ଗତକାଲି ଡଙ୍ଗାବୁଡ଼ି ଘଟଣା ପରେ ପ୍ରଶାସନର ପଶିଲା ଚେତା ,ଚାରି ଜଣଙ୍କୁ କଲା ଗିରଫ,କାଲିଠାରୁ ଚିଲିକାରେ ସମସ୍ତ ଡଙ୍ଗାକୁ ଯାଞ୍ଚ

ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ଚାରି ଜଣ ଗିରଫ । ଏମାନଙ୍କ ଭିତରେ ଦୁଇ ଜଣ ଡଙ୍ଗା ମାଲିକ ଓ ଦୁଇ ଜଣ ଡଙ୍ଗା ଚାଳକ ଅଛନ୍ତି । ସେମାନଙ୍କୁ ଗିରଫ କରିଛି ବାଲୁଗାଁ ଥାନା ପୋଲିସ । ଚିଲିକା ତହସିଲଦାର ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପକ୍ଷରୁ ଡଙ୍ଗା ମାଲିକଙ୍କ ନାଁରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ସେପଟେ ଡଙ୍ଗା ବୁଡ଼ି ଘଟଣା ପରେ ପ୍ରଶାସନର ଚେତା ପଶିଛି । ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଟାସ୍କଫୋର୍ସ । ନିଷ୍ପତ୍ତି ହୋଇଛି, କାଲିଠାରୁ ଚିଲିକାରେ ଚାଲୁଥିବା ସମସ୍ତ ଡଙ୍ଗାଗୁଡ଼ିକୁ ଯାଞ୍ଚ କରାଯିବ । ଆଜି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଗତକାଲି କାଳିଜାଈଙ୍କ ଦର୍ଶନ ସାରି ୨୦ରୁ ଅଧିକ ଲୋକ ଫେରିବା ବେଳେ ମଝି ଚିଲିକାରେ ବୁଡ଼ି ଯାଇଥିଲା ଡଙ୍ଗା । ଏହାପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପୂର୍ବରୁ ୨୦୧୮ ଜୁନ୍‌ ୧୬ରେ ଚିଲିକାରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୬ ଜଣ ପ୍ରାଣ ହରାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.