ପେଟ୍ରୋଲ ପମ୍ପରେ ଏହି ଡିଭାଇସ ଆପଣଙ୍କୁ ଦେଇପାରେ ଚକମା, ଆଖି ପିଛୁଳାକେ ଲାଗିପାରେ ଚୂନ

ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ଭର୍ତ୍ତି କରିବା ବେଳେ ସାବଧାନ ରୁହନ୍ତୁ । ନଚେତ ଆପଣଙ୍କୁ ଚକମା ଦେବାରେ ବେଶୀ ସମୟ ଲାଗିବନି । ଆଖି ପିଛୁଳାକେ ପେଟ୍ରୋଲ ପମ୍ପ ଆଟେଣ୍ଡାଣ୍ଟ ଅପାଣଙ୍କୁ ଠକି ଦେଇପାରେ ।

ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ଭର୍ତ୍ତି କରିବା ବେଳେ ସାବଧାନ ରୁହନ୍ତୁ । ନଚେତ ଆପଣଙ୍କୁ ଚକମା ଦେବାରେ ବେଶୀ ସମୟ ଲାଗିବନି । ଆଖି ପିଛୁଳାକେ ପେଟ୍ରୋଲ ପମ୍ପ ଆଟେଣ୍ଡାଣ୍ଟ ଅପାଣଙ୍କୁ ଠକି ଦେଇପାରେ । କାରଣ ବର୍ତ୍ତମାନ ମାର୍କେଟରେ ଏକ ନୂଆ ହାଇଟେକ୍ ଟେକନିକ ଜରିଆରେ ଠକି ନେଉଛନ୍ତି ପେଟ୍ରୋଲ ପମ୍ପର ଆଟେଣ୍ଡାଣ୍ଟ । ତେଣୁ ଧ୍ୟାନ ନ ରଖିଲେ ଆପଣ ଏହି ଠକାମୀର ଶିକାର ହୋଇପାରନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟରେ ଆପଣ ଏହି ଠକାମୀରୁ ରକ୍ଷା ପାଇପାରିବେ ।

ମାର୍କେଟରେ ନୂଆ ଆସିଥିବା ଏହି ହାଇଟେକ୍ ସ୍କାମକୁ ରିମୋଟ କଣ୍ଟ୍ରୋଲ ସ୍କାମ ବୋଲି କୁହାଯାଉଛି । ଏହି ରିମୋଟକୁ ବ୍ୟବହାର କରି ପେଟ୍ରୋଲ ପମ୍ପର ଆଟେଣ୍ଡାଣ୍ଟ ପେଟ୍ରୋଲ ଏବଂ ଡିଜେଲ ଫିଲିଙ୍ଗ ମେସିନକୁ କଣ୍ଟ୍ରୋଲ କରିପାରେ । ଏହାଦ୍ୱାରା ପେଟ୍ରୋଲ ପାଇଁ ଗ୍ରାହକ ଦେଇଥିବା ଟଙ୍କା ଅପେକ୍ଷା କମ୍ ପେଟ୍ରୋଲ ଦେଇପାରିବେ ପେଟ୍ରୋଲ ପମ୍ପ ଆଟେଣ୍ଡାଣ୍ଟ । ଆପଣ ମଧ୍ୟ ଏମିତି ଘଟଣାର ଶିକାର ହୋଇ ଥାଇ ପାରନ୍ତି । ଯଦି କେବେ ପେଟ୍ରୋଲ ପକାଇବାର କିଛି ସମୟ ପରେ ଆପଣଙ୍କ ଗାଡି ବନ୍ଦ ହୋଇଯାଏ, ତେବେ ଆପଣ ଏହି ରିମୋଟ କଣ୍ଟ୍ରୋଲ ସ୍କାମର ଶିକାର ହୋଇଛନ୍ତି ।

ପେଟ୍ରୋଲ ଫିଲିଙ୍ଗ ମେସିନ ସହ ଏପରି ଟାମ୍ପରିଙ୍ଗ କରି ମାଲିକ ପ୍ରତ୍ୟେକ ଗ୍ରାହକଙ୍କ ଠାରୁ କିଛି ନା କିଛି ପେଟ୍ରୋଲ ମାରି ନିଅନ୍ତି । ଏହିଭଳି ଭାବରେ ପେଟ୍ରୋଲ ମାଲିକମାନେ ଅନେକ ଟଙ୍କାର ଲାଭ କରିଥାନ୍ତି । ଯଦି କୌଣସି ପେଟ୍ରୋଲ ପମ୍ପରେ ଜଣେ ଆଟେଣ୍ଡାଣ୍ଟ ଏଭଳି ରିମୋଟ କଣ୍ଟ୍ରୋଲ ଧରିଛନ୍ତି, ତେବେ ସେଠାରେ ପେଟ୍ରୋଲ ପକାଇଲେ ଆପଣ ଠକାମୀର ଶିକାର ହୋଇପାରନ୍ତି । କେବଳ ସେତିକି ନୁହେଁ, ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ଏହି ରିମୋଟ କଣ୍ଟ୍ରୋଲକୁ ବ୍ୟବହାର କରି ଆପଣଙ୍କୁ ଲୁଟିପାରେ । ତେଣୁ ପେଟ୍ରୋଲ ପମ୍ପକୁ ଯିବା ବେଳେ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.