ବଢୁଛି ଭାରତୀୟ ସେୟାର ବଜାରର ଚାହିଦା, ବିଦେଶୀମାନେ କରୁଛନ୍ତି ମୋଟା ଅଙ୍କର ନିବେଶ

ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ କ୍ରମାଗତ ଭାବରେ ଭାରତୀୟ ଷ୍ଟକ୍ ବଜାରରେ ବିନିଯୋଗ କରୁଛନ୍ତି | ଏଫପିଆଇ (FPI) ଗତ ସେପ୍ଟେମ୍ବର ମାସରେ ଭାରତୀୟ ସେୟାର ବଜାରରେ ୬.୩ ବିଲିୟନ ଡଲାର୍‌ ନିବେଶ କରିଛି। ରିପୋର୍ଟ ଅନୁଯାୟୀ, ଆକର୍ଷଣୀୟ ମୂଲ୍ୟବୋଧ, ଅର୍ଥନୀତି ଖୋଲିବା ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ପୁନଃ ଆରମ୍ଭ ହେତୁ FPI ର ଏହି ବିନିଯୋଗ ଆସିଛି|
ଏହାପୂର୍ବରୁ ଜୁନ୍ ମାସରେ, FPI ଭାରତୀୟ ଷ୍ଟକ୍ ମାର୍କେଟରେ ୩.୯ ବିଲିୟନ ଡଲାରର ଶୁଦ୍ଧ ବିନିଯୋଗ କରିଥିଲା। ସେହିଭଳି ମାର୍ଚ୍ଚ ମାସରେ FPI ଭାରତୀୟ ସେୟାର ବଜାରରୁ ୬.୩୮ ବିଲିୟନ ଡଲାର ପ୍ରତ୍ୟାହାର କରିଥିଲା।

indian stock marketଏଥିସହ ସେପ୍ଟେମ୍ବର ମାସରେ ଭାରତୀୟ ସେୟାରରେ FPI ବିନିଯୋଗର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି | ଏହା ଶୁଦ୍ଧ ବିନିଯୋଗରେ ବୃଦ୍ଧି ଏବଂ ଭାରତୀୟ ଷ୍ଟକ୍ ମାର୍କେଟର ଦୃଢ ପ୍ରଦର୍ଶନ କାରଣରୁ ହୋଇଛି।

ସେପ୍ଟେମ୍ବରରେ ଶେଷ ହୋଇଥିବା ଭାରତୀୟ ସେୟାର ବଜାରରେ ଏଫପିଆଇ ନିବେଶର ସମୁଦାୟ ମୂଲ୍ୟ ୪୫୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହା ପୂର୍ବ ମାସରେ ରେକର୍ଡ ହୋଇଥିବା ୩୪୪ ବିଲିୟନ ଡଲାର ତୁଳନାରେ ବହୁତ ଅଧିକ। ଏହିପରି ଏଥିରେ ପାଖାପାଖି ୧୩ ପ୍ରତିଶତ ବୃଦ୍ଧି ପାଇଛି।

moneyରିପୋର୍ଟ ସମୟ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟ ପୁଞ୍ଜିରେ FPI ର ଯୋଗଦାନ ବଢି ୨୧.୪ ପ୍ରତିଶତ ହୋଇଛି। ଯାହା ଜୁନ୍‌ ମାସରେ ୧୮.୭ ପ୍ରତିଶତ ଥିଲା।

ଏହା ଭାରତୀୟ ସେୟାର ବଜାରରେ ଏଫପିଆଇ ଯୋଗଦାନର ରେକର୍ଡ ଉଚ୍ଚ ସ୍ତରରେ ରହିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ୨୦୧୫ରେ ଉଚ୍ଚତା ୨୦.୫ ପ୍ରତିଶତ ଥିଲ। ସୂଚନା ମୁତାବକ ଭାରତୀୟ ସେବୟାର ବଜାରରେ ସେପ୍ଟେମ୍ବର ମାସରେ ସମାପ୍ତ ହୋଇଥିବା ତ୍ରୈମାସିକ ପାଇଁ ବିଦେଶୀ ପୋର୍ଟଫୋଲିଓ ନିବେଶକ ୬.୩ ଅରବ ଡଲାରର ନିବେଶ କରିଛନ୍ତି, ଯାହା ପୂର୍ବ ତ୍ରୈମାସିକ ନିବେଶ ଠାରୁ ୩.୯ ଅରବ ଡଲାର ତୁଳନାରେ ଯଥେଷ୍ଟ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.