ଗରମ ଦିନରେ ନିଶ୍ଚିତ ଟ୍ରାଏ କରନ୍ତୁ ଦହି ଫୁଲକୀ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଗରମ ଦିନ ଆରମ୍ଭ ହୋଇଯିବା ମାତ୍ରେ ଲୋକ ଦହି ଖାଇବାକୁ ପସନ୍ଦ କରନ୍ତି। ଗରମ ଦିନରେ ଦହି ଖାଇବା ମଧ୍ୟ ଶରୀରକୁ ସୁସ୍ଥ ରଖିଥାଏ। ଦହି ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ। ଦହି ଖାଇଲେ ପେଟ ଜନିତ ସମସ୍ୟା ମଧ୍ୟ ହୁଏ ନାହିଁ। ଇମ୍ୟୁନିଟିକୁ ମଜବୁତ କରିଥାଏ ଦହି। ଏମିତିରେ ଆପଣ ଯଦି ଦହିରେ କିଛି ଚଟପଟା କରି ଖାଇବାକୁ ଚାହାନ୍ତି, ତେବେ ଦହି ଫୁଲକୀ ବନାଇ ଖାଇପାରିବେ। ଦହି ଫୁଲକୀ କରିବା ଯେତିକି ସହଜ, ସେତିକି ସ୍ୱାଦିଷ୍ଟ। ଆଉ ଏହାକୁ ଆପଣ କୌଣସି ସମୟରେ ମଧ୍ୟ କରି ଖାଇପାରିବେ।

ଆବଶ୍ୟକୀୟ ସାମଗ୍ରୀ :

ବେସନ, ଲୁଣ ସ୍ୱାଦନୁସାରେ, ବେକିଂ ସୋଡା, ତେଲ, ଭଜା ଜିରା ପାଉଡର, ଦହି, ଗରମ ମସଲା, ତେନ୍ତୁଳି ଚଟଣୀ, ପୁଦିନା ଚଟଣୀ, ଅଧା କପ୍‌, ବିଟ୍‌ ଲୁଣ, ଲଙ୍କା ପାଉଡର।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ବେସନ ଘୋଳ ପ୍ରସ୍ତୁତ କରି ରଖନ୍ତୁ। ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ ଏଥିରୁ ଅଳ୍ପ ରଖି ଦେଇ ଆଉ ଅଳ୍ପକୁ ନେଇ ତେଲରେ କ୍ରିସ୍ପ ହେବା ଯାଏଁ ଛାଣନ୍ତୁ। ତା’ ପରେ ଏକ ବଡ ପାତ୍ର ନେଇ ସେଥିରେ ଛଣା ହୋଇଥିବା ବେସନ ପକୁଡିକୁ ପକାଇ ଦିଅନ୍ତୁ। ପକୁଡି ଭାସିବା ଯାଏଁ ଅପେକ୍ଷା କରନ୍ତୁ।

ଏବେ ଏକ ପାତ୍ରରେ ଦହି ନେଇ ଭଲଭାବେ ଫେଣ୍ଟି ଦିଅନ୍ତି। ସେଥିରେ ଲୁଣ, ଜିରା ପାଉଡର, ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଛାଣିଥିବା ପକୁଡିକୁ ସେଥିରେ ପକାଇ ଦିଅନ୍ତୁ। ଏବେ ସେଥିରେ ଲଙ୍କା ପାଉଡର, ଜିରା ପାଉଡର, ବିଟ୍‌ ଲୁଣ, ତେନ୍ତୁଳି ଚଟଣୀ, ପୁଦିନା ଚଟଣୀ ପକାଇ ପରଷନ୍ତୁ। ଆପଣ ଏହାକୁ ଭାତ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.