ଆଠ ମାସରେ ପ୍ରଥମ ଥର କମିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍‌, ଏବେ ଏତିକି ଟଙ୍କାରେ ମିଳିବ ଗ୍ୟାସ

ଆଠ ମାସରେ ପ୍ରଥମ ଥର ପାଇଁ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ହ୍ରାସ ପାଇଛି। ଏହାଦ୍ୱାରା ଗ୍ରାହକ ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିବେ। ଏବେ ଘରୋଇ ଗ୍ୟାସ ସିଲିଣ୍ଡର ୮୧୬.୫୦ ଟଙ୍କାରେ ମିଳିବ ଏବଂ ଖାତାକୁ ସବସିଡି ଅଲଗା ଯିବ। ଏହାପୁର୍ବରୁ ଗତ ବର୍ଷ ଅଗଷ୍ଟରେ ଏହାର ଦାମ କମ୍‌ ହୋଥିଲା।

ଗତ ବର୍ଷ ଜୁଲାଇରେ ୬୪୯ ଟଙ୍କା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ଥିଲା। ଏଥିରେ ୧୫୭.୪୧ ଟଙ୍କା ସବସିଡି ଆକାରରେ ଗ୍ରାହକଙ୍କ ଖାତାକୁ ଯାଉଥିଲା। ଅଗଷ୍ଟରେ ୬୨.୫୦ ଟଙ୍କା କମ୍‌ ହୋଇ ସିଲିଣ୍ଡରର ଦାମ ୫୮୬.୫୦ ଟଙ୍କା ହୋଇଯାଇଥିଲା।

ଏହାପରେ ପ୍ରତି ବର୍ଷ ସିଲିଣ୍ଡରର ଦାମ ବଢ଼ିଯାଇଥିଲା। ଗତବର୍ଷ ସେପ୍ଟେମ୍ବର ଠାରୁ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ସିଲିଣ୍ଡର ଦାମ ୨୬୭ ଟଙ୍କା ବୃଦ୍ଧି ପାଇଥିଲା। ଏହି ବର୍ଷ ମାର୍ଚ୍ଚରେ ୫୨.୫୦ ଟଙ୍କା କମ୍‌ କରାଯାଇଛି।

gasଗତ ଆଠ ମାସରେ ସିଲିଣ୍ଡରର ଦାମ ଥିଲା

ମାସ                    ଦାମ                    ସବବସିଡି

ଫେବ୍ରୁୟାରୀ        ୮୬୯                    ୩୦୩.୮୬

ଜାନୁଆରୀ            ୭୨୪.୫୦                ୧୭୦.୨୪

ଡିସେମ୍ବର            ୭୦୫.୫୦                ୧୫୬.୧୪

ନଭେମ୍ବର            ୬୯୨                       ୧୪୭.୭୬

ଅକ୍ଟୋବର           ୬୧୫.୫୦                 ୭୮.୪୩

ସେପ୍ଟେମ୍ବର         ୬୦୨                      ୭୩.୩୮

ଅଗଷ୍ଟ               ୫୮୬.୫୦                 ୬୫.୪୮

ଜୁଲାଇ             ୬୪୯                      ୧୫୭.୪୧

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.