ଇ-ମେଲ ସ୍କାମରେ ଫେକ ନମ୍ବରରୁ ହୋଇପାରେ ଆପଣଙ୍କ ମେଲ୍ରୁ ସମସ୍ତ ତଥ୍ୟ ଚୋରୀ, ଜାଣନ୍ତୁ
ଜି-ମେଲ ୟୁଜର୍ସଙ୍କ ପାଇଁ ବଡ଼ ଚେତାବନୀ। ସତର୍କ ନହେଲେ ଆପଣଙ୍କ ମେଲ ହୋଇପାରେ ହ୍ୟାକ। ହ୍ୟାକର୍ସମାନେ ଏବେ ଜି-ମେଲକୁ ନିଜର ନୂଆ ହବ୍ କରିଛନ୍ତି। ଏହାଦ୍ୱାରା ଜି-ମେଲ ଆକାଉଣ୍ଟ ହୋଲଡର୍ସଙ୍କୁ ବଡ଼ କ୍ଷତି ହୋଇପାରେ। ତେଣୁ ପ୍ରତ୍ୟେକ ୟୁଜର୍ସଙ୍କୁ ଏଥିପାଇଁ ସାବଧାନ ରହିବା ପାଇଁ କୁହାଯାଉଛି। ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ ସବୁ ଜଣାଇବୁ।
ହ୍ୟାକରମାନଙ୍କ କାରନାମାକୁ ଦୃଷ୍ଟିରେ ରଖି ଜି-ମେଲ ସ୍କାମଠୁ ଦୂରରେ ରହିବା ପାଇଁ ଏବେ ୟୁଜର୍ସମାନଙ୍କୁ ସାବଧାନ କରିବା ପାଇଁ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଏହି ବିପଦ ଭାରତ ସମେତ ଅନ୍ୟାନ୍ୟ ଦେଶମାନଙ୍କରେ ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ଏବେ ପୁରା ଦୁନିଆ ଲାଗି ପଡିଛି। ଏଥିପାଇଁ ଏକ ଫେକ ଲିଙ୍କ ସମସ୍ତଙ୍କୁ ପଠାଯାଉଛି।
ଆପଣ ଯଦି ଥରେ ଏହି ଫେକ ଲିଙ୍କକୁ କ୍ଳିକ କରିବେ ତେବେ ମାଲବେୟାର ଡାଉନଲୋଡ କରିବାର ଆବଶ୍ୟକତା ନାହିଁ। ଏହି ଜି-ମେଲ ସ୍କାମ ପର୍ସନାଲ ହୋଇଥାଏ । ସ୍କାମର୍ସ ୟୁଜର୍ସଙ୍କୁ ବୋକା ବନାଇବା ପାଇଁ ଏବେ ଏମିତି ଇ-ମେଲ ପଠାଉଛନ୍ତି। ଏହା Amazon କିମ୍ବା PayPal ଭଳି ବଡ଼ କମ୍ପାନୀ ନାମରେ ଆସିଥାଏ। ଏହା ଅବିକଳ ଅଫସିଆଲ ମେଲ ଭଳି ହୋଇଥାଏ। ତେଣୁ ଏହାକୁ କ୍ଳିକ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଏଥିରେ ଜିନିଷ କିଣିବାକୁ କ୍ୟାନସଲ କରିବା ପାଇଁ ଆପଣଙ୍କୁ ଅଲଗା କିଛି ଉପାୟ ଆପଣାଇବାକୁ ପଡ଼ିବ ବୋଲି କୁହାଯାଇଥାଏ। କଲ କରି ଏହାକୁ ଆପଣ କ୍ୟାନସଲ କରିପାରିବେ। ଏଥିପାଇଁ ଏକ ଟେଲିଫୋନ ନମ୍ବର ଦିଆଯାଇଥାଏ । ଯଦି ଆପଣ ଏହି ନମ୍ବରରେ କଲ କରନ୍ତି ତେବେ ଆପଣଙ୍କ ସମସ୍ତ ଜରୁରୀ ସୂଚନା ଲିକ ହେବାର ସମ୍ଭାବନା ଅଛି। ଏହାକୁ Vishing ର ନାମ ଦିଆଯାଇଛି। ତେଣୁ ଏଭଳି କିଛି ମେସେଜ ବା ଲିଙ୍କ ଆସିଲେ କିମ୍ବା ଫୋନ ନମ୍ବର ଆସିଲେ ସତର୍କ ରୁହନ୍ତୁ ।