Below header

ଦର୍ଶକ ମାନଙ୍କ ପାଇଁ ଖୁସି ଖବର, ଏବେ ଘରେ ବସି ମାଗଣାରେ ଦେଖିପାରିବେ ଏହି ୮ଟି ଲୋକପ୍ରିୟ ଚ୍ୟାନେଲ

ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ ରୋକିବା ପାଇଁ ଘରେ ରହିବାକୁ ସର୍ବୋତ୍ତମ ମାଧ୍ୟମ ଭାବେ ଧରାଯାଉଛି । ଘରେ ରହି ସମୟ ଅତିବାହିତ କରିବା ପାଇଁ ଲୋକେ ଟିଭି, ସୋସିଆଲ ମିଡ଼ିଆ ଆଦିକୁ ହିଁ ନିଜ ସାହାରା ଭାବେ ବାଛି ନେଇଛନ୍ତି । କିନ୍ତୁ ଏହି ଲକ ଡାଉନ ସମୟରେ ଟିଭି ଦର୍ଶକ ମାନଙ୍କ ପାଇଁ ଏକ ଶୁଭ ଖବର ଆସିଛି । ଏୟାରଟେଲ ଓ ଡ଼ିସ ଟିଭି ପରି କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ମାଗଣା ଚ୍ୟାନେଲ ଅଫର କରୁଛନ୍ତି । ଏୟାରଟେଲ ଡ଼ିଜିଟାଲ ଟିଭି, ଜାରି ହୋଇଥିବା ଲକ ଡ଼ାଉନକୁ ଆଖି ଆଗରେ ରଖି ନିଜ ୟୁଜର୍ସ ମାନଙ୍କୁ ଚାରୋଟି ସର୍ଭିସ ଚ୍ୟାନେଲ ଫ୍ରି ଦେବା ପାଇଁ ଘୋଷଣା କରିଛି ।

Airtel Digital Tv And Dish Tv Merger Confirm Tata Sky Will No ...

ଫ୍ରିରେ ଦିଆଯାଉଥିବା ଚ୍ୟାନେଲ ଗୁଡିକ ଭିତରେ ରହିଛି airtel curiosity stream, Airtel Seniors TV, Aapki Rasoi ଓ ଲେଟ’ସ ଡ୍ୟାନ୍ସ ଆଦି । ଏହି ଚ୍ୟାନେଲ ଗୁଡିକୁ ଦେଖିବା ପାଇଁ ଗ୍ରାହକଙ୍କୁ ଅଲଗା ଭାବେ କୌଣସି ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ବର୍ତ୍ତମାନର ଲକ ଡାଉନ ପରିସ୍ଥିତିରେ ଗ୍ରାହକ ମାଗଣାରେ ଏହି ଏହି ଚ୍ୟାନେଲ ସବୁକୁ ଦେଖିପାରିବେ । ଅନ୍ୟ ପକ୍ଷରେ Dish ଟିଭି କଥା କହିଲେ ଗ୍ରାହକ ମାଗଣାରେ ଏହା ଜରିଆରେ ଫିଟନେସ ଆକ୍ଟିଭ, କିଡ଼ସ ଆକ୍ଟିଭ ଟୁନସ, ଆୟୁସ୍ମାନ ଆକ୍ଟିଭ ଓ କିଡ଼ସ ଆକ୍ଟିଭ ରାଇମ ଭଳି ଚ୍ୟାନେଲ ଗୁଡିକୁ ଗ୍ରାହକ ମାନଙ୍କୁ ମାଗଣାରେ ଯୋଗାଯାଉଛି ।

ସୂଚନା ଦେବା ଯୋଗ୍ୟକି, ଏହା ପୂର୍ବରୁ ଆଇବିଏଫ ମଧ୍ୟ ଚାରୋଟି ପେଡ ଚ୍ୟାନେଲ ମାନଙ୍କୁ ମାଗଣାରେ ଯୋଗାଇଥିଲା । ମାଗଣା ଚ୍ୟାନେଲ ବାବଦରେ ବ୍ରଡ କାଷ୍ଟିଙ୍ଗ ଏସୋସିଏସନ ତରଫରୁ କୁହାଯାଇଛିକି, ଏହାଦ୍ୱାରା ଲୋକ ମାନଙ୍କୁ ଘରେ ବସି ସମୟ କାଟିବାର ଏକ ମାଧ୍ୟମ ମିଳିଯାଇପାରିବ ସେମାନେ ଘରେ ବସି ନିଜ ମନୋରଞ୍ଜନ କରି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.