ଆସିଲା ୨୦୨୨-୨୩ PM Awas Yojanaର ପୁରା ଲିଷ୍ଟ, ଶୀଘ୍ର ଚେକ୍‌ କରିନିଅନ୍ତୁ ନିଜ ନାମ

PMAY ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ନ୍ତଗତ ଅନେକ ଲୋକଙ୍କୁ ସହାୟତା ମିଳିଥାଏ। ଏହି ଯୋଜନାରେ ଲୋକଙ୍କୁ ନିଜ ଘର ତିଆରି କରିବା ପାଇଁ ସରକାରଙ୍କ ତରଫରୁ ଲୋନ ମିଳିଥାଏ। ଏହି ଲୋନରେ ସବସିଡ଼ି ମଧ୍ୟ ଥାଏ। ଏହାର ସବୁଠୁ ଖାସ କଥା ହେଉଛି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅଢ଼େଇ ଲକ୍ଷ ଟଙ୍କାର ସବସିଡ଼ି ଯାହାକି ପ୍ରୋତ୍ସାହନର କାମ କରିଥାଏ। ଏହାକୁ ନେଇ ଅନେକ ଲୋକ ଏବେ ସୁବିଧା ପାଇପାରିଛନ୍ତି।

ଏହି ଯୋଜାନାର ନିୟମ ଅନୁଯାୟୀ ସରକାର ଲୋକଙ୍କ ଘର ତିଆରି କରିବା ପାଇଁ ଲୋନରେ ସବସିଡ଼ି ମିଳିଥାଏ। ଅନେକ ଥର ଏମିତି ହୋଇଥାଏ ଯେ ଘର ତିଆରି ହୋଇଯାଏ, ଏହାପରେ ସମ୍ବନ୍ଧିତ ବ୍ୟାଙ୍କ ତଥା ବିତ୍ତୀୟ ସଂସ୍ଥାନ ଲୋକଙ୍କଠୁ ନିୟମିତ ରୂପେ ଇଏମଆଇ ନେଇଥାନ୍ତି। ଏଥିରେ ସବସିଡ଼ି ମିଳିନଥାଏ।

ଅନେକ ଥର ଗୋଟିଏ ପ୍ଲଟରେ ବନିଥିବା ଦୁଇଟି ଅଲଗା ଅଲଗା ଘରକୁ କୌଣସି ଗୋଟିଏ ର ସବସିଡ଼ି ଆସିଯାଏ। ଆଉ ଅନ୍ୟ ଜଣକର ଆସିନଥାଏ। ତେଣୁ ଏହି ପରିସ୍ଥିତିରେ ଲୋକଙ୍କୁ ନିଜ ଷ୍ଟାଟସ ଚେକ କରିବା ଜରୁରୀ।

ଯଦି ଆପଣ ବି ଏହି ଯୋଜନାରେ ଆବେଦନ କରିଛନ୍ତି ତେବେ ବର୍ଷ ୨୦୨୨-୨୩ ପାଇଁ ନୂଆ ଲିଷ୍ଟ ଆସି ସାରିଛି। ଏଥିରେ ଆପଣ ନିଜ ନାଁକୁ ଚେକ୍‌ କରିପାରିବେ। ଏଥିପାଇଁ କିଛି ସହଜ ଷ୍ଟେପକୁ ଫଲୋ କରିବାକୁ ହେବ।

ଏମିତି କରନ୍ତୁ ଚେକ୍‌:
ଯଦି ଆପଣ ବି ପିଏମ ଆବାସ ଯୋଜନାରେ ଆବେଦନ କରିଛନ୍ତି ତେବେ ଅନଲାଇନ ମାଧ୍ୟମରେ ଆପ୍ଲିକେସନ ଷ୍ଟାଟସକୁ ଚେକ୍‌ କରିପାରିବେ।
-ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
-ଏଠାରେ Citizen Assessment ର ଅପସନ ମିଳିବ। ଏହାକୁ କ୍ଲିକ କରନ୍ତୁ।
– ନୂଆ ପେଜ ଖୋଲିବ। ଏଠାରେ Track Your Assessment Status ର ଅପସନ ମିଳିବ। ଏହାକୁ କ୍ଲିକ କରନ୍ତୁ।
– ଏହାପରେ ରେଜିଷ୍ଟ୍ରେସନ ନମ୍ବର ଭରନ୍ତୁ । ଓ ଷ୍ଟେଟ ଚେକ କରିବା ପାଇଁ ତଥ୍ୟ ଦିଅନ୍ତୁ।
-ଏହାପରେ ରାଜ୍ୟ, ଜିଲ୍ଲା ଓ ସହର କୁ ଚୟନ କରନ୍ତୁ। ପରେ ସବମିଟ କରନ୍ତୁ।

ପିଏମ ଆବାସ ଯୋଜନା ପାଇଁ ଏମିତି କରନ୍ତୁ ଆବେଦନ:
-pmaymis.gov.in କୁ ଯାଇ how to apply for PMAY from pmaymis.gov.in କୁ ସର୍ଚ୍ଚ କରନ୍ତୁ।
– େଓ୍ଵବସାଇଟ ଉପରେ ଆପଣଙ୍କୁ Citizen Assessment ର ଅପସନ ମିଳିବ। ଏହାକୁ କ୍ଲିକ କରନ୍ତୁ।
-ଏଠାରେ ଅନେକ ଅପସନ ମିଳିବ। ଆପଣ ନିଜ ହିସାବରେ ଏହାକୁ ଚୟନ କରନ୍ତୁ।
-ଏହାପରେ ନିଜ ଆଧାର ନମ୍ବର ଭରନ୍ତୁ।
-ଏହାପରେ ଏକ ଅନଲାଇନ ଫର୍ମ ଆସିବ। ଏଠାରେ ସମସ୍ତ ତଥ୍ୟକୁ ଭରନ୍ତୁ।
-ପରେ ସବମିଟ କରନ୍ତୁ। ଏହାପରେ କ୍ରମିକ ନମ୍ବର ଆପଣଙ୍କର ସୋ କରିବ। ଏହାର ପ୍ରିଣ୍ଟଆଉଟ ବାହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.