Below header

ପେଟ୍ରୋଲ- ଡିଜେଲ ନୁହଁ ଏଠାରେ କ୍ୟାକ୍ଟସ୍ ଜୁସରେ ଚାଲୁଛି କାର, ଏପରି କରୁଛନ୍ତି ବ୍ୟବହାର

ମେକ୍ସିକୋ : ଆପଣ ସାଧାରଣତଃ ପେଟ୍ରୋଲ, ଡିଜେଲ ଏବଂ ସିଏନଜିରେ ଗାଡି ଚାଲୁଥିବା ବିଷୟରେ ଶୁଣିଥିବେ। କିନ୍ତୁ କେବେ କୌଣସି କାର କ୍ୟାକ୍ଟସ ଜୁସ ଦ୍ବାରା ଚାଲିବାର ଶୁଣିଛନ୍ତି କି ? ବୋଧ ହୁଏ ଆପଣ ଶୁଣିନଥିବେ କିନ୍ତୁ ମେକ୍ସିକୋର ଲୋକମାନେ ଏପରି କାର ଚାଳନା କରୁଛନ୍ତି। ମେକ୍ସିକୋର ଏକ କମ୍ପାନି କାର ଗୁଡିକୁ ଡିଜେଲ, ପେଟ୍ରୋଲ ଅଥବା ସିଏନଜି ନୁହଁ ବରଂ କ୍ୟାକ୍ଟସ ଜୁସରେ ନିର୍ମିତ ଫ୍ୟୁଲରେ ଚଳାଉଛନ୍ତି। ଏହି ଫ୍ୟୁଲ କମ୍ପାନିର ନାମ ନେପଲିମେକ୍ସ ରହିଥିବା ବେଳେ ସେ ଏହାର ବ୍ୟବହାର ୨୦୧୪ ମସିହାରୁ କରିଆସୁଛନ୍ତି। ଏହି ଜୁସକୁ ନେପାଳରୁ ଆମଦାନୀ କରାଯାଉଛି।

cactus-

ନେପାଳରେ ସାଧାରଣତଃ କ୍ୟାକ୍ଟସକୁ ପ୍ରିକଲି ପିୟର କୁହାଯାଇଥାଏ। ଏଠାରେ କ୍ୟାକ୍ଟସର ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତାହାକୁ ସଫା କରାଯାଇଥାଏ। ଏହାପରେ ଏକ ଖାଦରେ ମିଶାଇ ତାହାକୁ କିଛି ଦିନ ପର‌୍ୟ୍ୟନ୍ତ ରଖାଯାଇଥାଏ। ଏହି ମିଶ୍ରଣରୁ ମିଥେନ ଉତ୍ପନ ହୋଇଥାଏ। ଯାହାକୁ ଗାଡି ମାନଙ୍କରେ ଫ୍ୟୁଲ ଭାବେ ବ୍ୟବହାର କରାଯାଇଥାଏ।

ଏବେ ନେପଲିମେକ୍ସ ଏହି ଜୁସର ଟେଷ୍ଟିଂ ଲୋକାଲ ବସ ଏବଂ ସରକାରୀ ଗାଡି ମାନଙ୍କରେ ମଧ୍ୟ କରୁଛି। କମ୍ପାନି ଅନୁଯାୟୀ, ଏହି କ୍ୟାକ୍ଟସ ଜୁସ ମାତ୍ର ୦.୬୫ ଡଲାର ପ୍ରତି ଲିଟର ଅଛି। ଯାହା ଫଳରେ ସାଧାରଣତଃ ବ୍ୟବହାର ହୋଇଥିବା ତୈଳରୁ ପାଖାପାଖି ତିନି ପ୍ରତିଶତ ଶସ୍ତା ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.