ଡିସେମ୍ବରରେ ବଦଳୁଛି ଏହି ନିୟମ, ଆପଣଙ୍କ ଜୀବନ ଉପରେ ପଡିବ ଏହାର ସିଧା ପ୍ରଭାବ

ଆସନ୍ତାକାଲିରୁ ପରିବର୍ତ୍ତନ ହେବାକୁ ଯାଉଛି ଅନେକ ଗୁରୁତ୍ୱପୁର୍ଣ୍ଣ ନିୟମ। ଯାହାର ସିଧାପ୍ରଭାବ ଆପଣଙ୍କ ପକେଟ୍‌ ଉପରେ ପଡିବ। ଏହି ପରିବର୍ତ୍ତନ ଆପଣଙ୍କ ଦୈନ୍ୟନ୍ଦିନ ଜୀବନ ଉପରେ ନିଶ୍ଚୟ ପ୍ରଭାବ ପକାଇବ। ହଁ ଆଜ୍ଞା ଅନେକ କିଛି ନିୟମର ପରିବର୍ତ୍ତନ ହେଉଛି କାଲି ଠାରୁ।

ଡିସେମ୍ବର ପହିଲାରୁ ଘରୋଇ ସିଲିଣ୍ଡରର ଦାମ ହ୍ରାସ ପାଇପାରେ। ଶୀତ ଋତୁ କାରଣରୁ ଅନେକ ଟ୍ରେନର ସମୟ ପରିବର୍ତ୍ତନ ହୋଇପାରେ। ଜୀବନ ପ୍ରମାଣପତ୍ର ଜମା ନକଲେ ପେନସନଧାରକଙ୍କୁ ସମସ୍ୟା ହୋଇପାରେ। ତେବେ ଆସନ୍ତୁ ଜାଣିବା ଡିସେମ୍ବର ମାସରେ କଣ କଣ ସବୁ ନିୟମରେ ପରିବର୍ତ୍ତନ ହେଉଛି।

ଏଟିଏମରୁ ପଇସା ଉଠାଇବା ଏବେ ହେବ ଆହୁରି ସୁରକ୍ଷିତ

ବର୍ତ୍ତମାନ ଆମେ ଏଟିଏମରୁ ଯେଉଁଭଳି ଭାବେ ଟଙ୍କା ଉଠାଉଛନ୍ତି, ସେଥିରେ ଜାଲିଆତି ହେବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା କାଢିବା ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଏଟିଏମ କାର୍ଡ ଲଗାଇବା ମାତ୍ରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପିକୁ ଏଟିଏମ ସ୍କ୍ରିନରେ ଦେଇଥିବା କଲମରେ ଏଣ୍ଟର କରିବାକୁ ପଡିବ। ଏହା ପରେ ଯାଇ ଆପଣ ଟଙ୍କା କାଢି ପାରିବେ। ଅନେକ ବ୍ୟାଙ୍କ ମଧ୍ୟ ଏହି ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି।

ଜୀବନ ପ୍ରମାଣ ପତ୍ର ନଦେଲେ ପେନସନ ମିଳିବା ମୁସ୍କିଲ

ପେନସନଧାରକଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଅର୍ଥାତ ଲାଇଫ ସାର୍ଟିଫିକେଟ୍ ଜମା କରିବାର ଶେଷ ତାରିଖ ହେଉଛି ୨୦୨୨ ନଭେମ୍ବର ୩୦। ଏମିତିରେ ଯଦି ଚଳିତ ମାସ ଶେଷ ସୁଦ୍ଧା ନିଜର ଜୀବନ ପ୍ରମାଣପତ୍ର ଜମା କରି ନାହାନ୍ତି ତେବେ ଡିସେମ୍ବର ୧ରେ ଏହି କାମ କରିବାରେ ଅସୁବିଧା ହୋଇପାରେ। ଯଦି ଠିକ୍ ସମୟରେ ଲାଇଫ ସାର୍ଟିଫିକେଟ୍ ଜମା ନକରନ୍ତି ତେବେ ପେନସନ ରାଶି ଅଟକିଯାଇପାରେ।

dec 1ଏଲପିଜି ଦାମ ବଦଳିପାରେ

ଗତ ମାସରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ ହ୍ରାସ ହୋଇଥିଲା। ଏଥର ଘରୋଇ ସିଲିଣ୍ଡରର ଦାମ କମ ହୋଇପାରେ। ଅକ୍ଟୋବର ମାସର ତଥ୍ୟ ଅନୁଯାୟୀ, ଖୁଚୁରା ମହଙ୍ଗା ସେକ୍ଟରରେ ଦାମ କମିବାର ସଙ୍କେତ ମିଳୁଛି। ତେଣୁ ଆଶା କରାଯାଉଛି ସିଏନଜି ଏବଂ ପିଏନଜି ଦାମରେ ମଧ୍ୟ ହ୍ରାସ ଘଟିପାରେ ବୋଲି ଘୋଷଣା ହୋଇପାରେ। ଯଦିଓ ଏହା ଡିସେମ୍ବର ପହିଲାରେ ହିଁ ଜଣା ପଡିବ।

ବଦଳିବ ଟ୍ରେନ ସମୟ ସାରଣୀ

ଡିସେମ୍ବର ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ଥଣ୍ଡା ସହିତ କୁହୁଡି ବଢିବାରେ ଲାଗିଥାଏ। ଏଥିରେ ଟ୍ରେନ ଯାତାୟତରେ ସମସ୍ୟା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନିଜର ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନୂତନ ସମୟ ସାରଣୀ ଅନୁସାରେ ଟ୍ରେନ ଚଳାଚଳ କରିବ। କେଉଁ ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ ଘଟିଛି ଏହାର ସୂଚନା ଡିସେମ୍ବର ୧ରୁ ମିଳିଯିବ।

୧୩ ଦିନ ବ୍ୟାଙ୍କ ବନ୍ଦ ରହିବ

ଡିସେମ୍ଵର ମାସରେ ମୋଟ୍ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଓ ରବିବାରର ଛୁଟି ସାମିଲ୍ ରହିଛି। ଚଳିତ ମାସରେ କ୍ରିସମାସ, ବର୍ଷର ଶେଷ ଦିନ ଅର୍ଥାତ୍‌ ଡିସେମ୍ବର ୩୧ ଏବଂ ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ମଧ୍ୟ ପଡୁଛି।

ତେବେ ଏହା ଥିଲା ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ପହିଲାରୁ ପରିବର୍ତ୍ତନ ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିୟମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.