ଏହି ପରିସ୍ଥିତିରେ ଦେବେ ନାହିଁ ଟୋଲ ଟ୍ୟାକ୍ସ
ଜାଣନ୍ତୁ କେଉଁ ପରିସ୍ଥିତିରେ ରାଜପଥରେ ଟୋଲ ଟ୍ୟାକ୍ସ ଦେବେ ନାହିଁ ଗାଡି ଚାଳକ, ଟୋଲ ଟ୍ୟାକ୍ସ ଏବଂ ରୋଡ ଟ୍ୟାକ୍ସକୁ ନେଇ NHAI ର ରହିଛି ଏହି ନିୟମ
ଦେଶରେ ଏବେ ନୂଆ ନୂଆ ରାଜପଥ ଏବଂ ଏକ୍ସପ୍ରେସ ୱେ ନିର୍ମାଣ କରାଯାଉଛି। ଏହା ଉପରେ ଆଦାୟ କରାଯାଉଥିବା ଟୋଲ ଟ୍ୟାକ୍ସ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ପ୍ରାୟତଃ ଲୋକେ ଟୋଲ ଟ୍ୟାକ୍ସ ନ ଦେଇ ଟୋଲ ବୁଥ ଅତିକ୍ରମ କରିବାକୁ ଚାହାଁନ୍ତି। ଏମିତିରେ ଦଣ୍ଡ ମଧ୍ୟ ଭଡ଼ିବାକୁ ପଡିପାରେ । ଆଜିକାଲି ଟୋଲ ଟାକ୍ସ ଦେବା ଏକ ସାଧାରଣ କଥା ହୋଇଗଲାଣି। ଯଦି ଏହି ଟାକ୍ସକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛିି ଭାବନ୍ତୁ ନାହିଁ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଏକ ପୁରୁଣା ଟ୍ୱିଟ୍ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗାଡ଼ି ଡ୍ରାଇଭର ଟୋଲ୍ ଟ୍ୟାକ୍ସ ନ ଦେଇ ମଧ୍ୟ ଯାଇପାରିବେ । ଏନଏଚଏଆଇ ସୂଚନା ଅନୁଯାୟୀ, ଯଦି ଟୋଲ୍ ବୁଥ ଠାରୁ ଯାନ ବାହାନର ଲାଇନ ୧୦୦ ମିଟର କିମ୍ବା ଏହା ଠାରୁ ଅଧିକ ହୋଇସାରିଛି, ତାହେଲେ ସେହି ଗାଡିକୁ ଦେୟ ବିନା ସେଠାରୁ ହଟାଇ ଦିଆଯିବ। ଯାହା ଦ୍ୱାରା ଯାନ ବାହାନର ଲାଇନ ଛୋଟ କରାଯାଇ ପାରିବ।
ଗତ ୨୦୨୧ ବର୍ଷରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏକ ଟ୍ୱିଟ କରାଯାଇଥିଲା। ଯେଉଁଥିରେ କୁହାଯାଇଛି ଯେ ପ୍ରତ୍ୟେକ ଦେୟ ଗ୍ରହଣ କରିବାର ସର୍ବାଧିକ ସମୟ ୧୦ ସେକେଣ୍ଡ ସ୍ଥିର କରାଯାଇଛି। ଏହାକୁ ଧ୍ୟାନରେ ରଖି ଏହା ମଧ୍ୟ ସ୍ଥିର ହୋଇଛି ଯେ ଟୋଲ ଠାରେ ଥିବା ଲାଇନ ଯାତୟାତ ସମୟରେ ମଧ୍ୟ ୧୦୦ ମିଟର କିମ୍ବା ଏହା ଠାରୁ ଅଧିକ ହୋଇପାରିବ ନାହିଁ। ଏନେଇ ପ୍ରତ୍ୟେକ ଟୋଲ୍ ଲେନ ଠାରେ ବୁଥ୍ ଠାରୁ ୧୦୦ ମିଟର ଦୂରରେ ଏକ ହଳଦିଆ ରଙ୍ଗର ଚିତ୍ର ଅଙ୍କନ କରାଯାଇଛି। ଯାନ ବାହାନର ଲାଇନ ଏଠାରୁ ବାହାରିବା ମାତ୍ରେ ଟୋଲ୍ ମାଗଣା କରାଯାଇଥାଏ। ୧୦୦ ମିଟର ଭିତରେ ଲାଇନ ଆସିବା ମାତ୍ରେ ଟୋଲ ଟ୍ୟାକ୍ସ ପୁଣି ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଏ
୬୦ କିଲୋମିଟର ନିୟମ କ’ଣ ରହିଛି ଜାଣନ୍ତୁ ?
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଫି ନିୟମ ୨୦୦୮ ଅନୁଯାୟୀ ଯେକୌଣସି ରାଜପଥରେ ୨ ଟି ଟୋଲ ପ୍ଲାଜା ମଧ୍ୟରେ ବ୍ୟବଧାନ ୬୦ କିଲୋମିଟର ରହିବା ଆବଶ୍ୟକ। କେନ୍ଦ୍ର ସଡ଼କ ପରବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି। ଏନେଇ ମନ୍ତ୍ରୀ କହିଥିଲେ ଯେ ୬୦ କିଲୋମିଟର ମଧ୍ୟରେ ରାଜପଥରେ କେବଳ ଗୋଟିଏ ଟୋଲ୍ ପ୍ଲାଜା ରହିବା ହେଉଛି ତାଙ୍କର ଲକ୍ଷ୍ୟ। ବର୍ତ୍ତମାନ ଟୋଲ ପ୍ଲାଜା ମଧ୍ୟରେ ପାର୍ଥକ୍ୟ କମ୍ ହୋଇପାରେ। ସଡ଼କ ପରିବହନ ମନ୍ତ୍ରଣାଳୟ ଏହାକୁ ନେଇ ସୂଚନା ଦେଇଛି ଯେ ଟ୍ରାଫିକ୍, ଯାତାୟାତ ସ୍ଥାନରୁ ୬୦ କିଲୋମିଟର ପରିସର ମଧ୍ୟରେ ଦୁଇଟି ଟୋଲ୍ ପ୍ଲାଜା ରହିପାରେ।
ଏବେ ଜାଣାନ୍ତୁ ଟୋଲ ଟ୍ୟାକ୍ସ ଏବଂ ରୋଡ ଟ୍ୟାକ୍ସ ମଧ୍ୟରେ କ’ଣ ରହିଛି :
ରୋଡ ଟ୍ୟାକ୍ସ ଗାଡି ଡ୍ରାଇଭର ଦ୍ୱାରା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଥାଏ। ଯାହା ରାଜ୍ୟ ଭିତରେ ବିଭିନ୍ନ ରାସ୍ତା ବ୍ୟବହାର କରିବା ପାଇଁ ପ୍ରଦାନ କରାଯାଇଥାଏ। ହେଲେ ଟୋଲ୍ ଟ୍ୟାକ୍ସ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ସଂଗ୍ରହ କରାଯାଏ। ଯାହା ମୁଖ୍ୟତ ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସ ୱେ ଲାଗି ସଂଗ୍ରହ କରାଯାଇଥାଏ। ଦେଶରୁ କୌଣସି ରାଜ୍ୟରୁ ସଂଗ୍ରହ ହେଉଥିବା ଟୋଲ୍ ଟ୍ୟାକ୍ସ ସମ୍ପକ୍ତ ରାଜ୍ୟର ସରକାରଙ୍କ ପାଖକୁ ଯାଇନଥାଏ। ଏହାର ସଂଗ୍ରହ ସେହି ରାଜପଥ ନିର୍ମାଣ କରିଥିବା କମ୍ପାନୀ କିମ୍ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କରାଯାଇଥାଏ।