ଅନୁମତି ନଥିଲା ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ୱର ଡିସିପି

ଭୁବନେଶ୍ବର(କେନ୍ୟୁଜ୍): ଡ୍ରାଇଭର ମହାସଂଘ ବିକ୍ଷୋଭ ଘଟଣାରେ ୩ଟି ମାମଲା ରୁଜୁ । ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ୨୫ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଥିଲେ । ବିକ୍ଷୋଭ ପାଇଁ ଅନୁମତି ନଥିଲା । ଯେଉଁମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ମହାସଂଘର ନେତାଙ୍କର କର୍ମୀଙ୍କ ଉପରେ ନିୟନ୍ତ୍ରଣ ନଥିବା କହିଛନ୍ତି ଡିସିପି । ଗତକାଲି ୧୧ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଡ୍ରାଇଭର । ଯାହାକୁ ନେଇ ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.