ଫ୍ଳିପକାର୍ଟର ବିଗ ବିଲିୟନ ଡ଼େ ପୂର୍ବରୁ ମିଳିଲା ୩୦ହଜାର ଲୋକଙ୍କୁ ରୋଜଗାର

ନୂଆଦିଲ୍ଲୀ : ଇ-କର୍ମସ ସାଇଟ ଫ୍ଲିପକାର୍ଟରେ ବଡ଼ ଧମାକା ପୂଜା ଅଫର ପ୍ରାୟ ୩୦ ହଜାର ଲୋକଙ୍କୁ ରୋଜଗାର ଯୋଗାଇଛି। ଏହା ଅପେରେସନ୍ ଏବଂ ଚେନ୍ ଡ଼େଲିଭେରୀ ପଦରେ ଅସ୍ଥାୟୀ ଭାବେ ଅନେକ ବ୍ଯକ୍ତିଙ୍କର ନିଯୁକ୍ତି କରାଇଛି। ତେବେ ଏହି ପୂଜା ସମୟରେ ସମସ୍ତ ସପିଂ ସାଇଟ୍ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ବିଭିନ୍ନ ପ୍ରକାରର ଅଫର ଲଞ୍ଚ କରିଛି।

ଫ୍ଳିପକାର୍ଟ ୧୦-୧୪ ଅକ୍ଟୋବର ମଧ୍ୟରେ ନିଜର ପଞ୍ଚମ ବିଗ ବିଲିୟନ ଡ଼େ ଆରମ୍ଭ କରିବାକୁ ଯାଉଛି। ତେବେ କମ୍ପାନି ପରୋକ୍ଷ ଭାବେ ଏହି ସମୟରେ ଗ୍ରାହକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇବା ପାଇଁ ୫ଲକ୍ଷ ଜଣଙ୍କର ନିଯୁକ୍ତି କରାଇଛି। ଏହା ବିଷୟରେ ପ୍ଲିପକାର୍ଟର ସିଇଓ କଲ୍ଯାଣ ମୁର୍ତ୍ତି କହିଛନ୍ତି, ଅଫର ସମୟରେ କିଣାବିକା କରିବା ପାଇଁ ଗ୍ରାହକଙ୍କୁ ଯେପରି କୌଣସି ପ୍ରକାରର ଅସୁବିଦାର ସମ୍ମୁଖିନ ହେବାକୁ ନପଡ଼ୁ ତାହାର ବିଶେଷ ଧ୍ୟାନ ରଖାଯାଉଛି।

flipkart-sale

କମ୍ପାନି ଅନୁଯାୟୀ ଦେଶର ବିଭିନ୍ନ କେନ୍ଦ୍ରରେ ଅସ୍ଥାନୀ ଭାବେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଭାରତରେ ପୂଜାପର୍ବ ସମୟରେ ୨ କୋଟି ଗ୍ରାହକଙ୍କ ଦ୍ବାରା ପ୍ରାୟତଃ ତିନି ଆରବ ଡ଼ଲାରର ବୈବସାୟ ହୋଇଥାଏ। ସେହିପରି ଆମାଜନ ମଧ୍ୟ ୫୦ହଜାର ଲୋକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ପ୍ରଦାନ କରିଛି।

ବିଗ ବିଲିୟନ୍ ଅଫରରେ ମୋବାଇଲ ଉପରେ ରିହାତି

ମୋବାଇଲ ଫୋନର ଅଗ୍ରଣୀ କମ୍ପାନି ସାମସଙ୍ଗ ଗାଲାକ୍ସି ଏସ ୮ ୨୦ହଜାର ଟଙ୍କାର ରିହାତି ମିଳିବ। ତେବେ ସାମସଙ୍ଗ ଏସ ୮ର ୬୪ ଜିବି ଭାରିଏଣ୍ଟ ସ୍କାର୍ଟଫୋନ୍ ସେଲରେ ମାତ୍ର ୨୯,୯୯୦ ଟଙ୍କାରେ ମିଳିବ।  ସେହିପରି ହୁଆଇ ମୋବାଇଲରେ ମଧ୍ୟ ୫୦୦ଟଙ୍କାରୁ ୮୦୦୦ଟଙ୍କା ପର୍ଯ୍ଯନ୍ତ ରିହାତି ମିଳୁଛି। ଖାଲି ମୋବାଇଲ ନୁହଁ ଅନ୍ଯାନ ସମସ୍ତ ଜିନିଷରେ ମଧ୍ୟ ବହୁମାତ୍ରାର ରିହାତି ଗ୍ରାହକଙ୍କୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.