କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ

କେନ୍ଦ୍ର ଏବଂ ରାଜ୍ୟ ସରକାର ୱାର୍କ ଫ୍ରମ ହୋମକୁ ପ୍ରୋତ୍ସାହନ ଦେବା ପରେ ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼(ବିଏସଏନଏଲ) ବିଶେଷ ବ୍ରଡବ୍ୟାଣ୍ଡ ପ୍ୟାକେଜ ବାହାର କରିଛି । କମ୍ପାନୀ ଏହି ପ୍ଲାନକୁ Work@Home ନାଁ ଦେଇଛି । ବିଏସଏନଏଲର ଏହି ପ୍ଲାନ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଉପଭୋକ୍ତାଙ୍କ ପାଇଁ ନିଶୁଲ୍କ ହେବ।

bsn

କରୋନା ଭାଇରସ ଯୋଗୁ ଅଧିକରୁ ଅଧିକ ଲୋକ ଏବେ ଘରେ ରହି କାମ କରୁଛନ୍ତି । ଏହି ସମୟରେ ଲୋକଙ୍କୁ ସବୁଠାରୁ ଭଲ ଇଣ୍ଟରନେଟ ସଂଯୋଗର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ବିଏସଏନଏଲ ନିଜ ୟୁଜରମାନଙ୍କୁ ମାଗଣା ଇଣ୍ଟରନେଟ ପ୍ଲାନ ଅଫର କରୁଛି।

କମ୍ପାନୀ ଦାବି କରିଛି, ଏହି ପ୍ଲାନ ପାଇଁ ବ୍ରଡବ୍ୟାଣ୍ଡ ୟୁଜରଙ୍କୁ 1 ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏହି ପ୍ଲାନ ଆଣ୍ଡାମାନ ଓ ନିକୋବର ସମେତ ଦେଶର ସମସ୍ତ ସର୍କଲରେ ସେବା ଉପଲବ୍ଧ କରାଇବ । ଏଥିରେ ଗ୍ରାହକମାନଙ୍କୁ ପ୍ରତିଦିନ 5 ଜିବି ଡାଟା 10Mbps ସ୍ପିଡ଼ରେ ମିଳିବ । ଡାଟା ଶେଷ ହେବା ପରେ ସ୍ପିଡ଼ ହ୍ରାସ ପାଇ 1Mbps ରହିଯିବ। ଆମେ ଏହାକୁ ଅନଲିମିଟେଡ ପ୍ଲାନ ମଧ୍ୟ କହିପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.