ଛୁଟିରେ କର୍ମଚାରୀଙ୍କୁ ଡିଷ୍ଟର୍ବ କଲେ ୧ ଲକ୍ଷ ଜରିମାନା, ଡ୍ରିମ୍‌ ୧୧ ଆଣିଲା ଏଭଳି ପଲିସି

କେନ୍ୟୁଜ୍‌(ବ୍ୟୁରୋ): ଯଦି ଆପଣଙ୍କୁ ଛୁଟିରେ ଅଫିସରୁ କଲ ଆସେ ଭାରି ବିରକ୍ତି ଲାଗେ । ଆପଣ ଚିଡ଼ିଚିଡ଼ା ହୋଇ ପଡ଼ନ୍ତି । ଡ୍ରିମ୍‌ ୧୧ କର୍ମଚାରୀଙ୍କୁ କିନ୍ତୁ ଏପରି ବିରକ୍ତି ହେବାକୁ ପଡ଼ିବ ନାହିଁ । ଏହି କମ୍ପାନୀର କର୍ମଚାରୀଙ୍କୁ ଛୁଟିରେ ଅଫିସରୁ କଲ ଆସିବ ନାହିଁ । ଛୁଟିର ମଜା ଭଲଭାବେ ନେଇ ପାରିବେ କର୍ମଚାରୀ ।

ଛୁଟି ଦିନରେ କର୍ମଚାରୀଙ୍କୁ ଡିଷ୍ଟର୍ବ କଲେ ଲାଗିବ ଜରିମାନା । ଏପରିକି ୧ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏପରି ଏକ ପଲିସି ନେଇ ଆସିଛି ଡ୍ରିମ୍‌ ୧୧ । ନୂଆବର୍ଷରେ କର୍ମଚାରୀଙ୍କୁ ଏପରି ଭେଟି ମିଳିଛି । କର୍ମଚାରୀ କିପରି ନିଜ ଛୁଟିକୁ ଭଲ ଭାବରେ କାଟି ପାରିବେ ସେଥିପାଇଁ ଏପରି ପଲିସି ଆଣିଛି କମ୍ପାନୀ ।

ଡ୍ରିମ୍‌ ୧୧ର ଅନପ୍ଲଗ ପଲିସିରେ ଏପରି କୁହାଯାଇଛି । ସପ୍ତାକୁ ଥରେ ମିଳୁଥିବା ଛୁଟିରେ କର୍ମଚାରୀ ନିଜକୁ ନିଜେ କିପରି ସମୟ ଦେବେ । କମ୍ପାନୀର କାମରୁ ନିଜକୁ ଦୁରେଇ ରଖି ପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି । ଲିଙ୍କ୍‌ଇଣ୍ଡରେ କମ୍ପାନୀ ପୋଷ୍ଟ କରି ଏପରି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.