ଜୁଆଖେଳ ଉପରେ ଅତର୍କିତ ଚଢ଼ଉ , ଜବତ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭଞ୍ଜନଗର (କେନ୍ୟୁଜ): ପୂଜା ପୂର୍ବରୁ ଜମୁଛି ଜୁଆଖେଳ । ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏବେ ଏଭଳି ଜୁଆଖେଳ ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ବ୍ଯାପକ ଚଢାଉ ଆରମ୍ଭ ହୋଇଛି । ଏହି କ୍ରମରେ ଜିଲ୍ଲାର ପୋଲସରା , କବିସୂର୍ଯ୍ଯନଗର ଓ ତାରାସିଂ ଥାନା ପୋଲିସ , ବିଭିନ୍ନ ଆଡ୍ଡା ଉପରେ ଚଢ଼ଉ କରି ବହୁ ଜୁଆଡିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା, ବହୁସଂଖ୍ଯକ ମୋଟରସାଇକଲ ଓ ମୋବାଇଲ ଜବତ କରିଛି ।

ସୂଚନା ଅନୁସାରେ ,ପୋଲିସକୁ ଚକମା ଦେବାପାଇଁ ସମସ୍ତ ଜୁଆଖେଳ ଜଙ୍ଗଲରେ ଚାଲିଥିଲା । କବିସୂର୍ଯ୍ଯନଗର ଥାନା ପୋଲିସ ଏକ ଜଙ୍ଗଲିଆ ସ୍ଥାନରେ ଚଢାଉ କରି , ୧୦ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ ଲକ୍ଷ ୧୮ ହଜାର ଟଙ୍କା , ୧୫ ଟି ମୋଟରସାଇକେଲ ଓ ୧୯ ଟି ମୋବାଇଲ ଜବତ କରିଛି । ପୋଲସରା ଥାନା ପୋଲିସ ମଧ୍ୟ ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନରେ ଚଢାଉ କରି ,୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫ ହଜାର ଟଙ୍କା ଓ ୧୧ଟି ମୋଟରସାଇକେଲ ଜବତ କରିଛି ।

ସେହିଭଳି ତାରାସିଂ ଥାନା ପୋଲିସ ମଧ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି, ୪ ଜଣଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ମୋଟରସାଇକେଲ ଜବତ କରିଛି । ଜୁଆଖେଳ ଏବେ ଜିଲ୍ଲା ରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ , ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଘନଘନ ଚଢାଉ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.