Below header

ପୁଣିଥରେ ମାର୍କେଟକୁ ଓହ୍ଲାଇଲା ଚେତକ: ଥରେ ଚାର୍ଜ ହେଲେ ଗଡ଼ିବ ୯୫ କିଲୋମିଟର, ଦାମ୍‌ ଜାଣିଲେ ହୋଇଯିବେ ଖୁସି

ପୁଣି ଥରେ ମାର୍କେଟକୁ ଓହ୍ଲାଇଛି ବଜାଜ୍‌ ଚେତକ। ୧୪ ବର୍ଷ ପରେ ଆଜି ବଜାଜ୍‌ ନିଜର ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ ଚେତକକୁ ପୁଣି ଥରେ ଲଞ୍ଚ୍‌ କରିଛି। ଏଥରକ କମ୍ପାନୀ ଚେତକର ଇଲେକ୍ଟ୍ରିକ୍‌ ଭର୍ସନ୍‌ ସ୍କୁଟରର ବଜାର ପ୍ରବେଶ କରିଛି। ଏହି ସ୍କୁଟରର ବିଶେଷତ୍ୱ ହେଉଛି ଗୋଟିଏ ଥର ଚାର୍ଜ ହେଲେ ଏହା ୯୫ କିଲୋମିଟର ପର୍ଯ୍ୟନ୍ତ ଯିବ। ଗ୍ରାହକ ମାତ୍ର ୨ ହଜାର ଟଙ୍କାରେ ନୂଆ ଚେତକକୁ ବୁକ୍‌ କରିପାରିବେ।

ଚେତକର ଦାମ୍‌:

ଉନ୍ନତମାନର ପରଫର୍ମାନ୍ସ ପାଇଁ କମ୍ପାନୀ ଚେତକର ଲୁକ୍‌ ଉପରେ ଅଧିକ କାମ କରିଛି। ଚେତକର ଲୁକ୍‌ ସହ ଏହି ନୂଆ ସ୍କୁଟରରେ ଟିିକେ ଆଧୁନିକତାର ସ୍ପର୍ଶ ବି ଦିଆଯାଇଛି। ଚେତକର ଏକ୍ସ ଶୋ’ ରୁମ୍‌ ଦାମ୍‌ ରହିଛି ୧ ଲକ୍ଷ ଟଙ୍କା। ଆଜି ପୁଣେ ଓ ବାଙ୍ଗାଲୋରରେ କମ୍ପାନୀ ତରଫରୁ ନୂଆ ସ୍କୁଟରକୁ ଲଞ୍ଚ୍‌ କରାଯାଇଛି।

ଚେତକର ନୂଆ ଫିଚର:

ଥରେ ଚାର୍ଜ ହେଲେ ଏହି ସ୍କୁଟର ୯୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏଥିସହ ସ୍କୁଟରରେ କେତେକ ନୂଆ ଫିଚର ମଧ୍ୟ ଦିଆଯାଇଛି। ସ୍କୁଟରକୁ ଏଲ୍‌ଇଡି ଲାଇଟ୍‌, ଡିଜିଟାଲ ମିଟର, ପିଓର ରେଟ୍ରୋ ଥିମ୍‌ ଓ ଏଲ୍‌ଇଡି ଟର୍ଣ୍ଣ ଇଣ୍ଡିକେଟରରେ ସୁସଜ୍ଜିତ କରାଯାଇଛି। ଏଥିସହ ସ୍କୁଟରରେ ଆଲୟ ହ୍ଵିଲ୍‌ ମଧ୍ୟ ଦିଆଯାଇଛି। ପ୍ରଥମ ଥର ପାଇଁ ଏଥିରେ ରିଭର୍ସ ଡ୍ରାଇଭିଂ ଫିଚରକୁ ସାମିଲ କରାଯାଇଛି। ଏଥିରେ ଡିଜିଟାଲ ଡିସ୍‌ପ୍ଲେ ମାଧ୍ୟମରେ ଆପଣ ସ୍ପିଡ୍‌, ବ୍ୟାଟେରୀ ଲେବଲ, ରାଇଡିଂ ମୋଡ୍‌, ଟାଇମ୍‌, ରେଞ୍ଜ ଭଳି ଜରୁରୀ ସୂଚନା ଦେଖିପାରିବେ।

ସୂଚନାଯୋଗ୍ୟ ଯେ ବଜାଜର ସବୁଠାରୁ ଲୋକପ୍ରିୟ ସ୍କୁଟର ଚେତକର ବିକ୍ରି ୧୪ ବର୍ଷ ପୂର୍ବରୁ ଆଜିର ଦିନରେ ହିଁ ବନ୍ଦ ହୋଇଥିଲା। କମ୍ପାନୀ ଗତ ଦୁଇ ମାସ ପୂର୍ବରୁ ଚେତକକୁ ଲଞ୍ଚ୍‌ କରିବା ନେଇ ଚିନ୍ତା କରୁଥିବା ବେଳେ ୧୪ ତାରିଖର ସଂଯୋଗକୁ ଦୃଷ୍ଟିରେ ରଖି କମ୍ପାନୀ ଏହାକୁ ଜାନୁଆରୀ ୧୪ ତାରିଖରେ ଲଞ୍ଚ୍‌ କରିଛି। ଏହି ସ୍କୁଟର ମାର୍କେଟରେ ଭଲ ପ୍ରଦର୍ଶନ କରିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.