ମାତ୍ର ୪୬ ହଜାର ଟଙ୍କାରେ କିଣିପାରିବେ Hero Electric Flash LX(VRLA), ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଦିନକୁ ଦିନ ପେଟ୍ରୋଲ ଦାମ୍‌ ମହଙ୍ଗା ହୋଇଚାଲିଛି। ଏମିତିରେ ଯଦି ଆପଣ ଇଲେକ୍ଟ୍ରିକ୍‌ ସ୍କୁଟର କିଣିବାକୁ ଚାହୁଁଛନ୍ତି କି ? ଆପଣଙ୍କ ବଜେଟ ୫୦ ହଜାର ଟଙ୍କାରୁ କମ୍‌ ରହିଛି କି ? ଆପଣ ଯଦି କିଣିବାକୁ ଚାହୁଁଚନ୍ତି, ତେବେ Hero କମ୍ପାନୀ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ସ୍କୁଟରHero Electric Flash LX(VRLA) କିଣିପାରିବେ।

ବର୍ତ୍ତମାନ ପେଟ୍ରୋଲ ଦାମ୍‌ ଲଗାତାର ମହଙ୍ଗା ହେବାରେ ଲାଗିଛି। ଏପରିସ୍ଥଳେ ଦେଶର ପ୍ରମୁଖ ଅଟୋ କମ୍ପାନୀ ମଧ୍ୟ ଇଲେକ୍ଟ୍ରିକ ଗାଡି ପ୍ରସ୍ତୁତ କରିବା ଉପରେ ଫୋକସ କରୁଛି। ଖାସ୍‌ ଏହି କାରଣ ଯୋଗୁଁ କମ୍ପାନୀ ଗୁଡିକ ନୂଆ ନୂଆ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରୁଛନ୍ତି। ଏମିତିରେ ଯଦି ଲୋକ ଇଲେକ୍ଟ୍ରିକ ବାଇକ୍‌ କିଣିବାକୁ ଚାହୁଁଚନ୍ତି, ତେବେ ଆପଣ ହିରୋ କମ୍ପାନୀର ଗାଡି କିଣିପାରିବେ।

ଏବେ ବଜାରରେ ଅନେକ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟର ଉପଲବ୍ଧ। କିନ୍ତୁ ଅଧିକତମ ସ୍କୁଟରର ଦାମ୍‌ ୧ ଲକ୍ଷ ପାଖାପାଖି ରହିଛି। ଯାହାକୁ ସାଧାରଣ ଲୋକ ଚାହିଁ ମଧ୍ୟ କିଣିପାରୁନାହିଁ। ଯଦି ଆପଣ ୫୦ ହଜାର ଟଙ୍କାରୁ କମ୍‌ ଦାମରେ ଇଲେକ୍ଟ୍ରିକ ସ୍କୁଟି କିଣିବାକୁ ଚାହୁଁଛନ୍ତି, ତେବେ ହିରୋର ଏହି ଗାଡି କିଣିପାରିବେ।

Hero Electric Flash LX(VRLA) ର ଦାମ୍‌ ଦିଲ୍ଲୀରେ ଏକ୍ସ ଶୋରୁମ୍‌ ଦାମ୍‌ ୪୬,୬୪୦ ଟଙ୍କା ରହିଛି। ଏହି ଇଲେକ୍ଟ୍ରିକ ସ୍କୁଟର ଦୁଇଟି କଲର ଅପସନ ରେଡ ଏବଂ ସିଲଭର ରଙ୍ଗରେ ଆସୁଛି। ସ୍କୁଟରରେ ଆଗରେ ଏଲଇଡି ହେଡଲ୍ୟାମ୍ପ୍ସ ରହିଛି, ଯାହାର ଲୁକ୍‌ ବହୁତ ଷ୍ଟାଇଲିସ। ସ୍କୁଟରରେ ସିଙ୍ଗଲ ସିଟ୍‌ ଡିଜାଇନ ରହିବା ସହିତ ପଛରେ ଜିନିଷ ରଖିବା ପାଇଁ କ୍ୟାରିଅର ମଧ୍ୟ ଦଆଯାଇଛି।

ଏହି ଶସ୍ତା ଇଲେକ୍ଟ୍ରିକ ସ୍କୁଟର ସିଙ୍ଗଲ ଚାର୍ଜରେ ୫୦ କିମି ଯିବାକୁ ସମର୍ଥ ହୋଇଥାଏ। ଏଥିରେ ୪୮ ଓ୍ଵାଟର ବ୍ୟାଟେରୀ ପ୍ୟାକ୍‌ ଦିଆଯାଇଛି। ଏହି ସ୍କୁଟର ଟପ୍‌ ସ୍ପିଡ ୨୫ କେଏମପିଏଚ ରହିଛି। ବ୍ୟାଟେରୀ ଫୁଲ ଚାର୍ଜ ହେବା ପାଇଁ ୮ରୁ ୧୦ ଘଣ୍ଟା ସମୟ ଲାଗିଥାଏ। ଏହାକୁ ଚଲାଇବା ପାଇଁ କୌଣସି ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେସନ କରିବାକୁ ପଡିବ ନାହିଁ।

ଫିଚର୍ସ :

ଏହି ସ୍କୁଟରରେ ଡିଜିଟାଲ ଇଷ୍ଟମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଯେଉଁଥିରେ ସ୍ପିଡ ଏବଂ ବ୍ୟାଟେରୀ ଲେବଲ ବିଷୟରେ ବିବରଣୀ ମିଳିଯାଏ। ସ୍କୁଟରରେ ୧୨ ଇଂଚର ଆଲଏ ହ୍ଵିଲ ଦିଆଯାଇଛି। ଯାହା ସ୍କୁଟରକୁ ଷ୍ଟାଇଲିଶ ସହିତ ହାଲକା ମଧ୍ୟ କରିଥାଏ। ଏହି ସ୍କୁଟରରେ ମୋବାଇଲ ଚାର୍ଜ ପାଇଁ ୟୁଏସବି ଚାର୍ଜିଂ ପୋର୍ଟ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.