ରାଜସ୍ଥାନ କୋଟାରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ

ରାଉରକେଲା: ରାଜସ୍ଥାନ କୋଟାରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ । ନିଜ ବ୍ୟବସ୍ଥାରେ ବସ୍‌ରେ ଫେରିଲେ ଫସିଥିବା ଓଡ଼ିଆ । ୨ଟି ବସ୍‌ ରାଉରକେଲାରେ ପହଞ୍ଚିଥିବା ବେଳେ ଆଉ ଦୁଇଟି ବସ୍‌ କିଛି ସମୟ ପରେ ପହଞ୍ଚିବ । ମେଡିକାଲ କୋଚିଂ ପାଇଁ ୧୧୪ ଛାତ୍ରଛାତ୍ରୀ ଯାଇଥିଲେ । ଲକ୍‌ଡାଉନ ପାଇଁ ସେମାନେ ରାଜସ୍ଥାନ କୋଟାରେ ଅଟକିଥିଲେ । ରାଉରକେଲାରେ ପହଞ୍ଚିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ତିନି ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.