ଆସିଗଲା ବଡ ଖୁସି ଖବର, EPFO ବଢ଼ାଇଲା ସୁଧ ଦର; ସିଧାସଳଖ ଖାତାକୁ ଆସିବ ଟଙ୍କା

ଚାକିରିଆଙ୍କ ପାଇଁ ବଡ ଅପଡେଟ । ଯଦି ଆପଣ ମଧ୍ୟ ଚାକିରି କରିଛନ୍ତି ଏବଂ ପିଏଫ ସୁଧକୁ ଅପେକ୍ଷା କରିଛନ୍ତି ତାହେଲେ ଆପଣଙ୍କୁ ଖାତାକୁ ବହୁତ ଜଲଦି ଆସିବ ମୋଟା ଅଙ୍କର ଟଙ୍କା ।

ଚାକିରିଆଙ୍କ ପାଇଁ ବଡ ଅପଡେଟ । ଯଦି ଆପଣ ମଧ୍ୟ ଚାକିରି କରିଛନ୍ତି ଏବଂ ପିଏଫ ସୁଧକୁ ଅପେକ୍ଷା କରିଛନ୍ତି ତାହେଲେ ଆପଣଙ୍କୁ ଖାତାକୁ ବହୁତ ଜଲଦି ଆସିବ ମୋଟା ଅଙ୍କର ଟଙ୍କା । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଏମ୍ଲୋଇ ପ୍ରେଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ (RPFO) ସୋମବାର ଏମ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ୍ (EPFO)ର ସୁଧ ହାର ୨୦୨୨-୨୩ ପାଇଁ ବୃଦ୍ଧି କରିଛି। ପୂର୍ବରୁ ଇପିଏଫ୍ଓର ସୁଦ୍ଧ ହାର ୮.୧ ପ୍ରତିଶତ ଥିବା ବେଳେ ଏବେ ୮.୧୫ ପ୍ରତିଶତ ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ପ୍ରକାଶ ପାଇଛି।

୨୦୨୧-୨୨ ପାଇଁ ଇପିଏଫ୍ଓ ଘୋଷଣା କରିଥିବା ୮.୧ ପ୍ରତିଶତ ସୁଧ ହାର ସହିତ ଏବର୍ଷର ହାର ପ୍ରାୟ ସମାନ, ୮.୧ ପ୍ରତିଶତ ସୁଧ ହାର ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ରହିଥିଲା।

ସୂଚନା ଅନୁଯାୟୀ ଏମ୍ଲୋଇ ପ୍ରେଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନ୍ର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ୨୦୨୨-୨୩ ପାଇଁ ଇପିଏଫ୍ ଉପରେ ୮.୧୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଇପିଏଫ୍ଓ ଜମା ଉପରେ ସୁଧ ହାର ଅନୁମୋଦନ କରିଥାଏ। ଇପିଏଫ୍ଓର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଇପିଏଫ୍ ଉପରେ ଅଧିକ ସୁଧ ହାର ଘୋଷଣା କରିବ ବୋଲି ଆଶା କରାଯାଉଥିବା ବେଳେ ଏତେ କମ୍ ପ୍ରତିଶତ ଘୋଷଣା କର୍ମଚାରୀଙ୍କ ପାଇଁ ଏକ ନିରାଶାଜନକ କଥା।

୨୦୧୮-୨୦ ମସିହାରେ ଇପିଏଫ୍ ଜମା ଉପରେ ସୁଧ ହାର ୮.୬୫ ରହିଥିବା ବେଳେ ୨୦୨୦ ମାର୍ଚ ମାସରେ ୨୦୧୯-୨୦ ପାଇଁ ସୁଧ ହାର ହ୍ରାସ କରିଥିଲା ଇପିଏଫ୍ଓ। ୨୦୨୦ ମସିହାରେ ଇପିଏଫର ସୁଧ ହାର ୮.୬୫ ପ୍ରତିଶତରୁ ହ୍ରାସ ପାଇ ୮.୦୫ ପ୍ରତିଶତ ହୋଇଥିଲା।