Below header

ପ୍ରୋଭିଡେଣ୍ଟ ଫଣ୍ଡରୁ ରିଟାୟାରମେଣ୍ଟ ଫଣ୍ଡ ଯାଏ ସବୁ ଉପରେ ଲାଗି ପାରେ ଟିକସ

ନୂଆଦିଲ୍ଲୀ : କରରୁ ଆଉ ଯେମିତି ତ୍ରାହି ମିଳିବ ନାହିଁ । ଗତ ଫେବ୍ରୁଆରୀ ୧ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରାରମଣ ଯେଉଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ସେଥିରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବି କର ଲାଗୁ ହେବ । ଇପିଏଫ୍‌, ନେସନାଲ ପେସନ୍‌ ସ୍କିମ୍‌ ଏବଂ ରିଟାୟାରମେଣ୍ଟ ଫଣ୍ଡ ଏହି ଟିକସ ପରିସରରେ ଆସିବ । ଏହି ସବୁ ସ୍କିମ୍‌ରେ ଜମା କରିବାର ସୀମା ସାଢ଼େ ୭ ଲକ୍ଷ ଟଙ୍କା କରି ଦିଆଯାଇଛି । ତେଣୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ଉପରେ ଏହି କର ବୋଝ ପଡ଼ିପାରେ ।
ଆଗାମୀ ୨୦୨୧ ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ ହୋଇ ପାରେ । ଏନ୍‌ସିପି, ରିଟାୟାରମେଣ୍ଟ ଫଣ୍ଡ ଓ ଇପିଏଫ୍‌ରେ ଯଦି ସାଢ଼େ ୭ ଲକ୍ଷ ଟଙ୍କାର ଜମା ରହିଛି ତେବେ ଏହା ଉପରେ ସେହି ବର୍ଷ ଏବଂ ତା ପୂର୍ବ ବର୍ଷର ସୁଧ ଉପରେ କର ଦେବାକୁ ପଡ଼ିବ ।

ହିସାବ କିଭଳି ହେବ

ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଇପିଏଫ୍‌ରେ ୩ ଲକ୍ଷ ୬୦ ହଜାର, ଏନ୍‌ସିପିରେ ୩ ଲକ୍ଷ, ରିଯାୟାରମେଣ୍ଟ ଫଣ୍ଡରେ ଦେଢ଼ ଲକ୍ଷ ଟଙ୍କା ଜମା କଲା ତେବେ ମୋଟ୍‌ରେ ତାର ଜମା ଅର୍ଥର ପରିମାଣ ହେଉଛି ୮ ଲକ୍ଷ ୧୦ ହଜାର ଟଙ୍କା । ସେହି ବ୍ୟକ୍ତିଙ୍କୁ ବର୍ଷକୁ ଦେବାକୁ ହେବ ୬୦ ହଜାର ଟଙ୍କାର କର ।
ଏପର୍ଯ୍ୟନ୍ତ ନିଯୁକ୍ତିଦାତା ଇପିଏଫ୍‌ ଏବଂ ଏନ୍‌ସିପିରେ ଜମା କରୁଥିବା ଅର୍ଥ ଉପରେ ଟିକସ ଦେବାକୁ ପଡୁନଥିଲା । କର୍ମଚାରୀ ବେସିକ ଦରମାର ୧୨ ପ୍ରତିଶତ ଏବଂ ନିଯୁକ୍ତିଦାତା ବା ମାଲିକ ତରଫରୁ ୧୦ ପ୍ରତିଶତ ଜମା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.