Below header

ଓଲଟିଲା ପିକ୍‌ଅପ୍‌ ଭ୍ୟାନ: ଘଟଣା ସ୍ଥଳରେ ୯ ଶ୍ରଦ୍ଧାଳୁ ମୃତ, ୧୦ ଗୁରୁତର

ରାଜସ୍ଥାନ : ରାଜସ୍ଥାନର ଝୁନଝୁନ୍‌ ଜିଲ୍ଲାରେ ମଙ୍ଗଳବାରରେ ଅମଙ୍ଗଳ ହୋଇଯାଇଛି। ଏଠାରେ ଗୁଢାଗୋଡଜୀ ଥାନା ଅଞ୍ଚଳରେ ଥିବା ଶ୍ରଦ୍ଧାଳୁ ଭର୍ତ୍ତି ଥିବା ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିବା ଯୋଗୁଁ ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୦ରୁ ଊଦ୍ଧ୍‌ର୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ହିଁ ୮ ଜଣଙ୍କର ପ୍ରାଣ ଚାଲିଯାଇଥିଲା। ଆଉ ଜେଣ ଶ୍ରଦ୍ଧାଳୁ ହସପିଟାଲରେ ପହଞ୍ଚିବା ସମୟରେ ମୃତ୍ୟୁବରଣ କରିଛନ୍ତି।

ଦୁର୍ଘଟଣା ଦ୍ୱିପ୍ରହର ୩.୩୦ ମିନିଟରେ ହୋଇଥିବା ଜଣାପଡିଛି। ଝୁନଝୁନ୍‌ ଜିଲ୍ଲାରେ ରାଜ୍ୟ ରାଜପଥ ୩୭ ନଂରେ ଏହି ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଭ୍ୟାନରେ ଥିବା ସମସ୍ତ ଶ୍ରଦ୍ଧାଳୁ ଲୋହର୍ଗଲରୁ ନିଜ ଗାଁକୁ ଫେରୁଥିଲେ। ସମସ୍ତ ମୃତକ ଅହିରୋର ଢାଣୀ ଅଞ୍ଚଳର ବୋଲି ଜଣାପଡିଛନ୍ତି।

ଦୁର୍ଘଟଣା ବିଷୟରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲକୁ ପଠାଇଥିଲା। ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ଡାକ୍ତରଖାନାକୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.