୧୦ମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷାକୁ ନେଇ ବଡ ଘୋଷଣା କରିପାରେ ସିବିଏସସି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସସି ୧୦ ମ ଓ ଦ୍ୱାଦଶ ଟର୍ମ -୨ ବୋର୍ଡ ପରୀକ୍ଷାକୁ ନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ବଡ ଘୋଷଣା କରିପାରେ । ଦେଶ ବ୍ୟାପି କରୋନାର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଥିବାବେଳେ ଟର୍ମ -୨
ପରୀକ୍ଷା ଆୟୋଜନ ନେଇ ଏକ ଅନିଶ୍ଚିତତା ଦେଖାଦେଇଛି । ବର୍ତ୍ତମାନ ସମୟରେ ସ୍କୁଲ ପଢ଼ୁଆ ଛାତ୍ରମାନେ କରୋନା ସଂକ୍ରମିତ ହେଉଥିବା ନଜର ଆସିଛନ୍ତି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ କେତେକ ସହରରେ କରୋନା ଭୟରେ ସ୍କୁଲ ଦିନ କୁ ଦିନ ଖାଲି ହେବାରେ ଲାଗିଛି । ଏମିତିରେ ଏପ୍ରିଲ ୨୬ ତାରିଖରେ ଆରମ୍ଭ ହେବାକୁ ଥିବା ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଏକ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି । ଖୁବ ତୀବ୍ର ବେଗରେ ବଢୁଥିବା କୋଭିଡ ସଂକ୍ରମଣକୁ ନଜରରେ ରଖି ଛାତ୍ର ତଥା ଅଭିଭାବକ ମାନେ ଦାବି କରିଛନ୍ତିକି ବୋର୍ଡ ପରୀକ୍ଷା ଛାତ୍ର ମାନଙ୍କ ହୋମ ସେଣ୍ଟରରେ ହିଁ ଅନୁଷ୍ଠିତ ହେବା ଉଚିତ | ଅଥବା ବୋର୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରିଦେବା ଉଚିତ ।

ରିପୋର୍ଟ ମୁତାବକ ଛାତ୍ର ମାନଙ୍କ ହିତକୁ ନଜରରେ ରଖି ବୋର୍ଡ ଅଧିକାରୀ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ପରୀକ୍ଷା ଆୟୋଜନ ନେଇ ଏକ ବଡ ଘୋଷଣା କରିପାରିବା ନେଇ ଅନୁମାନ ଲଗାଯାଉଛି । ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ କୁହାଯାଇଛିକି ଦେଶ ବ୍ୟାପି ବଢୁଥିବା କରୋନା ସଂକ୍ରମଣ ମାମଲା ଉପରେ ନଜର ରଖାଯାଇଛି । ସମୟ ତଥା ଆବଶ୍ୟକତା ଅନୁସାରେ ବୋର୍ଡ ପରୀକ୍ଷା ହେବକି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ । ବିଦ୍ୟାଳୟର ଅଧ୍ୟକ୍ଷ ମାନେ କହିଛନ୍ତିକି ଗୋଟେ ପଟେ କରୋନା ମାମଲା ବଢି ଚାଲିଥିବାବେଳେ ଅନ୍ୟପକ୍ଷରେ ହୋମ ସେଣ୍ଟରରେ ପରୀକ୍ଷା ଆୟୋଜନକୁ ନେଇ ସମ୍ଭାବନା ବଢିଚାଲିଛି । ଏହା ପୂର୍ବରୁ ଦିଲ୍ଲୀ ସମେତ ଏନସିଆର ଅଂଚଳ ଯେମିତିକି ଗୁରଗାଓଁ, ନୋଏଡା, ୟୁପି, ମହାରାଷ୍ଟ୍ର, କେରଳ, ଗୁଜୁରାଟରେ ମାତ୍ରାଧିକ ଛାତ୍ର ପଜିଟିଭ ଚିହ୍ନଟ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.