Below header

ଦଶମ ପାସ୍‌ ବ୍ୟକ୍ତି ମଧ୍ୟ ସହଜରେ ଆରମ୍ଭ କରିପାରିବେ ଗ୍ୟାସ ଏଜେନ୍ସୀ ବିଜନେସ୍‌, ଜାଣନ୍ତୁ ଏହାର ଟ୍ରିକ

କରୋନା ସଂକଟ କାଳରେ ଯେଉଁଠି ଗୋଟେ ପଟେ ଲୋକେ ଚାକିରି ହରାଇଛନ୍ତି, ଅନ୍ୟପଟେ ବିଜନେସ୍‌ ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି। ଯଦି ଆପଣ ମଧ୍ୟ ବିଜନେସ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଏଲପିଜି ଗ୍ୟାସ ଏଜେନ୍ସୀ ଖୋଲିବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିପାରିବ। ଏହି ବିଜନେସକୁ ଅତି ସହଜରେ ଆପଣ ଆରମ୍ଭ କରିପାରିବେ। ଆମେ ଆଜି ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ ଏହି ବିଜନେସ୍‌ ବିଷୟରେ ଅଧିକ କିଛି, ଯାହା ଜାଣିବା ଆପଣଙ୍କୁ ନିହାତି ଦରକାର। ଆଉ ଏହା ଆପଣଙ୍କୁ ନିଶ୍ଚୟ ଭାବରେ ଆପଣଙ୍କ ବିଜନେସରେ ସାହାଯ୍ୟ କରିବ।

ଗ୍ୟାସ ଏଜେନ୍ସୀ ବିଜନେସ୍‌ ଦ୍ୱାରା ହୋଇଥାଏ ମୋଟାଅଙ୍କର ରୋଜଗାର

ତୈଳ କମ୍ପାନୀ ସମୟ ସମୟରେ ଡିଲରସିପ ପ୍ରୋଗ୍ରାମ ଚଲାଇଥାନ୍ତି। ଡିଷ୍ଟ୍ରିବ୍ୟୁସନ ନେଟଓ୍ଵାର୍କ ବଢ଼ିବାକୁ ସେମାନଙ୍କୁ ସହରରେ ଡିଲରସିପର ଆବଶ୍ୟକ ପଡିଥାଏ। ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଗ୍ୟାସ କମ୍ପାନୀଙ୍କୁ ନୂଆ ଡିଷ୍ଟ୍ରିବୁସନ ବନାଇବାକୁ ହୋଇଥାଏ। ଏଥିପାଇଁ ବହୁତ ଜଲଦି ବିଜ୍ଞାପନ ବି ବାହାରିପାରେ। କିନ୍ତୁ ତାପୂର୍ବରୁ ଆପଣଙ୍କୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡିବ।

ଗ୍ୟାସ ବିଜନେସ୍‌ ଏକ ଏମିତି ବିଜନେସ୍‌ ଯାହା ଆପଣଙ୍କୁ ରେଗୁଲାର ଇନକମ୍‌ ଦେଇଥାଏ, ଏଥିରୁ କେବେବି କ୍ଷତି ସହିବାକୁ ପଡିନଥାଏ। ସର୍ବପ୍ରଥମେ ଆପଣଙ୍କୁ ଗ୍ୟାସ ଏଜେନ୍ସୀର ଲାଇସେନ୍ସ ଦରକାର ହୋଇଥାଏ। ଲାଇସେନ୍ସ ମିଳିବା ପରେ ଗ୍ୟାସ ଏଜେନ୍ସୀ ସେଟଅପ କରିବାକୁ ପ୍ରାୟ ୧ ବର୍ଷ ସମୟ ଲାଗିଥାଏ। କାହିଁକିନା ଏଥିରୁ ଅନେକ ଜାଗାରୁ ମଜୁରିଆ ନେବାକୁ ପଡିଥାଏ। ୟୁପି, ବିହାର, ବଙ୍ଗଳା, ଓଡିଶା ଏବଂ ମହାରାଷ୍ଟ୍ରରେ ଏବେ ସବୁଠାରୁ ଅଧିକ ମଉକା ରହିଛି। କମ୍ପାନୀ ଏହିସବୁ ରାଜ୍ୟରେ ନିଜ କମ୍ପାନୀଙ୍କୁ ବିସ୍ତାର କରିବାକୁ ଚାହୁଁଛି।

lpgକେମିତି ମିଳିବ ଏଲପିଜି ଗ୍ୟାସ ଏଜେନ୍ସୀ

ଏବେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ କେମିତିକା ଗ୍ୟାସ ଏଜେନ୍ସୀ ପାଇଁ ଆବେଦନ କରାଯାଇପାରିବ। ଏହି ପୂରା ପ୍ରକ୍ରୀୟା ପାରଦର୍ଶିତା ତରିକାରେ କରାଯାଏ। ଦେଶରେ ତିନି ସରକାରୀ ଗ୍ୟାସ କମ୍ପାନୀ ଇଣ୍ଡେନ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ ରହିଛି। ଏହି ତିନୋଟି ଗ୍ୟାସ୍‌ କମ୍ପାନୀ ନିଜ ପାଇଁ ଡିଲର୍ସଙ୍କର ସନ୍ଧାନ କରୁଛି।

  • ତୈଳ କମ୍ପାନୀ ସମୟ ସମୟରେ ବିଜ୍ଞାପନ ଏବଂ ନୋଟିଫିକେସନ ଜାରୀ କରିଥାଏ। ଏହି କମ୍ପାନୀ ବିଜ୍ଞାପନ ଜରିଆରେ ଆବେଦନ ମାଗିଥାଏ।
  • ଏହି ବିଜ୍ଞାପନ ଖବରକାଗଜ ଏବଂ କମ୍ପାନୀର ୱେବସାଇଟରେ ଦିଆଯାଇଥାଏ।
  • ଆବେଦନ କରୁଥିବା ଲୋକଙ୍କୁ ଏକ ନିଶ୍ଚିତ ଫର୍ମାଟରେ ଆପ୍ଲାଏ କରିବାକୁ ହୋଇଥାଏ।
  • ଆବେଦନ ପ୍ରକ୍ରୀୟା ପରେ ଲଟେରୀ ସିଷ୍ଟମ ଦ୍ୱାରା ଡିଷ୍ଟ୍ରିବ୍ୟୁଟର ଚୟନ କରାଯାଏ।
  • ଲଟେରୀ ଯେଉଁ ଲୋକଙ୍କ ନାମ ଲିଷ୍ଟରେ ଆସିଥାଏ, ସେମାନଙ୍କୁ ଆଗାମୀ ପ୍ରକ୍ରୀୟା ପାଇଁ ଡକାଯାଇଥାଏ।

ଗ୍ୟାସ ଏଜେନ୍ସୀ କେଉଁମାନେ ଆରମ୍ଭ କରିପାରିବେ ?

ପ୍ରଥମ ଗ୍ୟାସ ଏଜେନ୍ସୀ ଖୋଲିବା ପାଇଁ ଆବେଦକଙ୍କୁ ଅତିକମରେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। କିନ୍ତୁ ଜେନେରାଲ କିମ୍ବା ରେଗୁଲାର କ୍ୟାଟେଗୋରୀରେ ଏବେ ୧୦ମ ପାସ୍‌ ମଧ୍ୟ ଏଲପିଜି ଡିଲରସିପ ନେଇପାରିବେ। ତୈଳ କମ୍ପାନୀଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ସରେ ଏବେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ଗ୍ୟାସ ଏଜେନ୍ସୀ ପାଇଁ ଆବେଦନ କରିପାରିବେ। ପୂର୍ବରୁ ଏଲପିଜି ଡିଷ୍ଟ୍ରିବ୍ୟୁଟରସିପ ୨୧ ରୁ ୪୫ ବର୍ଷ ବୟସର ଲୋକଙ୍କୁ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.