Below header

ଏବେ ରାଜ୍ୟର ସମସ୍ତ ଆରଟିଓରୁ କରିପାରିବେ ଡିଏଲ ଏବଂ ଆରସି ପାଇଁ ଆପ୍ଲାଏ, ଜାଣନ୍ତୁ କେବେ ଠାରୁ ଲାଗୁ ହେବ ଏହି ନିୟମ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାର ନୂଆ ଟ୍ରାଫିକ ନିୟମ ୧ ସେପ୍ଟେମ୍ବରରୁ ଲାଗୁ କରିଦେବେ। ଏମିତିରେ ଆପଣ ଯଦି ନିୟମକୁ ଭାଙ୍ଗୁଛନ୍ତି ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଜରିମାନା ଭରିବାକୁ ପଡିବ। ଏହି ନିୟମରେ ଏବେ ନୂଆ ପ୍ରାବନ୍ଧନ ମଧ୍ୟ ଯୋଡା ଯିବ ଯାହାଦ୍ବାରା ଏବେ ଆପଣ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇଁ ରାଜ୍ୟ ଭିତରେ କେଉଁଠି ବି ଆବେଦନ କରିପାରିବେ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ଏହି ନିୟମ ଲାଗୁ ହୋଇଯିବ। ପୁରୁଣା ନିୟମ ବିଷୟରେ କହିବାକୁ ଗଲେ ସେଥିରେ ଏହି ପ୍ରାବନ୍ଧନ ନଥିଲା କିନ୍ତୁ ବର୍ତ୍ତମାନ ଏହି ପ୍ରାବନ୍ଧନ କରାଯିବ। ସଂଶୋଧନ ପରେ ମୋଟ୍ ୬୩ ନିୟମ ଲାଗୁ ହେବ ଯେଉଁଥିରେ ଗୋଟିଏ ଏହା ମଧ୍ୟ ରହିଛି ଯେ ଆପଣ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସିର ଆବେଦନ ରାଜ୍ୟର କୌଣସି ବି ଆରଟିଓରେ କରିପାରିବେ।

dlକେବଳ ଅଫଲାଇନ୍ ଉପଲବ୍ଧ ହେବ ଏହି ସୁବିଧା

ଆରମ୍ଭରେ ଏହି ସୁବିଧା ଅଫଲାଇନ୍ ଉପଲବ୍ଧ ହେବ ଏବଂ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ପାଇଁ ଆରଟିଓ ଅଫିସ୍ ଯାଇ ଆବେଦନ କରିବାକୁ ପଡିବ। ସଂଶୋଧିତ ମୋଟର ଯାନ ଆକ୍ଟରେ ଏହାପାଇଁ ପୂର୍ବରୁ ଅନେକ ଫର୍ମ ମିଶାଇ ତାହାର ସଂଖ୍ୟା ଘଟାଇବା ପାଇଁ ପ୍ରାବନ୍ଧନ ମଧ୍ୟ କରାଯିବ।

ଏହାସହ ପଢ଼ନ୍ତୁ : Hyundai ଦେଉଛି Grand I10 ଉପରେ ୯୫ହଜାର ଟଙ୍କାର ଡିସକାଉଣ୍ଟ, ଅଫର ସୀମିତ ସମୟ ପାଇଁ ଉପଲବ୍ଧ

ଅଧିକାରୀଙ୍କ ମୁତାବକ ବିଧିକ ପ୍ରକ୍ରୀୟାରେ ସଂସଦରୁ ମୋଟର ବାହନ ଆକ୍ଟ, ୨୦୧୯ ନାମରେ ନୁଆ ଆକ୍ଟ ଅବଶ୍ୟ ପ୍ରେରିତ ହୋଇଛି। ଏହି ନିୟମ ଲାଗୁହେଲେ ଏହାକୁ ମୋଟର ଆକ୍ଟ ୧୯୮୮ରେ ସାମିଲ କରାଯାଉଥିବ ଏବଂ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସମସ୍ତ ନୂଆ ପ୍ରାବନ୍ଧନ ଆକ୍ଟ ପୁରୁଣା ପ୍ରାବନ୍ଧନର ସ୍ଥାନ ନେଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.