ଅଜବ ନିଶା: ଏହି ମହିଳାଙ୍କ ଇସାରାରେ ଷ୍ଟାର୍ଟ ହେବ କାର୍, ଶରୀରରେ ରୋପଣ କଲେ ଚାବି

ଏହି ଖବରକୁ ପଢ଼ି ଆପଣ ନିଶ୍ଚିତ ଭାବିବେ ଯେ ସତରେ…ଦୁନିଆ କେତେ ବଦଳି ଗଲାଣି। ଆମେରିକା ଟେକ୍ସାସ୍ର ସପ୍ଟେଓ୍ଵୟାର୍ ଡେଭେଲପର୍ ତଥା ବାୟୋ ହେକର ଏମିତି କିଛି କରି ଦେଖାଇଛନ୍ତି, ଯାହା ବିଷୟରେ ଆପଣ କେବେ ବି ଭାବି ପାରିବେ ନାହିଁ। କଥାଟି ଏହିପରି, କାରର ଦିଓ୍ଵାନୀ ଏମି ଡିଡି ନାମ୍ନୀ ମହିଳା ନିଜ ‘ଟେସଲା ମଡେଲ୍ ୩’ର ଚିପ୍ ବା ଚାବିକୁ ନିଜ ଶରୀରରେ ରୋପଣ କରେଇଛନ୍ତି, ଯଦ୍ଦ୍ଵାରା ସେ କେବଳ ଇସାରାରେ ହିଁ ଗାଡ଼ି ଷ୍ଟାର୍ଟ କରିପାରିବେ।
ଗାଡ଼ିର ଚିପ୍ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଯେପରି ନ ଥିଲା, ବରଂ ଏହାର ଚତୁଃପାର୍ଶ୍ୱରେ ଏକ ତାର ଥିଲା। ଏହାକୁ କାଟିବା ବଦଳରେ ଏମି ପୂରା କାର୍ଡକୁ ବର୍ଣ୍ଣହୀନ ଏକ ତରଳ ପଦାର୍ଥରେ ଡୁବାଇଥିଲେ। କାର୍ଡରେ ଏକ ଆଣ୍ଟେନା ଲାଗିଥିଲା। କହି ରଖୁଛୁ ଯେ ଟେସଲା ମଡେଲ କାରର ଚାବିରେ ଛୋଟ ଛୋଟ ତାର ରହିଥାଏ, ଯାହାକି ଏକ ଚିପ୍ ସହିତ ଆଚ୍ଛାଦିତ ହୋଇ ଥାଏ। ଏମି ପ୍ରଥମରୁ ଏହାକୁ ଇମ୍ପ୍ଲାଣ୍ଟ କରିବା ପାଇଁ ଡାକ୍ତରଠାରୁ ପରାମର୍ଶ ନେଇଥିଲେ। କିନ୍ତୁ ଡାକ୍ତର ମନା କରିଦେଇଥିଲେ। କିନ୍ତୁ ଏମି ପରେ ନିଜ ଦ୍ୱାରା ହିଁ ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହାସହ ପଢନ୍ତୁ: ବୋତଲରେ ଏମିତି କିଛି ଜିନିଷ ଲୁଚାଇ ନେଇଯାଉଥିଲେ ଦମ୍ପତି, ପୋଲିସ ବି ହୋଇଗଲା ଚକିତ
ଏମି ଏକ ପିୟର୍ସିଂ ଦୋକାନରେ ଏହି କାମ କରାଇଥିଲେ। ଆଗେ ସେ ଚାବିର ସଂକ୍ରମଣରୁ ବର୍ତ୍ତିବା ପାଇଁ ସେଥିରେ ଏକ ପ୍ରକାର ରସାୟନିକ ପଦାର୍ଥ ବ୍ୟବହାର କରିଥିଲେ। ଏହାପରେ ଏକ ଛୋଟ ସର୍ଜରୀ କରି ଏହାକୁ ଇନଷ୍ଟାଲ୍ କରାଇଥିଲେ। ଏମି କାରକୁ ଅନଲକ୍ କରିବାର ଭିଡିଓ ଏ ପଯ୍ୟର୍ନ୍ତ ଅପଲୋଡ୍ କରିନାହାନ୍ତି। ତେବେ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଜଣାଇଛନ୍ତି ଯେ ସର୍ଜରୀ କରିବା ପରେ ତାଙ୍କ ହାତ ଫୁଲିଯାଇଥିଲା। ସେ ବହୁତ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଥିଲେ। ଭବିଷ୍ୟତରେ ଟେସଲାର ଚିପ୍କୁ ଶରୀରରେ ଇନଷ୍ଟାଲ୍ କରିବା ଉପରେ ଏମି କାମ କରିବେ।