ଗ୍ୟାସ୍‌ ଏବଂ ପେଟ୍ରୋଲ ପରେ ମହଙ୍ଗା ହେଲା CNG, ଜାଣନ୍ତୁ କେତେ ବଢିଲା କିଲୋପ୍ରତି ଦାମ୍‌

ଗ୍ୟାସ୍‌ ଏବଂ ପେଟ୍ରୋଲ ପରେ ପୁଣି ମହଙ୍ଗା ହେଲା CNG । ଦେଶର ରାଜଧାନୀ ସମେତ ଅନେକ ରାଜ୍ୟରେ ସିଏନଜି ଦାମ୍‌ ବଢିଛି। ସିଏନଜିର ନୂଆ ଦାମ୍‌ ସକାଳ ୬ଟାରୁ ଲାଗୁ ହୋଇଛି। ଦିଲ୍ଲୀ ଏନସିଆର ବ୍ୟତୀତ ହରିଆନା ଏବଂ ରାଜସ୍ଥାନରେ ମଧ୍ୟ ସିଏନଜିର ଦାମ୍‌ ବଢିଥିବା ଲକ୍ଷ୍ୟ କରାଯାଇଛି।

ସରକାରୀ କମ୍ପାନୀ ଆଇଜିଏଲ୍‌ ମୁତାବକ, ରାଜଧାନୀରେ ସିଏନଜି ଦାମ୍‌ କିଲୋପ୍ରତି ୧ ଟଙ୍କା ବଢିଯାଇଛି। ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ପରେ ସିଏନଜି ଦାମ୍‌ରେ ବୃଦ୍ଧି ହୋଇଛି। ଏହା ପୂର୍ବରୁ ୧୪ ନଭେମ୍ବରରେ ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ସିଏନଜି ଦାମ୍‌ରେ ବୃଦ୍ଧି ଘଟିଥିଲା। ସିଏନଜି ଦାମ୍‌ ବଢିବା ପରେ ଜାଣନ୍ତୁ କ’ଣ ରହିଛି ନୂଆ ଦାମ୍‌:

ଶନିବାର ଦିନ ଦିଲ୍ଲୀରେ ସିଏନଜି ୫୩.୦୪ ଟଙ୍କାରେ ମିଳିବ। ସେହିପରି ଗୁରୁଗ୍ରାମରେ ଏହାର ଦାମ୍‌ ୬୦.୪ ଟଙ୍କା, ହରିଆଣାରେ ୬୧.୧୦ ପଇସା, କରନାଲ ଏବଂ କେଥଲରେ କିଲୋ ପ୍ରତି ୫୯.୩୦ ଟଙ୍କା, ରାଜସ୍ଥାନର ଆଜମେର, ପାଲି ଏବଂ ରାଜସମନ୍ଦରେ ଏହାର ଦାମ୍‌ ୬୭.୩ କିଲୋପ୍ରତି ରହିଛି।

ସୂଚନାଯୋଗ୍ୟ, ୧୪ ନଭେମ୍ବରକୁ ଦିଲ୍ଲୀରେ ସିଏନଜି ଦାମ୍‌ ୨.୨୮ ଟଙ୍କା ବଢିଥିଲା। ସେହିପରି ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦରେ ୨.୫୬ କିଲୋପ୍ରତି ବଢିଥିଲା।

ଡିସେମ୍ବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ ସରକାରୀ ତେଲ କମ୍ପାନୀ ଗ୍ୟାସ୍‌ ସିଲିଣ୍ଡର ଦାମରେ ବୃଦ୍ଧି ଘଟିଥିଲା। ଗ୍ୟାସ୍‌ ସିଲିଣ୍ଡର ଦାମ ୧୦୩ ଟଙ୍କା ୫୦ ପଇସା ଟଙ୍କା ବଢିଥିଲା। ଗତ ମାସରେ ସିଲିଣ୍ଡର ଦାମ୍‌ ୨୬୬ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଥିଲା। ତେବେ ଏହି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ହୋଇଛି। ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ଆସିନାହିଁ। ଅର୍ଥାତ୍‌ ରୋଷେଇ ଗ୍ୟାସ ଆପଣ ପୁରୁଣା ଦରରେ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.