ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, କହିଲେ ମହିଳାଙ୍କୁ ମଜବୁତ କରିବା ଆମର ଲକ୍ଷ୍ୟ

ଭୁବନେଶ୍ୱର(କେନ୍ୟୁଜ୍):ମହିଳାଙ୍କୁ ମଜଭୂତ କରିବା ଆମର ଲକ୍ଷ୍ୟ। ରାଜ୍ୟରେ ୬ ଲକ୍ଷ SHG କାମ କରୁଛନ୍ତି । ବିନା ସୁଧରେ SHGଙ୍କୁ ୫ଲକ୍ଷ ଟଙ୍କା ଋଣ ଦେବାକୁ ଘୋଷଣା କରିଛୁ । ଏହାଦ୍ୱାରା ଓଡ଼ିଶାର ମାଆ ମାନେ ଉପକୃତ ହେଉଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତି ମାଆ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମିଶନ ଶକ୍ତି ପାଇଁ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଓ ସ୍ୱତନ୍ତ୍ର ଘର କରାଯିବ । ମହିଳା ଉଦ୍ୟୋଗୀଙ୍କ ପାଇଁ ଶିଳ୍ପ ପାର୍କ ସ୍ଥାପନ ହେବ । ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡେରେସନକୁ କୋଟିଏ ଟଙ୍କାର ପାଣ୍ଠି ଦିଆଯିବ। ପ୍ରତି ବ୍ଲକକୁ ମିଳିବ ୫୦ଲକ୍ଷ ଟଙ୍କା ।

ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଂଚାଇବାକୁ ଇ-କମର୍ସ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ଆଜି ଫ୍ଲିପକାର୍ଟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ମିଶନ ଶକ୍ତି ବିଭାଗ । ସେହିପରି ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ଓ୍ଵାର୍ଲ୍ଡ ଫିସ୍‌, ଚାଉଳର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ IRRI, ଚିନାବାଦାମର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ ICRI SAT ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ସେପଟେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଅଭିଭାଷଣ ରଖି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ମା’ଙ୍କୁ ସମ୍ମାନ ମିଶନ ଶକ୍ତିର ଆଭିମୁଖ୍ୟ । ପ୍ରତ୍ୟେକ ମହିଳା ଗୋଷ୍ଠୀ କିଭଳି ଉଦ୍ୟମୀ ହୋଇପାରିବେ ତାହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ମହିଳା କେବଳ ରୋଷେଇ ଘରେ ସୀମିତ ହୋଇ ରହିବେ ନାହିଁ । ପ୍ରତ୍ୟେକ ମହିଳାଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିବ । ସବୁ ମା’ଙ୍କର ପରିଚୟ ରହିବ ଓ ସମ୍ମାନ ମିଳିବ । ମା’ଙ୍କୁ ସମ୍ମାନ ହେଉଛି ମିଶନ ଶକ୍ତିର ଆଭିମୁଖ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.