ଜୁବିନଙ୍କ ଡାହାଣ କହୁଣୀ ହେଲା ଅପରେସନ, ହସପିଟାଲ ବେଡରୁ ଫଟୋ ସେୟାର କଲେ ଗାୟକ

ବଲିଉଡର ଲୋକପ୍ରିୟ ଗାୟକ ଜୁବିନ୍ ନୌଟିୟାଲ ଘରର ସିଡିରୁ ଖସି ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ କହୁଣୀ ଭାଙ୍ଗି ଯାଇଥିଲା ଏବଂ ମୁଣ୍ଡ, ପଞ୍ଜରା ହାଡରେ ଆଘାତ ଲାଗିଥିଲା। ଏହି ଦୁର୍ଘଟଣା ପରେ ତାଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ, ଜୁବିନଙ୍କ ଡାହାଣ ହାତକୁ ଅପରେସନ୍ କରାଯାଇଛି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଇଛି । ଏବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏନେଇ ନିଜେ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ ଦେଇଛନ୍ତି।
ଜୁବିନ୍ ଇନଷ୍ଟାଗ୍ରାମରେ ଡାକ୍ତରଖାନାର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ହସ୍ପିଟାଲ ବେଡ ଉପରେ ବସିଥିବାର ନଜର ଆସିଛନ୍ତି। ସେ ଖାଦ୍ୟ ଖାଉଥିବା ଫଟୋରେ ଦେଖିବାକୁ ମିଳିଛି । ଫଟୋ ସେୟାର କରି କହିଛନ୍ତି କି, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ଏହା ବ୍ୟତୀତ ଲେଖିଛନ୍ତି ‘ତୁମର ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଭଗବାନ ମୋତେ ଏହି ଗୁରୁତର ଦୁର୍ଘଟଣାରେ ସେ ମୋତେ ଉଦ୍ଧାର କରିଛନ୍ତି। ମୋତେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ମୁଁ ଏବେ ସୁସ୍ଥ ଅଛି। ଆପଣ ମାନଙ୍କର ପ୍ରେମ ଏବଂ ପ୍ରାର୍ଥନା ପାଇଁ ହୃଦୟରୁ ଧନ୍ୟବାଦ ।
View this post on Instagram
ଜୁବିନଙ୍କ ପୋଷ୍ଟରେ ବଲିଉଡର ଅନେକ ନାମୀଦାମୀ ସେଲିବ୍ରିଟି କମେଣ୍ଟ ଦେବା ସହିତ ଜଲଦି ସୁସ୍ଥ ହେବା ପାଇଁ କାମନା କରିଛନ୍ତି ।
ଜୁବିନ ନୌଟିୟାଲଙ୍କ ନୂଆ ଗୀତ ‘ତୁ ସାମନେ ଆଏ’ ନିକଟରେ ରିଲିଜ୍ ହୋଇଛି। ଏହି ଗୀତକୁ ସେ ସିଙ୍ଗର ୟୋହାନୀଙ୍କ ସହିତ ଗାଇଛନ୍ତି। ଗୁରୁବାର ନୌଟିୟାଲ ଓ ୟୋହାନୀଙ୍କୁ ଏକାଠି ଗୀତର ଲଞ୍ଚିଂରେ ଦେଖାଯାଇଥିଲା। ଏହାପରେ ହିଁ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ଯୋଗୁ ସିଙ୍ଗରଙ୍କୁ ନିଜର ଡାହାଣ ହାତ ଅପରେସନ କରାଇବାକୁ ପଡ଼ିବ। ତାଙ୍କୁ ଡାକ୍ତର ଡାହାଣ ହାତ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି।
ସିଙ୍ଗର ଜୁବିନ ନୌଟିୟାଲ ଇଣ୍ଡଷ୍ଟ୍ରୀରେ ଅନେକ ପରିଶ୍ରମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ କିଛି ଦିନ ହେବ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍ ହେଉଛି। ଏଥିରେ ମାନିକେ ସିଙ୍ଗର ୟୋହାନୀଙ୍କ ସହ ‘ତୁ ସାମନେ ଆଏ’ ଏବଂ ଫିଲ୍ମ ‘ଗୋବିନ୍ଦା ନାମ ମେରା’ର ଗୀତ ‘ବନା ଶରାବୀ’ ସାମିଲ ଅଛି। ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’ର ଗୀତ ‘ମାନିକେ’କୁ ଜୁବିନ, ୟୋହାନୀଙ୍କ ସହ ମିଶି ଗାଇଥିଲେ।
ଏହା ପୂର୍ବରୁ ବି ଜୁବିନ ଅନେକ ହିଟ୍ ଗୀତ ଦେଇ ସାରିଛନ୍ତି। ତାଙ୍କର ଗ୍ଲୋବାଲ ହିଟ୍ ଗୀତଗୁଡ଼ିକର ତାଲିକା ବହୁତ ଲମ୍ବା ରହିଛି। ଏଥିରେ ‘ରାତାଁ ଲମ୍ବିୟାଁ’, ‘ଲୁଟ୍ ଗଏ’, ‘ହମନଓ୍ଵା ମେରେ’, ‘ତୁମ୍ ହି ଆନା’, ‘ବେଓ୍ଵଫା ତେରା ମାସୁମ ଚେହେରା’ ଓ ‘ତୁଝେ କିତନା ଚାହନେ ଲଗେ ହମ୍’ ଭଳି ଗୀତ ସାମିଲ ଅଛି।