ମୋଦି ସରକାରଙ୍କ ବଡ ପଦକ୍ଷେପ, ଲକଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ଦେଶରେ ପୂର୍ବ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସର ୧,୯୯୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୬୪ଜଣ ଠିକ ହୋଇଛନ୍ତି। ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି।

ଏହିସବୁ ମଧ୍ୟରେ ଲକଡାଉନ ଜାରି ରହିଥିବାରୁ ଅନେକ ଲୋକମାନେ ଭିନ୍ନ ଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ଘରେ ପହଞ୍ଚାଇବା ପାଇଁ ମୋଦି ସରକାର ଏକ ସ୍ପେଶାଲ ଚଲାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସୂଚନା ମୁତାବକ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅନୁଯାୟୀ ସରକାରଣ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାଦୀ, ଶ୍ରମିକ ଏବଂ ଛାତ୍ର-ଛାତ୍ରୀମାନଙ୍କୁ ବିଶେଷ ଟ୍ରେନ ଜରିଆରେ ସେମାନଙ୍କୁ ନିଜ ସ୍ଥାନରେ ପହଞ୍ଚାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ସମୟରେ ସମସ୍ତ ସୁରକ୍ଷା ଉପାୟ ପାଳନ କରାଯିବା ସହ ଟ୍ରେନ ଚଲାଯିବ। ଏଥିପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଯାହାପରେ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ଆବେଦନ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.