Below header

ଶ୍ରୀ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ, ଯାତ୍ରା ପାଇଁ କେଉଁ କେଉଁ ନିୟମକୁ ଧ୍ୟାନ ଦେବାକୁ ପଡିବ ଜାଣନ୍ତୁ

ଜାମ୍ମୁ-କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ଅଗ୍ରୀମ ପଞ୍ଜୀକରଣ ଏକ ଏପ୍ରିଲରୁ ଆରମ୍ଭ ହୋଇଛି। ଦେଣର ୩୨ ରାଜ୍ୟର କେନ୍ଦ୍ର ଶାସିତ ରାଜ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଜାମ୍ମୁ-କାଶ୍ମୀର ବ୍ୟାଙ୍କ୍ ଏବଂ ୟସ ବ୍ୟାଙ୍କର ୪୪୦ ବ୍ୟାଙ୍କ୍ ଶାଖା ଗୁଡିକରେ ୨୦୧୯ ମସିହା ଏପ୍ରିଲ ୧ରୁ ପଞ୍ଜୀକରଣ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି।

ଜାମ୍ମୁ-କାଶ୍ମୀରରେ ପଞ୍ଜୀକରଣ ପାଇଁ ୧୭ ବ୍ୟାଙ୍କ୍ ଶାଖାକୁ ପଞ୍ଜୀକ୍ରୁତ କରାଯାଇଛି। ପଞ୍ଜୀକରଣ କରିବା ପାଇଁ ମାନ୍ୟତା ପ୍ରାପ୍ତ ଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କ ଠାରୁ ହେଲଥ ସାର୍ଟିଫିକେଟ ନିହାତି ଆଣିବା ଅନିବାର୍ଯ୍ୟ ଅଟେ। ଏଥିପାଇଁ ରାଜ୍ୟର ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ୮୪ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଅମରନାଥଙ୍କ ଯାତ୍ରା ୪୬ ଦିନର ହେଉଛି।

Amarnath-Yatraକାର୍ଯ୍ୟାଳୟ ସମୟରେ ସମସ୍ତ ବ୍ୟାଙ୍କ୍ ଶାଖାରେ ପଞ୍ଜୀକରଣ ପ୍ରକ୍ରୀୟା ଜାରୀ ରହିବ। ସେହିଭଳି ହେଲଥ ସାର୍ଟିଫିକଟେ ପାଇଁ ଜାମ୍ମୁ ସଂଭାଗର ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ୩୯ ଏବଂ କାଶ୍ମୀର ସଂଭାଗରେ ୪୫ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି।

ଏହା ସହ ପଢ଼ନ୍ତୁ :ଜୀବନକୁ ସଦମାର୍ଗରେ ନେଇଥାଏ ମହାଭାରତରେ ବର୍ଣ୍ଣିତ ଏହି ବାକ୍ୟ

ଏମାନଙ୍କ ମଧ୍ୟରୁ ହସପିଟାଲ ଶିକ୍ଷକ, ବ୍ଲକ୍ ମେଡିକାଲ ଅଫିସର, ମେଡିକାଲ ଅଫିସର, ଫିଜିସିୟାନ, କନସଲଟାଣ୍ଟ ଫିଜିସିୟାନ ସାମିଲ ଅଛନ୍ତି। ମାନ୍ୟତା ପ୍ରାପ୍ତ ଡାକ୍ତରଙ୍କ ଠାରୁ ଜାରୀ କରାଯାଇଥିବା ହେଲଥ ସାର୍ଟିଫିକେଟକୁ ହିଁ ମାନ୍ୟତା ଦିଆଯିବ। ଯାତ୍ରା ପାଇଁ ୧୩ ବର୍ଷରୁ କମ୍ ଏବଂ ୭୫ ବର୍ଷରୁ ଅଧିକ ବୟସର ଯାତ୍ରୀଙ୍କୁ ଅନୁମତି ଦିଆଯିବ ନାହିଁ। ଯାତ୍ରାର ସବୁ ପ୍ରବେଶ ଦ୍ବାରରେ କଡା ଯାଞ୍ଚ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.