ଆସନ୍ତା ମାସରୁ ଜିପିଏସରେ ଟୋଲ୍‌ କଲେକ୍ସନ, ହଟିବ FasTag

ଆଉ ଟୋଲ ଗେଟରେ ଅଟକିବନି କାର୍‌ । FasTag ମାଧ୍ୟମରେ କଟୁଥିବା ଟୋଲ ଟାକ୍ସ ଏବେ ଜିପିଏସ ମାଧ୍ୟରେ କଟିଯିବ । ଆସନ୍ତା ମାସରୁ ଏହା କାର୍ଯ୍ୟକାରୀ ହେବ ।

ପୁରୁଣା ହୋଇଯିବ FasTag । ଆଉ ଟୋଲ ପ୍ଲାଜାରେ କଟିବନି FasTag । ଆସନ୍ତା ମାସରୁ ଦେଶରେ ଟୋଲ କଲେକ୍ସନ ଜିପିଏସ ଆଧାରରେ ହେବ । ଫେବୃଆରୀରୁ ଦେଶର ୫ ରୁ ୧୦ ହାଇୱେରେ ଜିପିଏସ ଆଧାରରେ ଟୋଲ ଟ୍ୟାକ୍ସ କଟିବ । ଏଥିପାଇଁ ଟେଷ୍ଟିଂ ଆରମ୍ଭ ହୋଇଛି । ଫାଷ୍ଟ୍ୟାଗ ପାଇଁ ଆପଣଙ୍କ ଗାଡ଼ିରୁ ଜିପିଏସ ମାଧ୍ୟମରେ ଟୋଲ କଟିଯିବ । ଆଉ ଗାଡ଼ିଗୁଡ଼ିକ ନ ଅଟକି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିପାରିବ । ତେବେ ସଡକ ମନ୍ତ୍ରଣାଳୟରେ ଥିବା ସଚିବ ଅନୁରାଗ ଜୈନ କହିଛନ୍ତି, ଦେଶରେ ଲାଗୁ କରିବା ପୂର୍ବରୁ ଏହା ସୀମିତ ହାଇୱେରେ ଟେଷ୍ଟ କରାଯାଉଛି ।

ହାଇୱେ ଡେଭଲପର ଏନଏଚଏଆଇ ସାଟେଲାଇଟ ଆଧାରିତ ଜିପିଏସ ଟୋଲ ସିଷ୍ଟମ ଉପରେ କାମ କରୁଛି । ଏହି ନୂଆ ସିଷ୍ଟମକୁ ନେଇ କିଛି ଦ୍ୱନ୍ଦ୍ୱ ରହିଛି, ଯାହା ଉପରେ ବିଚାର କରାଯାଉଛି । ନୂଆ ସିଷ୍ଟମରେ ଟୋଲର ଯାଉଥିବା ଗାଡି ଟୋଲ ପ୍ଲାଜା ଶେଷ ହେବା ପୂର୍ବରୁ ଟାକ୍ସ କଟିଯିବ । ଜିନିଏସ ଆଧାରିତ ଟୋଲିଂରେ ଗାଡିରେ ଏକ ଡିଭାଇସ ଲାଗିବ, ଯାହା ଗାଡିର ମୁଭମେଣ୍ଟ ଟ୍ରାକ୍‌ କରିପାରିବ । ଆଉ ଗାଡିଟି ଟୋଲ ପଏଣ୍ଟ ଠାରୁ ନିର୍ଦ୍ଧାରିତ ସୀମା ଅତିକ୍ରମ କରିବା ପୂର୍ବରୁ ପଇସା କଟିଯିବ ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରାୟ ୩ ସପ୍ତାହ ପୂର୍ବରୁ କହିଥିଲେ ଯେ, ଦେଶରେ ଜିପିଏସ୍ ମାଧ୍ୟମରେ ଟୋଲ ସଂଗ୍ରହ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହୋଇପାରେ । ଖୁବଶୀଘ୍ର ଫାଷ୍ଟାଗ୍ ମାଧ୍ୟମରେ ଟୋଲ୍ କଲେକ୍ସନ୍ ପୁରୁଣା ହୋଇଯିବ ଏବଂ ଜିପିଏସ୍ ଆଧାରିତ ଟୋଲ୍ କଲେକ୍ସନ୍ ଲୋକଙ୍କ ଜୀବନର ଏକ ଅଂଶ ହୋଇଯିବ ।

ସଡକ ଏବଂ ପରିବହନ ମନ୍ତ୍ରଣାଳୟର ନ୍ୟାସନାଲ ହାଇୱେ  ନିୟମରେ ପରିବର୍ତ୍ତନ କରାଯିବ । ଏଥିରେ ନ୍ୟାସନାଲ ହାଇୱେରେ ବାଟ ଅନୁଯାୟୀ ଟୋଲ୍‌ କଟିବ । ଫଳରେ ୟୁଜର୍ସଙ୍କୁ ସୁବିଧା ମିଳିବ । ତେବେ ଏସବୁ କାର୍ଯ୍ୟକାରୀ ହେବାରୁ ଅନେକ କାମ ହେବାକୁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.