ୟୁକ୍ରେନ ସୈନିକଙ୍କୁ ଛୁଇଁ ଚାଲିଗଲା ମୃତ୍ୟୁ…! ସ୍ମାର୍ଟଫୋନ ବଞ୍ଚାଇ ଦେଲା ଜୀବନ; ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଥିବା ବେଳେ ଆଉ କିଛି ଭିଡିଓ ଇମୋସନାଲ୍‌ କରିଦିଏ। କିନ୍ତୁ ଏବେ ୟୁକ୍ରେନରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାକୁ ଦେଖିଲେ ଆପଣ ବି ଥରି ଉଠିବେ। ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ୟୁକ୍ରେନ ସୈନିକଙ୍କ ସ୍ମାର୍ଟଫୋନ ଭିତରେ ଏକ ଗୁଳି ପଶି ରହିଛି।

ଭିଡିଓରେ ଦୁଇ ୟୁକ୍ରେନ ସୈନିକ ପରସ୍ପର ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳୁଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସ୍ମାର୍ଟଫୋନ ଯୋଗୁ ଜଣେ ସୈନିକଙ୍କ ଜୀବନ ରକ୍ଷା ପାଇଯାଇଛି। ମୃତ୍ୟୁ ତାଙ୍କୁ ଅତି ନିକଟରୁ ଛୁଇଁ ଚାଲିଯାଇଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ସୈନିକ ନିଜ ପକେଟ୍‌ରୁ ମୋବାଇଲ ଫୋନ୍‌ ବାହାର କରୁଛନ୍ତି ଏବଂ ପାଖରେ ଥିବା ଅନ୍ୟ ଜଣେ ସୈନିକଙ୍କୁ ଦେଖାଇ କହୁଛନ୍ତି, ଫୋନ୍‌ ଭିତରେ ୭.୬୨ ଏମ୍‌ଏମ୍‌ର ଏକ ଗୁଳି ପଶିକି ରହିଛି।

ଭିଡିଓକୁ ସୋସିଆଲ ମିଡିଆ ସାଇଟ୍‌ ରେଡିଟ୍‌ରେ ଅପଲୋଡ୍‌ କରାଯାଇଛି। ୩୦ ସେକେଣ୍ଡର ଏହି କ୍ଲିପ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗୁଳିଟି ମୋବାଇଲ ପଛଭାଗରେ ପଶିକି ରହିଛି, ଯାହାକୁ ରୁଷ୍‌ ସୈନ୍ୟ ଫାୟାର କରିଛନ୍ତି। ତେବେ ଏହି ଗୁଳି ଯଦି ଭେଦ କରି ଯାଇଥାଆନ୍ତା, ତ ସୈନିକ ଜଣକ ମରଣ ମୁଖରେ ପଡ଼ିଥାଆନ୍ତେ।

ଭିଡିଓକୁ ଏ ପର୍ଯ୍ୟନ୍ତ ୫୨,୦୦୦ରୁ ଅଧିକ ଅପ୍‌ଭୋଟ୍ସ ମିଳିଛି। ଜଣେ ରେଡିଟ୍‌ ୟୁଜର ଲେଖିଛନ୍ତି, ‘କ’ଣ ଏହା ନୋକିଆର ଫୋନ୍‌ ଥିଲା’। ଅନ୍ୟ ଜଣେ ଲେଖିଛନ୍ତି, ‘ଯଦି ଏହା ନୋକିଆ ଫୋନ୍‌ ହୋଇଥିବ, ତେବେ ଏମିତି ସମ୍ଭବ’। ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘ଯଦି ଏହା ନୋକିଆ ସ୍ମାର୍ଟଫୋନ ହୋଇଥାଆନ୍ତା, ତ ଗୁଳି ପଛକୁ ଶୁଟରଙ୍କ ଆଡ଼କୁ ଫେରି ଯାଇଥାଆନ୍ତା’।

Video Courtesy: Raw Ukraine Videos

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.