Below header

ବର ହେଲା କୋଟିପତି, ଭଉଣୀ ବାହାଘରରେ ୮ କୋଟି ଟଙ୍କା ଯୌତୁକ ଦେଲେ ଭାଇ

ଏମିତି ଝିଅକୁ ବାହା ହେବା ପାଇଁ ସବୁ ପୁଅ ହୋଇଯିବେ ରାଜି । ଯଦି ବାହାଘରରେ ୮ କୋଟି ଯୌତୁକ ମିଳିବ ତେବେ କିଏ ବା ନ ବାହା ହେବ । ରାଜସ୍ଥାନରେ ଭଉଣୀର ବାହାଘରରେ ୮ କୋଟି ଟଙ୍କା ଯୌତୁକ ଦେଇଛନ୍ତି ଭାଇ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାରତରେ ଯୌତୁକ ଦେବା କିମ୍ବା ନେବା ଦଣ୍ଡନୀୟ ଅପରାଧ । ଭାରତୀୟ ଦଣ୍ଡ ସଂହିତା ଅନୁସାରେ, ଯଦି କିଏ ଯୌତୁକ ମାଗିଥିବା ନେଇ ଧରାପଠେ, ତେବେ ତାଙ୍କୁ ଜେଲ ଯିବାକୁ ପଡିଥାଏ । ଏହି ଦଣ୍ଡାଦେଶ ଯୋଗୁଁ ଆଜିକାଲି ଲୋକେ ଯୌତୁକ ନେବାକୁ ଡରୁଛନ୍ତି । ହେଲେ ଏମିତି କିଛି ସ୍ଥାନ ଆଉ ଅଞ୍ଚଳ ରହିଛି, ଯେଉଁଠାରେ ଯୌତୁକ ପ୍ରଥାକୁ ଏବେ ବି ପ୍ରାଧାନ୍ୟ ଦିଆଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ରାଜସ୍ଥାନର ନାଗୌର ଜିଲ୍ଲା ସ୍ଥିତ ଢିଙ୍ଗସାରା ଗାଁରେ । ଏଠାରେ ୪ ଭାଇ ଭଉଣୀଙ୍କୁ ଯୌତୁକ ଭାବେ ୮ କୋଟି ୩୧ ଲକ୍ଷ ଟଙ୍କା ଦେଇଛନ୍ତି ।

ରାଜସ୍ଥାନରେ ଯୌତୁକ ଦେବା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ଚାରି ଭାଇ ଏତେ ମୋଟା ଅଙ୍କର ଯୌତୁକ ଦେଇ ଇତିହାସ ସୃଷ୍ଟି କରିଛନ୍ତି । ଯାହା କେବେ କେହି କାହାକୁ ଦେଇନାହାନ୍ତି ।

ସୂଚନା ମୁତାବକ, ଢିଙ୍ଗସାରା ଗାଁରେ ରହୁଥିବା ଅର୍ଜୁନ ରାମ ମହାରିୟା, ଭାଗିରଥୀ ମହାରିୟା, ଉମେଦ ଜି ମହାରିୟା ଏବଂ ପ୍ରହ୍ଲାଦ ମୟାରିୟା ୨୬ ମାର୍ଚ୍ଚକୁ ନିଜ ଭଉଣୀର ବିବାହ କରି ଯୌତୁକ ଭାବେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ । ଯୌତୁକରେ ୨.୨୧ କୋଟି ଟଙ୍କାର ନଗଦ ଟଙ୍କା, ୧୦୦ ଏକର ଜମି(୪କୋଟି), ୭୧ ଲକ୍ଷ ଟଙ୍କାର ଏକ କିଲୋ ସୁନା, ଏହାଛଡା ୧୦ ଲକ୍ଷ ଟଙ୍କା, ୧୪ କିଲୋ ରୂପା ଏବଂ ୮୦୦ ରୂପା କଏନ ଯୌତୁକରେ ସାମିଲ ଥିଲା । ଏହାସହିତ ୭ ଲକ୍ଷ ଟଙ୍କାର ଏକ ଟ୍ରାକ୍ଟର ମଧ୍ୟ ଦେଇଛନ୍ତି ।

ଭାଇମାନେ ବରକୁ ଟ୍ରାକ୍ଟର ସହିତ ସ୍କୁଟର ମଧ୍ୟ ଉପହାର ଦେଇଥିଲେ । ସବୁ ଯୌତୁକକୁ ଶଗଡ ଏବଂ ଉଟ ଗାଡିରେ ଗାଁକୁ ଅଣାଯାଇଥିଲା । ତେବେ ଯୌତୁକ ଯୋଗୁଁ ବିବାହ ବେଶ୍‌ ଚର୍ଚ୍ଚାରେ ରହିଥିଲା । ବରଯାତ୍ରୀ ଦେଖିବା ପାଇଁ ଅଧିକ ଲୋକ ଏକାଠି ହୋଇଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜସ୍ଥାନର ନାଗୋର ଜିଲ୍ଲାର ଝାଡେଲୀ ଗାଁରେ ଏମିତି ମାମଲା ଦେଖିବାକୁ ମିଳିଥିଲା । କିଛିଦିନ ତଳେ ୩ ଜଣ କୃଷକ ଭାଇ ନିଜ ଭାଣେଜୀ ବାହାଘରରେ ୩.୨୧ କୋଟି ଟଙ୍କା ଯୌତୁକ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.