ଗ୍ରାହକଙ୍କୁ BSNL ର ଫେଷ୍ଟିଭ ଅଫର, ଗ୍ରାହକଙ୍କୁ ଦେଉଛି ଏକ୍ସଟ୍ରା ଭ୍ୟାଲିଡିଟି ଓ ଡାଟା ସୁବିଧା

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ପ୍ଲାନ ଲଞ୍ଚ କରିଛି ।  ଆଗକୁ ଥିବା ଫେଷ୍ଟିଭ ସିଜିନକୁ ଆଖି ଆଗରେ ରଖି ଏମିତି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଏହି ଫେଷ୍ଟିଭ ସିଜନରେ ୟୁଜର୍ସଙ୍କ ପାଇଁ ଏକ ଦମଦାର ଅଫର ନେଇ ଆସିଛି ।  ନୂଆ ଅଫରରେ କମ୍ପନୀ କିଛି ପ୍ଲାନ ସହିତ ଏକ୍ସଟ୍ରା ଭ୍ୟାଲିଡିଟି ଅତିରିକ୍ତ ଡାଟା ଅଫର ଲଞ୍ଚ କରିଛି ।  ଆସନ୍ତୁ ସେବିଷୟରେ ଜାଣି ରଖିବା ।

ବିଏସଏନଏଲ ୨୪୭ ଟଙ୍କିଆ ପ୍ଲାନ:

ବିଏସଏନଏଲର ଏହି ପ୍ରିପେଡ଼ ପ୍ଲାନ ସହ କମ୍ପାନୀ ୫ ଦିନ ପାଇଁ ଏକ୍ସଟ୍ରା ଭ୍ୟାଲିଡିଟି ଅଫର କରୁଛି ।  ଏହି ପ୍ଲାନ ୫୦ ଜିବି ସହ ମିଳିଥାଏ ।  ଡାଟା ଲିମିଟ ସାରିବା ପରେ ସ୍ପିକର ୮୦ Kbpsକୁ ଖସି ଆସିବ ।  ଏହା ବ୍ୟତୀତ କୌଣସି ନେଟୱାର୍କକୁ ଅନଲିମିଟେଡ଼ ଭଏସ କଳିଙ୍ଗ ଓ ପ୍ରତିଦିନ ୧୦୦ ଏସଏମଏସ ମିଳିଥାଏ ।  ଏହା ବ୍ୟତୀତ ଟ୍ୟୁନ୍ସ ଓ ଷ୍ଟ୍ରିମିଙ୍ଗ ବେନିଫିଟସ ଫାଇଦା ମିଳିପାରିବ ।  ନଭେମ୍ବର ୬
ତାରିଖ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ଏହି ପ୍ଲାନର୍ରେ ୩୫ ଦିନ ଭ୍ୟାଲିଡିଟି ମିଳିପାରିବ ।

ବିଏସଏନଏଲ ୩୯୮ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ବିନା କୌଣସି ସ୍ପୀଡ ଲିମିଟରେ ଅନଲିମିଟେଡ଼ ଡାଟା ଓ ଅନଲିମିଟେଡ଼ ଭଏସ କଲ କରାଯାଇପାରିବ ।  ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମିଳିବ ।  ଏହି ପ୍ଲାନରେ ୩୫ ଦିନ ପର୍ଯ୍ୟନ୍ତର ଭ୍ୟାଲିଡିଟି ରହିଛି ।

ବିଏସଏନଏଲ ୧୯୯୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନ ସହ ଟେଲିକମ କମ୍ପାନୀ ପୁରା ୩୦ ଦିନ ପର୍ଯ୍ୟନ୍ତର ଏକ୍ସଟ୍ରା ଭ୍ୟାଲିଡିଟି ଦେଉଛି ।  କମ୍ପାନୀ ଏଥିରେ ୬୦୦ ଜିବି ହାଇ ସ୍ପୀଡ ଡାଟା ଅଫର କରୁଛି ।  ଡାଟା ସରିଲେ ସ୍ପିକର କମି ୮୦ Kbpsକୁ ଖସି ଆସିବ ।  ଏହା ସହ ଅନଲିମିଟେଡ଼ ଭଏସ କଲିଙ୍ଗ ସହ ପ୍ରତିଦିନ ୧୦୦ ଏସଏମଏସ ଦିଆଯିବ ।  ଯେବେକି କମ୍ପାନୀର ୪୮୫ ଟଙ୍କିଆ ଓ ୪୯୯ ଟଙ୍କିଆ ପ୍ଲାନ ସହ ୟୁଜରଙ୍କୁ ପ୍ରତିଦିନ ୦.୫ ଜିବି ଓ ୧
ଜିବି ଡାଟା ମିଳିବ ।  ଏହି ହିସାବରେ ୧.୫ ଜିବି ଓ ୩ ଜିବି ଡାଟା ପ୍ରତିଦିନ ଅଫର ମିଳିବ ।  ଯେବେକି ୪୯୯ ଟଙ୍କିଆ ପ୍ଲାନରେ ୩ ଯିବି ଡାଟା ସହ ୩୫ ଦିନ ପର୍ଯ୍ୟନ୍ତର ବୈଧତା ରହିବ ।  ଅନ୍ୟପକ୍ଷରେ ୪୮୫ ଟଙ୍କିଆ ପ୍ଲାନ ସହ ଅନଲିମିଟେଡ଼ ଭଏସ କଲିଙ୍ଗ ସମେତ ଏକ୍ସଟ୍ରା ଡାଟା ଓ ପ୍ରତିଦିନ ୧.୫ ଜିବି ପର୍ଯ୍ୟନ୍ତର ଡାଟା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.