ନୂଆ କାର କିଣିବା ଆଗରୁ ତୁରନ୍ତ କରନ୍ତୁ ଏହି କାମ, କମିବ ପ୍ରିମିୟମ ସହ ମିଳିବ ବଢ଼ିଆ ଇନସୁରାନ୍ସ କଭରେଜ

ଯେବେ ବି ଆମେ କୌଣସି ନୂଆ ଗାଡ଼ିକୁ କିଣିଥାଉ ସେତେବେଳେ କାର ଇନୁସରାନ୍ସ ନେବା ମଧ୍ୟ ସମସ୍ତଙ୍କ ପାଇଁ ଜରୁରୀ ହୋଇଥାଏ। ଗାଡ଼ି ଯାହାବି ହୋଇଥାଉ ଏହାସହିତ ଇନସୁରାନ୍ସ ରହିବା ନିହାତି ଜରୁରୀ। ଏମିିତିରେ ବାହନ ଚୋରି ହେଲେ ଯେମିତି କିଛି ଅସୁବିଧା ହେବ ନାହିଁ।ଯଦି ଆପଣ ଠିକ ଭାବେ କାର ଇନସୁରାନ୍ସ କରିବେ ତେବେ ଆପଣଙ୍କ ଟଙ୍କା ବଞ୍ଚିବ ଓ ପ୍ରିିମିୟମ ମଧ୍ୟ କମ ଦେବାକୁ ପଡ଼ିବ। ଏହା ସମ୍ପର୍କରେ ଜାଣିନିିଅନ୍ତୁ।

ଗାଡ଼ି କିଣିବା ସମୟରେ ଯଦି ଆପଣ କିଛି ଜରୁରୀ କଥା ଉପରେ ଧ୍ୟାନ ନଦେବେ ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ରକମ ଦେବାକୁ ପଡ଼ିପାରେ। ଏମିତିରେ ଆପଣ ଠକାମିରୁ ରକ୍ଷା ପାଇବେ। ଏଠାରେ ଆମେ ଆପଣଙ୍କୁ କାର ଇନସୁରାନ୍ସ ସମ୍ପର୍କରେ କିଛି ଜରୁରୀ ଟମର୍ସ ସମ୍ପର୍କରେ କହିବୁ ଯାହାକୁ ଜାଣିବା ଆପଣଙ୍କ ପାଇଁ ଖୁବ ଜରୁରୀ।

ଏବେ କାରର ବିକ୍ରି ଲଗାତାର ଭାବେ ବଢ଼ିବାରେ ଲାଗିଛି। ଏଥିରୁ ଜଣାପଡ଼ୁଛି ଯେ ଲୋକମାନେ ଲଗାତାର ଭାବେ କାର କିଣୁଛନ୍ତି। ସେମିତି କାର କିଣିବା ପରେ ତାର ଦେଖାଶୁଣା କରିବା ମଧ୍ୟ ନିହାତି ଜରୁରୀ। ଏହାସହିତ କାର କିଣିବାର ତୁରନ୍ତ ପରେ ଏକ କାମ କରିବା ଜରୁରୀ। ଯେମିତିକି ଆପଣଙ୍କ ଟଙ୍କା କମ ଖର୍ଚ୍ଚ ହେବ। ଯେବେ ବି ଆମେ କୌଣସି ନୂଆ ଗାଡ଼ିକୁ କିଣିଥାଉ ସେତେବେଳେ କାର ଇନୁସରାନ୍ସ ନେବା ମଧ୍ୟ ସମସ୍ତଙ୍କ ପାଇଁ ଜରୁରୀ ହୋଇଥାଏ। ଗାଡ଼ି ଯାହାବି ହୋଇଥାଉ ଏହାସହିତ ଇନସୁରାନ୍ସ ରହିବା ନିହାତି ଜରୁରୀ। ଏମିିତିରେ ବାହନ ଚୋରି ହେଲେ ଯେମିତି କିଛି ଅସୁବିଧା ହେବ ନାହିଁ। ଆପଣଙ୍କର ଏଥିରେ ଯେପରି କିଛି କ୍ଷତି ହେବ ନାହିଁ। ଆକ୍ସିଡେଣ୍ଟ ପରେ ଅନ୍ୟ ପକ୍ଷର ଲୋକ ଏଥିପାଇଁ ଟଙ୍କା ଦେବେ। ଗାଡ଼ିର ଇନସୁରାନ୍ସ ୧ ରୁ ୩ ବର୍ଷ ମଧ୍ୟରେ ଥାଏ। ଏ ହାପରେ ଇନସୁରାନ୍ସକୁ ରିନ୍ୟୁ କରିବାକୁ ପଡେ। କିନ୍ତୁ ଏହିସମୟରେ କିଛି ଜରୁରୀ କଥାକୁ ଧ୍ୟାନ ରଖନ୍ତୁ। ଏମିତିରେ ଆପଣ ମୋଟା ଅଙ୍କର ରକମ ଦେବାକୁ ପଡ଼ିବ ନାହିଁ।

ପ୍ରକୃତରେ କାର କିଣିବା ସମୟରେ କାର ଇନସୁରାନ୍ସ କୁ ନେଇ ଅଧିକ ଧ୍ୟାନ ରଖିବା ଜରୁରୀ। ଯଦି ଆପଣ ଠିକ ଭାବେ କାର ଇନସୁରାନ୍ସ କରିବେ ତେବେ ଆପଣଙ୍କ ଟଙ୍କା ବଞ୍ଚିବ ଓ ପ୍ରିିମିୟମ ମଧ୍ୟ କମ ଦେବାକୁ ପଡ଼ିବ। ଏହା ସମ୍ପର୍କରେ ଜାଣିନିିଅନ୍ତୁ।

ଥାର୍ଡ ପାର୍ଟିି ଇନସୁରାନ୍ସ:
କାର କିଣିବା ସହିତ ଲୋକଙ୍କୁ କାର ଇନସୁରାନ୍ସ ନେବା ବହୁତ ଜରୁରୀ ହୋଇଥାଏ। ଦୁଘଟଣା ସ୍ଥିତିରେ କାର କୁ ନେଇ ହେଉଥିବା କ୍ଷତି ର ଭରପାଇ କରିବା ପାଇଁ ଇନସୁରାନ୍ସ ଗୁରୁତ୍ୱପୂର୍ଣ୍ଣ। ସେମିତିରେ ଯଦି ଆପଣଙ୍କ ପାଖରେ କାର ଇନୁସରାନ୍ସ ନାହିଁ ତେବେ ଜରିମାନା ବି ଲାଗିପାରେ। ଏମିତିରେ ଥାର୍ଡ ପାର୍ଟି ଇନସୁରାନ୍ସ କରିନେବା ଜରୁରୀ।

ପଲିସିି କିଣନ୍ତୁ:
ମନଇଚ୍ଛା ପଲିସି କରନ୍ତୁ ନାହିଁ। ଆପଣ ନିଜ ଆବଶ୍ୟକତା ଅନୁସାରେ ପଲିିସିକୁ ଚୁଜ କରନ୍ତୁ। ଯାହାଠୁ ଆପଣ କାର କିଣୁଛନ୍ତି ତାଙ୍କ ଦ୍ୱାରା ଆପଣଙ୍କୁ ପଲିସି ଦିଆଯିବ। ଏମିତିରେ ସେ ମହଙ୍ଗା ପଲିସି ବି ଦେଇପାରନ୍ତି। କିନ୍ତୁ ଆପଣ ସଜାଗ ରହି ନିଜ ଆବଶ୍ୟକତା ହିସାବରେ ପଲିସି କିଣନ୍ତୁ। ପଲିସିରେ କଣ କଣ କଭରେଜ ମିଳୁଛି ତାହା ଚେକ କରନ୍ତୁ। ଭଲ ଓ କମ ପ୍ରିମିୟମ ର ବଢ଼ିଆ ପଲିସି ଆପଣ ଏଥିରୁ ପାଇପାରିବେ।

Zero Depreciation Cover:
ଏହାକୁ ଜିରୋ ଡେପ କୁହାଯାଏ। ଯଦି ଆପଣ ଇନସୁରାନ୍ସ ସହିତ ଜିରୋ ଡେପ କଭର ନେଉଛନ୍ତି ତେବେ ଗାଡ଼ି କ୍ଷତିଗ୍ରସ୍ତ ହେବା ପରେ ଏହାକୁ ଠିକ କରିବା ପାଇଁ ଆପଣଙ୍କ ଠୁ କୌଣସି ଚାର୍ଜ ନିଆଯିବ ନାହିଁ। ନାହିଁ ବାରମ୍ବାର ଏହା ନିଆଯିବ। ଜିରୋ ଡିପ୍ରିସିଏସନ୍‌ କଭର ନୁଆ କାର କିମ୍ବା ଅଧିକ ତମ ଭାବେ ୩ ବର୍ଷ ପୁରୁଣା କାର ରେ ମିଳିଥାଏ।

ଅଧିକ କଭରେଜ:
ଯଦି ଆପଣ ନୂଆ କାର କିଣୁଛନ୍ତି ତେବେ କମ୍ପ୍ରିହେସିବ ମୋଟର ଇନସୁରାନ୍ସ ପଲିସି କୁ କିଣିପାରିବେ। ଏହି ପଲିସିରେ ବାତ୍ୟା, ଭୂକମ୍ପ, ଝଡ଼ ତୋଫାନ ଭଳି ପ୍ରାକୃତିକ ଦୁର୍ବିପାକ କାରଣରୁ କିଛି କ୍ଷତି ଘଟିଲେ କଭରେଜ ଖୁବ ସହଜରେ ପାଇପାରିବେ। ଏହି ପଲିସି କମ ଦାମରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.