କରୋନା ଯୁଦ୍ଧ ଜିତି ପାରିଛି ଉହାନ୍‌, ଦୁଇ ମାସ ଲକ୍‌ ଡାଉନ ପରେ ଉହାନରେ ଗଡିଲା ବସ୍‌

କେନ୍ୟୁଜ୍(ବ୍ୟୁରୋ):  କରୋନା ଦୁଃଖକୁ ଭୁଲି ମୁଣ୍ଡ ଟେକି ଠିଆ ହେବାକୁ ଚେଷ୍ଟା କରୁଛି ଉହାନ୍‌ । ସ୍ୱାଭାବିକ ସ୍ଥିତିକୁ ଫେରିବା ପାଇଁ କସରତ ଚାଲିଛି । ଲମ୍ବା ଲଢ଼େଇ ପରେ ଉହାନ ରାଜରାସ୍ତାରେ ଗଡ଼ିଛି ବସ୍‌ । ଆଜିଠାରୁ ଆରମ୍ଭ ହୋଇଛି । କିଛି ରୁଟ୍‌ରେ ଚଳାଚଳ କରିଛି ବସ୍‌ । ଲୋକ ଯାଆସ କରିଛନ୍ତି । କିନ୍ତୁ ସେମିତି ଭିଡ଼ ନଥିଲା । ଏବେ ବି ମନରୁ ଯାଇନି କରୋନା ଭୟ ।

wuhan bus ride

ବସ୍‌ ଗଡ଼ିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯାତ୍ରୀମାନଙ୍କର ବି ଯାଞ୍ଚ କଡ଼ାକଡ଼ି । ହେଲ୍‌ଥ କୋର୍ଡକୁ ସ୍ମାନ କରାଯାଇଥିଲା । ସେମାନଙ୍କ ଶରୀରର ତାପମାତ୍ରା ମପା ଯାଉଥିଲା । ପ୍ରତି ବସ୍‌ରେ ଅଛନ୍ତି ଜଣେ ଜଣେ ସେଫଟି ସୁପରଭାଇଜର୍‌ ।

bus communication started in Wuhan in china after 2 month lock down

ଇଏ ହେଉଛି ଉହାନରେ ଦୁଇ ମାସ ତଳର ଚିତ୍ର । ଲକ୍‌ ଡାଉନ୍‌ ବେଳେ ଠପ୍‌ ହୋଇଥିଲା ସାଧାରଣ ଜୀବନଯାତ୍ରା । ରାସ୍ତାରେ ରାଜ କରୁଥିଲା ଶୂନଶାନ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକ ଘରୁ ବାହାରୁଥିଲେ । ଘରୋଇ ଗାଡି ଚଳାଚଳ ଉପରେ ଲାଗିଥିଲା ରୋକ । ଉହାନ ସହରର ପାଖାପାଖି ୧ କୋଟି ୧୦ ଲକ୍ଷ ଲୋକ ଲକ୍‌ ଡାଉନ୍‌ ହୋଇଥିଲେ । ଲକ୍ଷ୍ୟ ଥିଲା ଗୋଟିଏ । କରୋନା ସହ ଲଢ଼ିବା, ଆଉ ଜିତିବା । ଯୁଦ୍ଧ ଜିତି ପାରିଛି ଉହାନ୍‌ । ଏବେ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ଅହରହ ପ୍ରୟାସ ଚାଲିଛି । ନିକଟରେ ଚୀନ୍‌ ରାଷ୍ଟ୍ରପତି ସି. ଜିନପିଙ୍ଗ ଉହାନରେ ସ୍ଥିତି ପରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.