Below header

ଓଡିଶାରେ ପୂରଣ ହେବ ୬୭୨୦ ଶିକ୍ଷକ(ଟିଜିଟି) ପଦବୀ, ଆବେଦନ କରିବାର ତାରିଖ ୪ ସେପ୍ଟେମ୍ବରରୁ ଆରମ୍ଭ

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ଯର ବିଭିନ୍ନ ବିଦ୍ଯାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା ଲାଗି ରାଜ୍ଯ ସରକାର ଦ୍ବିତୀୟ ପର୍ଯ୍ଯାୟ ଶିକ୍ଷକ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ପ୍ରଥମ ପର୍ଯ୍ଯାୟରେ ୪ ହଜାର ୬୯୧ ଶିକ୍ଷକ ପଦବୀ ପୂରଣ ଲାଗି ଆବେଦନ ଆହ୍ବାନ କରାଯାଇଥିବା ବେଳେ ପୁଣି ୬ ହଜାର ୭୨୦ ଟି ଟିଜିଟି (ଚୁକ୍ତି ଭିତ୍ତିକ) ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦବୀ ବିବରଣୀ: ୬୭୨୦

ଟିଜିଟି (ଆଟର୍ସ): ୩୧୩୬
ଟିଜିଟି(ସାଇନ୍ସ): ୧୮୪୨
ଟିଜିଟି ସାଇନ୍ସ(CBZ): ୧୭୧୭
ତେଲୁଗୁ ଟିଚର: ୨୫

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ଯକ।

ଜରୁରୀ ଜାରିଖ: ଆଶାୟୀମାନେ ସେପ୍ଟେମ୍ବର ୪ ତାରିଖରୁ ୩୦ ତାରିଖ ପର୍ଯ୍ଯନ୍ତ ଅନଲାଇନ ପଞ୍ଜୀକରଣ କରିପାରିବେ।

ପରୀକ୍ଷା ସମୟ: ଅକ୍ଟୋବର ୩ୟ ସପ୍ତାହରେ ଅନଲାଇନ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଆବେଦନ ଶୁଳ୍କ: ସାଧାରଣ ବର୍ଗଙ୍କ ପାଇଁ ୬୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଏସସି/ଏସଟି/ PWD ପ୍ରାର୍ଥୀଙ୍କ ପାଇଁ ୪୦୦ଟଙ୍କା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://dseodisha.in/

https://dseodisha.in/Advertisement%20Notice%20No%2022847%20Dt%2028.08.2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.