BSNLର ଶସ୍ତା କଲିଂ ଅଫର, ମାତ୍ର ୧୦୦ ଟଙ୍କାରେ ପାଆନ୍ତୁ ଅନ୍‌ଲିମିଟେଡ୍‌ ଡାଟା ଓ କଲିଂ ସୁବିଧା

ଦେଶର ସରକାରୀ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (BSNL) ଗ୍ରାହକଙ୍କୁ ଅଧିକ ଲାଭ ଦେବା ଲାଗି ଏସ୍‌ଟିଭି ୮୯୯ ପ୍ରିପେଡ୍‌ ପ୍ଲାନ୍‌ରେ ୧୦୦ଟଙ୍କା ହ୍ରାସ କରିଛି। ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ର ୟୁଜର୍ସ ୭୯୯ ଟଙ୍କାରେ ଏସ୍‌ଟିଭିର ଲାଭ ଉଠାଇପାରିବେ। ଏହି ନୂଆ ଦାମ୍‌ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଗ୍ରାହକ ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ର ଫାଇଦା ଉଠାଇପାରିବେ।

ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲ୍‌, ୫୦ ଏସ୍‌ଏମ୍‌ଏସ୍‌ ଏବଂ ମାଗଣା ରୋମିଙ୍ଗର ସୁବିଧା ପାଇପାରିବେ। ଏଥିସହ ପ୍ରତିଦିନ ୧.୫ ଜିବିର ଡାଟା ମଧ୍ୟ ଉପଲବ୍ଧ ହେଉଛି। ଅନ୍ୟପଟେ ଏହି ପ୍ଲାନ୍‌ରେ ଦିଲ୍ଲୀ ଓ ମୁମ୍ବାଇର ଗ୍ରାହକଙ୍କୁ ରୋମିଙ୍ଗ ସୁବିଧା ଦିଆଯାଉନାହିଁ। ଏହି ପ୍ୟାକ୍‌ର ବୈଧତା ୧୮୦ ପର୍ଯ୍ୟନ୍ତ ରହିବ। ତେବେ ସେପ୍ଟେମ୍ବର ୨୩ ତାରିଖ ପରେ ଏହି ପ୍ୟାକ୍‌ ପୁନର୍ବାର ୮୯୯ ଟଙ୍କାର ହୋଇଯିବ।

ଏହାସହ ପଢନ୍ତୁ: ଲଞ୍ଚ୍‌ ହେଲା TVSର Ntorq 125, ମିଳିବ ବାଇକ୍‌ ଭଳି ଫିଚର

ସୂଚନାଯୋଗ୍ୟ ଯେ, ବିଏସ୍‌ଏନ୍‌ଏଲ୍‌ ଏବେ ୯୬ ଏବଂ ୨୩୬ ଟଙ୍କିଆ ପ୍ଲାନ୍‌ ଲଞ୍ଚ କରିଛି। ଉଭୟ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୧୦ ଜିବି ଲେଖାଏଁ ଡାଟା ମିଳିବ। ୯୬ ଟଙ୍କାର ପ୍ଲାନ୍‌ର ବୈଧତା ୨୮ ଦିନ ଏବଂ ୨୩୬ ଟଙ୍କିଆ ପ୍ଲାନ୍‌ ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ। ତେବେ ଉଭୟ ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲିଂ ସହ ଏସ୍‌ଏମ୍‌ଏସ୍‌ ସୁବିଧା ଉପଲବ୍ଧ ହେଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।