ମଣିଷକୁ ପଶୁ ଭାବିଲେଣି ଏହି ଡାକ୍ତର, ଅଣ୍ଟା ବ୍ୟଥା ଜାଗାରେ ଦେଲେ ପଶୁ ଇଞ୍ଜେକ୍ସନ

ମୟୂରଭଞ୍ଜ (କେନ୍ୟୁଜ୍): ପୁଣି ଜଣେ ବ୍ୟକ୍ତି ନକଲି ଡାକ୍ତରଙ୍କ ଶିକାର। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଗ୍ରାମପଞ୍ଚାୟତ ଗୌଡିବାହାଳି ଗାଁର ଦୈତାରୀ ମହନ୍ତଙ୍କୁ ବି ନକଲି ଡାକ୍ତର ପଶୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଇଞ୍ଜେକସନ ନେବାର କିଛି ଘଣ୍ଟା ପରେ ତାଙ୍କର ଜ୍ୱର ଏବଂ ଝାଡା ହୋଇଥିଲା।

ସମ୍ପୃକ୍ତ ଠକ ଚିକିତ୍ସକ ପୂର୍ବରୁ ମଧ୍ୟ ମହୁଲଡିହା ଗାଁର ଶ୍ରୀକାନ୍ତ ମହାନ୍ତଙ୍କୁ ପଶୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଅଞ୍ଚଳରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସାମନାକୁ ଆସୁଛି। ଏନେଇ ମହୁଲଡିହା ଥାନାରେ ମାମଲା ରୁଜୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.