Below header

ବ୍ୟାଙ୍କରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକସନ୍‌ କରୁଛନ୍ତି କି?ଜାଣନ୍ତୁ ଆଜିଠୁ RBI ବଦଳାଇଲା କେଉଁ ନିୟମ

ନୂଆଦିଲ୍ଲୀ :  ଅନ୍‌ଲାଇନ୍‌ରେ ଟଙ୍କା ନେଣଦେଣ କରୁଥିବା ବ୍ୟକ୍ତିଙ୍କ ଲାଗି ବଡ଼ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ସୁବିଧାଙ୍କ ଲାଗି ଆଜିଠାରୁ ନିଜର କିଛି ନିୟମରେ ପରିବର୍ତ୍ତନ କରୁଛି। ଆରବିଆଇ ରିୟଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ ପ୍ରଣାଳୀ(ଆର୍‌ଟିଜିଏସ୍‌)ରେ ଟଙ୍କା ନେଣଦେଣ କରିବାର ସମୟ ଏକ ଘଣ୍ଟା ବୃଦ୍ଧି କରିଛି। ଡିଜିଟାଲ ଟ୍ରାନ୍‌ଜାକ୍ସନ୍‌ର ବହୁଳ ବ୍ୟବହାର ପାଇଁ ଆରବିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏହା ଆଜିଠାରୁ ଲାଗୁ ହୋଇଛି। ଏବେ ବ୍ୟାଙ୍କ ଉପଭୋକ୍ତା ସକାଳ ୮ ଟା ବଦଳରେ ୭ଟାରୁ ହିଁ ଆର୍‌ଟିଜିଏସ୍‌ ମାଧ୍ୟମରେ ଟ୍ରାନ୍‌ଜାକ୍ସନ୍‌ କରିପାରିବେ। ଆର୍‌ଟିଜିଏସ୍‌ ବ୍ୟବସ୍ଥାକୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ସୂଚନା ମିଳିଛି। ବ୍ୟାଙ୍କର ଗ୍ରାହକଙ୍କ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ସେହିପରି ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ଇଣ୍ଟର ବ୍ୟାଙ୍କ ଟ୍ରାନ୍‌ଜାକସନ୍‌ ଏବଂ ସନ୍ଧ୍ୟା ୭.୪୫ରୁ ରାତି ୮ଟା ଯାଏଁ ଇଣ୍ଟ୍ରାଡେ ଲିକ୍ୱିଡିଟି(ଆଇଡିଏଲ୍‌) ରିଭର୍ସଲ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.