସପିଟାଲରେ ମା’ ପାଖରେ ଶୋଇଥିବା ମାସକର ଶିଶୁକୁ ବୁଲା କୁକୁର ଟେକି ନେଇ ଝୁଣି ମାରିଦେଇଛି। ପିଲାର ମୃତଦେହ ହସପିଟାଲ ଓ୍ଵାର୍ଡ ବାହାରେ ପଡିଥିବା ପୋଲିସ ସୂଚନା ଦେଇଛି ।

ରାଜସ୍ଥାନର ସିରୋହି ଜିଲ୍ଲାରେ ଦୁଇଟି ବୁଲା କୁକୁର ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲର ଟିବି ୱାର୍ଡରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଫେରିଲା ବେଳକୁ ଶିଶୁଟିକୁ ୱାର୍ଡ ଭିତରୁ ଟେକି ନେଉ ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

କୋଟୱାଲିର ଏସଏଚ୍ଓ ସୀତାରାମ କହିଛନ୍ତି, ଶିଶୁଟିର ବାପା ମହେନ୍ଦ୍ର ମୀନା ହସ୍ପିଟାଲରେ ଆଡମିଟ ହୋଇଥିଲେ। ତାଙ୍କ ପାଖରେ ପତ୍ନୀ ରେଖା ୩ ପିଲାଙ୍କୁ ଧରି ରହିଥିଲେ। ତେବେ ସୋମବାର ରାତିରେ ରେଖା ସାମାନ୍ୟ ଶୋଇ ପଡ଼ିଥିବା ବେଳେ ବୁଲା କୁକୁର ହସ୍ପିଟାଲ ଭିତରେ ପଶି ଶିଶୁଟିକୁ ଟେକି ନେଇ ଯାଇ ମାରି ଦେଇଛି। ଆଉ ଘଟଣା ବେଳେ ହସ୍ପିଟାଲର କର୍ମଚାରୀ ୱାର୍ଡ ଭିତରେ ଉପସ୍ଥିତ ନଥିଲେ।

ସେପଟେ ଶିଶୁଟିର ବାପା ମହେନ୍ଦ୍ର ସାଂଘାତିକ ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସ ମହେନ୍ଦ୍ରଙ୍କ ପତ୍ନୀ ରେଖାଙ୍କ ଠାରୁ ଗୋଟେ ସାଧା କାଗଜରେ ଦସ୍ତଖତ ନେଇ କିଛି ନ ଜଣାଇ ଶିଶୁଟିର ଅନ୍ତିମ ସଂସ୍କାର କରି ଦେଇଥିବା ମହେନ୍ଦ୍ର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୁଁ ସୋମବାର ହସ୍ପିଟାଲରେ ଆଡମିଟ ହୋଇଥିଲି। ବୁଲା କୁକୁର ସେତେବେଳେ ବି ୱାର୍ଡକୁ ଭିତରକୁ ପଶିଥିଲେ। କିନ୍ତୁ ସେମାନଙ୍କୁ ଘଉଡ଼ାଇ ଦେଇଥିଲି। ମୋ ପତ୍ନୀ ରାତି ୨ଟାରେ ଉଠିଲା ବେଳକୁ କୁକୁରମାନେ ଆମ ପିଲାକୁ ଝୁଣି ମାରି ଦେଇଥିବା ଦେଖିବାକୁ ପାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସ ଆମ ବିନା ଅନୁମତିରେ ଅନ୍ତିମ ସଂସ୍କାର କରିଛନ୍ତି। ଏହି ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ତେଲେଙ୍ଗାନାର ନିଜାମାବାଦରେ ଜଣେ ୫ ବର୍ଷର ପିଲାକୁ କୁକୁର ଝୁଣି ମାରିଦେଇଥିଲେ । ପିଲାଟି କଲୋନୀ ଭିତରେ ଖେଳୁଥିବା ବେଳେ ବୁଲା କୁକୁର ତାକୁ ବାରମ୍ବାର କାମୁଡି ଲହୁଲୁହାଣ କରିବା ପରେ ମାରିଦେଇଥିଲେ । ଯାହାର ସିସିଟିଭ ଫୁଟେଜ ଭାଇରଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.